Categories
ଆଜିର ଖବର ରାଜ୍ୟ ଖବର

ବଦଳିଲେ ଭୁବନେଶ୍ବର ମହାନଗର ନିଗମର କମିଶନର: ପ୍ରେମଚନ୍ଦ୍ର ଚୌଧୁରୀଙ୍କୁ ନୂଆ ଦାୟିତ୍ଵ

ଭୁବନେଶ୍ବର: ଭୁବନେଶ୍ବର ମହାନଗର ନିଗମର କମିଶନରଙ୍କ ବଦଳି ହୋଇଛି। ପ୍ରେମଚନ୍ଦ୍ର ଚୌଧୁରୀଙ୍କ ସ୍ଥାନରେ ନୂତନ କମିଶନର ନିଯୁକ୍ତି ପାଇଛନ୍ତି। ସଞ୍ଜୟ କୁମାର ସିଂହ ଏବେ ନୂଆ ବିଏମସି କମିଶନର। ପ୍ରେମଚନ୍ଦ୍ରଙ୍କ ପରେ ନୂଆ ବିଏମସି କମିଶନର ଭାବେ ସେ  ଦାୟିତ୍ଵ ନେବେ। ୧୯୯୭ ବ୍ୟାଚର ଆଇଏଏସ ସଞ୍ଜୟ କୁମାରଙ୍କୁ ନୂଆ ଦାୟିତ୍ଵ ମିଳିବ। ସଞ୍ଜୟ କୁମାର ଏବେ ବୈଷୟିକ ଶିକ୍ଷା ଓ ଦକ୍ଷତା ବିଭାଗର ଦାୟିତ୍ଵରେ ଅଛନ୍ତି। କମିଶନର ସହ ତାଙ୍କୁ ବିଡିଏ ଉପାଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ଵ ମିଳିଛି। ଏହାସହ ସଞ୍ଜୟଙ୍କୁ ଭୁବନେଶ୍ବର ସ୍ମାର୍ଟ ସିଟି ସିଇଓ ଭାବେ ଅତିରିକ୍ତ ଦାୟିତ୍ଵ ମଧ୍ୟ ଦିଆଯାଇଛି। ପ୍ରେମଚନ୍ଦ୍ର କମିଶନରଙ୍କୁ ଜିଏ ବିଭାଗର ଓଏସଡି ଦାୟିତ୍ଵ ମିଳିଛି।

ସେହିଭଳି ହେମନ୍ତ ଶର୍ମାଙ୍କୁ ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ଅତିରିକ୍ତ ଦାୟିତ୍ଵ ମିଳିଥିବା ବେଳେ ବିଷ୍ଣୁପଦ ସେଠୀଙ୍କୁ ସୂଚନା ଓ ଲୋକସମ୍ପର୍କ ବିଭାଗ ଅତିରିକ୍ତ ଦାୟିତ୍ଵ ଏବଂ ଡାଃ. କ୍ରିଷନ କୁମାରଙ୍କୁ ଇଡକୋ ସିଏମଡି ଭାବେ ଅତିରିକ୍ତ ଦାୟିତ୍ଵ ମିଳିଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜଧାନୀରେ ଏନ୍‌ଫୋର୍ସମେଣ୍ଟ ଓ ମାଇକ୍ରୋ କଣ୍ଟେନମେଣ୍ଟ ଉପରେ ଦିଆଯାଉଛି ଗୁରୁତ୍ୱ: ବିଏମସି କମିଶନର

ଭୁବନେଶ୍ୱର: ବର୍ତ୍ତମାନ ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟାରେ ଖୋର୍ଦ୍ଧା ଜିଲ୍ଲା ଆଗରେ ରହୁଛି। ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବିଏମସି ଅଞ୍ଚଳରୁ କ୍ରମାଗତ ଭାବେ ୧୦୦ରୁ ଉର୍ଦ୍ଧ୍ଵ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଭଳି ସ୍ଥିତିରେ ଏନ୍‌ଫୋର୍ସମେଣ୍ଟ ଓ ମାଇକ୍ରୋ କଣ୍ଟେନମେଣ୍ଟ ଉପରେ ଗୁରୁତ୍ୱ ଦିଆଯାଉଛି ବୋଲି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି।

ଏବେ ରାତ୍ରୀକାଳୀନ କର୍ଫ୍ୟୁ କିମ୍ବା ଲକଡାଉନ କଟକଣା ଉପରେ ଚିନ୍ତା କରାଯାଉନାହିଁ। ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀମାନ ଆକ୍ରାନ୍ତ ହେଉଥିବାରୁ ହଷ୍ଟେଲ ଛାଡିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସରକାରୀ କାର୍ଯ୍ଯାଳୟରେ ସର୍ବସାଧାରଣ ପ୍ରବେଶ ଉପରେ କଟକଣା ଲଗାଯାଇଛି।

ସଂକ୍ରମଣକୁ ରୋକିବା ଦିଗରେ ବିଏମସି କାର୍ଯ୍ୟ କରିବା ସହ ସଂକ୍ରମିତଙ୍କ ଚିକିତ୍ସା ପାଇଁ ବ୍ୟବସ୍ଥା କରୁଛି। ସେଥିପାଇଁ ଭୁବନେଶ୍ଵରସ୍ଥିତ ସମ ହସ୍ପିଟାଲର ଶଯ୍ୟା ସଂଖ୍ୟାରେ ବୃଦ୍ଧି କରାଯାଇଛି। ହସ୍ପିଟାଲର ଶଯ୍ୟା ସଂଖ୍ୟା ୧୫୦ରୁ ୨୫୦କୁ ବୃଦ୍ଧି କରାଯାଇଛି ବୋଲି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

‘ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ’ର ଭୁବନେଶ୍ବର ମୁଖ୍ୟ ଶାଖାକୁ ସିଲ୍ କଲା ବିଏମସି

ଭୁବନେଶ୍ବର: ଭୁବନେଶ୍ବର ସ୍ଥିତ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ମୁଖ୍ୟ ଶାଖାକୁ ବିଏମସି ସିଲ୍ କରିଛି। ୭ ଜଣ କର୍ମଚାରୀ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ବିଏମସି ଏଭଳି ନିଷ୍ପତ୍ତି ନେଇଛି। ଆଜିଠାରୁ ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ମୁଖ୍ୟ ଶାଖାକୁ ସିଲ୍ କରାଯାଇଛି। ମୁଖ୍ୟ ଶାଖାର ଗ୍ରାଉଣ୍ଡ ଓ ଫାଷ୍ଟ ଫ୍ଲୋରକୁ ବିଶୋଧନ କରାଯିବ। ସମସ୍ତ କର୍ମଚାରୀଙ୍କୁ ଆସନ୍ତା ୬ ତାରିଖରେ ଆରଟିପିସିଆର ଟେଷ୍ଟ କରାଯିବ ବୋଲି ବିଏମସି ନିର୍ଦ୍ଦେଶ ଦେଇଛି। ବର୍ତ୍ତମାନ ଆକ୍ରାନ୍ତ କର୍ମଚାରୀଙ୍କର କଣ୍ଟାକ୍ଟ ଟ୍ରେସିଙ୍ଗ ଜାରି ରହିଥିବା ବେଳେ ସେମାନେ ଏବେ ପୃଥକ ବାସରେ ରହିଛନ୍ତି। ଏନେଇ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

କୋଭିଡ଼ କଟକଣା: ଆଜି ସନ୍ଧ୍ୟାରୁ ଭୁବନେଶ୍ବରର ଜନଗହଳି ଅଞ୍ଚଳରେ ଆରମ୍ଭ ହେବ ଚଢାଉ

ଭୁବନେଶର: ଆଜି ସନ୍ଧ୍ୟାରୁ ଭୁବନେଶ୍ବର ମାର୍କେଟ ଓ ଜନଗହଳି ଅଞ୍ଚଳରେ ଚଢାଉ ଆରମ୍ଭ କରାଯିବ। ମହାନଗରରେ କୋଭିଡ଼ କଟକଣାକୁ କଡାକଡି କରାଯିବ। ସ୍ଵତନ୍ତ୍ର ଟିମ ଗଠନ କରାଯାଇ ଏସବୁ ଉପରେ ନଜର ରଖାଯିବ। ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ଏନେଇ ସୂଚନା ଦେଇଛନ୍ତି।

ତେବେ ଭୁବନେଶର ସ୍ଥିତ ଏକ୍ସଆଇଏମବିରୁ ୨୦୪ ଟି ନମୁନା ସଂଗ୍ରହ କରାଯାଇଛି। ତନ୍ମଧ୍ୟରୁ ୨୦୧ ଟି ନେଗେଟିଭ ଆସିଛି। ଶିକ୍ଷାନୁଷ୍ଠାନ ଉପରେ ବିଶେଷ ନଜର ରଖାଯାଇଛି। ଟେଷ୍ଟିଂ ଉପରେ ଅଧିକ ଧ୍ୟାନ ଦିଆଯାଉଛି, ଅବିରତ ଟେଷ୍ଟିଂ କରାଯାଉଛି ବୋଲି କମିଶନର କହିଛନ୍ତି।