Categories
ଆଜିର ଖବର ରାଜ୍ୟ ଖବର

ପ୍ରେମୀଯୁଗଳଙ୍କ ଗଣ୍ଡଗୋଳରେ ପଶିଲେ ସ୍ବଗି ଡେଲିଭର ବଏ, ତାପରେ କଣ ହେଲା

ଭୁବନେଶ୍ବର: ଆଜି ଭୁବନେଶ୍ବର ଆଇଜି ପାର୍କ ନିକଟରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଜଣେ ସ୍ବଗି ଡେଲିଭରି ବଏ ଜଣେ ଯୁବତୀଙ୍କୁ ପିଟୁଥିବାରୁ ଦେଖିବାକୁ ମିଳିଛି।  ଘଟଣାଟି ଯାହା ଥିଲା ତାହା ବଡ ହାସ୍ୟସ୍ପଦ।ସେଠାରେ ଥିବା ଦେଖଣା ହାରି ଯୁତୀକୁ ସାହାଯ୍ୟ କରିବା ପାଇଁ ନ ଆସି ବାଡବାଡ ବୋଲି କହୁଥିଲେ।

ତେବେ ଘଟଣାଟି ହେଲା ଦୁଇ ପ୍ରେମୀଯୁଗଳ କଥାବାର୍ତ୍ତା ମଧ୍ୟରେ ଝଗଡା କଲେ। ସେମାନଙ୍କ ଝଗଡା ଦେଖି ସେହି ବାଟରେ ଯିଏ ଯାଉଥିଲା ଟିକିଏ ଅନାଉଥିଲା। ହେଲେ କେହି ପାଟି ଖୋଲୁ ନ ଥିଲେ କି ତାଙ୍କୁ କେହି ବୁଝାଉ ନ ଥିଲେ। ହେଲେ ସେହି ପରିସ୍ଥିତି ଅଧିକ ଜଟିଳ ହେଉଥିବାର ଦେଖି ସେହି ବାଟରେ ଯାଉଥିବା ସ୍ବିଗ ଜେଲିଭରୀ ବଏ ସେମାନଙ୍କୁ ବୁଝାଇବାକୁ ଚେଷ୍ଠା କରୁଥିଲା। ହେଲେ ଯୁବତୀ ଜଣଙ୍କ ତାଙ୍କୁ ଅଭଦ୍ରାମୀ କରିବାରୁ ସ୍ବଗି ଡେଲିଭରୀ ବଏ ରାଗିଯାଇ ଯୁବତୀଙ୍କୁ ପିଟିବାକୁ ଲାଗିଲେ।

Categories
ଜୀବନ ଶୈଳୀ ବିଶେଷ ଖବର ରାଜ୍ୟ ଖବର

ଯଦି ଆପଣଙ୍କ ସାଥୀଙ୍କ ଏହି ସବୁ ଅଭ୍ୟାସ ଅଛି, ତେବେ ନିଅନ୍ତୁ ନାହିଁ ବିବାହ କରିବାର ନିଷ୍ପତ୍ତି

ନୂଆଦିଲ୍ଲୀ: ଦୀର୍ଘ ସମୟ ଧରି ସମ୍ପର୍କ ରଖିବା ପରେ ପ୍ରେମୀଯୁଗଳ ବିବାହ କରିବାକୁ ସ୍ଥିର କରନ୍ତି। ଯଦି ଆପଣ ମଧ୍ୟ ପ୍ରେମ ସଂପର୍କରେ ଅଛନ୍ତି ଏବଂ ଆପଣ ମଧ୍ୟ ନିଜ ସାଥୀଙ୍କୁ ବିବାହ କରିବା ପାଇଁ ଆଗ୍ରହ ରଖିଛନ୍ତି। କିଛି ଜିନିଷ ଅଛି ଯାହା ବିବାହ ପୂର୍ବରୁ ଆପଣଙ୍କୁ ଧ୍ୟାନ ଦେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ନଚେତ୍ ବିବାହ ପରେ ଆପଣଙ୍କୁ ଅସୁବିଧା ହୋଇପାରେ।

କୌଣସି ଏକ ଭଲ କଥା ପାଇଁ ଯଦି ଜଣେ ସାଥି ବାଧା ଦେଇଥାଏ, ତେବେ ତାହା ଭଲ କଥା। କିନ୍ତୁ ବିନା କାରଣରେ କୌଣସି କଥାକୁ ବୁଝି ଯଦି ଜଣେ ସାଥୀ ଅନ୍ୟକୁ ବାରମ୍ବାର ବାଧା ଦିଏ କିମ୍ବା ଓଲଟା ପ୍ରତିକ୍ରିୟା କରେ, ତେବେ ତାହା ଆଦୌ ଭଲ ହୋଇନଥାଏ। ଏଭଳି ସମସ୍ୟା ବାରମ୍ବାର ହେଉଥିଲେ, ଏହା ଭବିଷ୍ୟତରେ ଅନେକ ଅସୁବିଧା ସୃଷ୍ଟି କରିପାରେ। ଯଦି ଜଣେ ସାଥି ଅନ୍ୟ ସାଥି ଉପରେ ସନ୍ଦେହ କରି ପ୍ରତ୍ୟେକ ଘଟଣା ଉପରେ ନଜର ରଖେ, ତେବେ ଶୀଘ୍ର ବିବାହର ନିଷ୍ପତ୍ତି ନିଅନ୍ତୁ ନାହିଁ।

ଯଦି ଜଣେ ସାଥୀ ଭ୍ରମଣ କରିବାକୁ ପସନ୍ଦ କରେ, ପାର୍ଟୀ କରିବାକୁ ପସନ୍ଦ କରେ, କିନ୍ତୁ ବିବାହ ପ୍ରସଙ୍ଗରେ ଦ୍ୱନ୍ଦ୍ୱରେ ପଡେ, ତେବେ ବିବାହର ନିଷ୍ପତ୍ତି ନେବା ପୂର୍ବରୁ ଚିନ୍ତା କରିବା ଉଚିତ୍। ଯଦିଓ କୌଣସି ମଣିଷ ଏକା ଭଳି ନୁହଁନ୍ତି, କିନ୍ତୁ ଯଦି ଦୁହେଁ ପ୍ରତ୍ୟେକ ଜିନିଷରେ ପରସ୍ପରର ବିପରୀତ, ତେବେ ବିବାହ ପରବର୍ତ୍ତୀ ଜୀବନରେ କଳହ ଝଗଡା ସମ୍ଭାବନା ଥାଏ, ତେଣୁ ବିବାହ ପୂର୍ବରୁ ଚିନ୍ତା କରିବା ଆବଶ୍ୟକ।