Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଭିଜିଲାନସ ଜାଲରେ ଫସିଲେ ବଡ ମାଛ

ବ୍ରହ୍ମପୁର:  ଆଜି ଭିଜିଲାନସ ଜାଲରେ ଫସିଛନ୍ତି ଜଣେ ବରିଷ୍ଠ ଅଧିକାରୀ। ସେ ହେଉଛନ୍ତି ବାଲିଗୁଡା ତୁମୁଡିବନ୍ଧର ପ୍ରୋଜେକ୍ଟ ଅସୋସିଏଟ ନଗେନ୍ଦ୍ର ସ୍ବାଇଁ। ଫାର୍ମ  ପୋଖରୀଗୁଡ଼ିକର ବକେୟା ବିଲ କରିବା ପାଇଁ ଅଭିଯୋଗକାରୀଙ୍କଠାରୁ ସେ 50,000 ଟଙ୍କା ଲାଞ୍ଚ ନେଉଥିଲେ।

ଲାଞ୍ଚ ଗ୍ରହଣ କରିବା ସମୟରେ କନ୍ଧମାଳ ତୁମୁଡିଗୁଡା ଭିଜିଲାନ୍ସ ଦ୍ୱାରା ଧରାଯାଇଥିଲା। ଗାଁ ଡୁପି ଏବଂ ଏଡିପଦର ଗାଁର ଚାରିଜଣ ହିତାଧିକାରୀଙ୍କ ବିଲ କରିବା ପାଇଁ ଏହି ଲାଞ୍ଚ ଗ୍ରହଣ କରୁଥିଲେ।

ତାଙ୍କଠାରୁ ସମଗ୍ର ଲାଞ୍ଚ ଟଙ୍କା ଉଦ୍ଧାର କରାଯାଇ ଜବତ କରାଯାଇଛି। ଏହି ମାମଲାରେ ବ୍ରହ୍ମପୁର ଭିଜିଲାନ୍ସ କୋଟରେ କେସ୍ ଦାୟାର କରାଯାଇଛି। ଏ ନେଇ ଅଧିକ ଅନୁସନ୍ଧାନ ଜାରୀ ରହିଛି।