Categories
ବିଶେଷ ଖବର

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ଜାତୀୟ ସ୍ତରରେ ସଫଳତା ପାଇଥିବା ପଞ୍ଚାୟତିରାଜ ସଂସ୍ଥାକୁ ଦିଆଯିବ ପ୍ରୋତ୍ସାହନ ରାଶି

ଭୁବନେଶ୍ୱର: ଜାତୀୟ ସ୍ତରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ପଞ୍ଚାୟତିରାଜ ଅନୁଷ୍ଠାନ ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିପୁଳ ପ୍ରୋତ୍ସାହନ ରାଶି ଘୋଷଣା କରିଛନ୍ତି। ଆଜି ଲୋକସେବା ଭବନର କନ୍‌ଭେସନ୍ ହଲ୍ ଠାରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଯେଉଁ ପଞ୍ଚାୟତିରାଜ ଅନୁଷ୍ଠାନ ଜାତୀୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିବ ତାକୁ ରାଜ୍ୟ ସରକାର, କେନ୍ଦ୍ର ସରକାର ଦେଉଥିବା ପୁରସ୍କାରର ୬ ଗୁଣ ଅର୍ଥ ରାଶି ପୁରସ୍କାର ଭାବରେ ଦିଆଯିବ। ସେହିପରି ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ପଞ୍ଚାୟତିରାଜ ଅନୁଷ୍ଠାନକୁ ୩ ଗୁଣ ଓ ତୃତୀୟ ସ୍ଥାନ ପାଇଥିବା ଅନୁଷ୍ଠାନକୁ ୨ ଗୁଣ ଆର୍ଥିକ ପୁରସ୍କାର ଦିଆଯିବ। ପଞ୍ଚାୟତିରାଜ ଅନୁଷ୍ଠାନ ମାନଙ୍କ ମଧ୍ୟରେ ବିକାଶ ପାଇଁ ଏକ ସୁସ୍ଥ ପ୍ରତିଯୋଗିତା ହେବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ସୂଚନାଯୋଗ୍ୟ ଯେ ଓଡିଶାର ପଞ୍ଚାୟତ ସଂସ୍ଥାମାନେ ପୁରସ୍କାର ପାଇବା ପରଠାରୁ ଅନ୍ୟ ରାଜ୍ୟର ପଞ୍ଚାୟତିରାଜ ସଂସ୍ଥା ମାନେ ଅଭିଜ୍ଞତା ପାଇଁ ଓଡିଶାକୁ ବ୍ୟାପକ ଅନୁରୋଧ କରୁଛନ୍ତି।

ଏହି ଘୋଷଣା ଅନୁଯାୟୀ ଜାତୀୟ ସ୍ତରରେ ପ୍ରଥମ ହୋଇଥିବା ଗଞ୍ଜାମ ଜିଲ୍ଲା ପରିଷଦକୁ ୩୦ କୋଟି ଟଙ୍କା, ପ୍ରଥମ ସ୍ଥାନ ଅଧିକାର କରିଥିବା ହିଞ୍ଜିଳିକାଟୁ ପଞ୍ଚାୟତ ସମିତିକୁ ୧୨ କୋଟି ଟଙ୍କା ପୁରସ୍କାର ଦିଆଯାଇଥିଲା। ଦ୍ୱିତୀୟ ସ୍ଥାନ ହାସଲ କରିଥିବା ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକର କାଞ୍ଚୁରୁ ପଞ୍ଚାୟତ, ଭଞ୍ଜନଗର ବ୍ଲକର କୁଲଦା ପଞ୍ଚାୟତ, ହିଞ୍ଜିଳିକାଟୁର ଶାସନ ଆମ୍ବଗାଁ ଓ ପାତ୍ରପୁର ବ୍ଲକର ଆଙ୍କୁଲି ପଞ୍ଚାୟତକୁ ୨ କୋଟି ୨୫ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଦିଆଯାଇଥିଲା। ତୃତୀୟ ସ୍ଥାନ ହାସଲ କରିଥିବା ସୁନ୍ଦରଗଡ ବଣାଇ ବ୍ଲକର ବଣାଇଗଡ ପଞ୍ଚାୟତକୁ ୧ କୋଟି ଟଙ୍କା ପୁରସ୍କାର ଦିଆଯାଇଥିଲା। ସମୁଦାୟ ୭ଟି ପଞ୍ଚାୟତିରାଜ ଅନୁଷ୍ଠାନକୁ ୫୨ କୋଟି ଟଙ୍କାର ପୁରସ୍କାର ଦିଆଯାଇଥିଲା।

ପୁରସ୍କୃତ ପଞ୍ଚାୟତିରାଜ ଅନୁଷ୍ଠାନ ମାନଙ୍କୁ ଅଭିନନ୍ଦନ ଜଣାଇ ମୁଖ୍ୟମନ୍ତ୍ରୀ ପଞ୍ଚାୟତିରାଜ ସଂସ୍ଥା ମାନଙ୍କୁ “ଗାଁ’ର ସରକାର” ବୋଲି ଅଭିହିତ କରି ସ୍ବାଗତ ଜଣାଇଥିଲେ। ସେ କହିଲେ ଯେ ଆମ କାମ ହେଉଛି ଆମର ପରିଚୟ। ଆଜି ବିକାଶର ବିଭିନ୍ନ ମାପଦଣ୍ଡରେ ଓଡିଶାର ପଞ୍ଚାୟତିରାଜ ଅନୁଷ୍ଠାନମାନେ ଆଜି ସାରା ଦେଶର ପଥ ପଦର୍ଶକ ହୋଇଛନ୍ତି। ଲୋକଙ୍କ ଆସ୍ଥା ବଜାୟ ରଖିବାକୁ ମୁଖ୍ୟମନ୍ତ୍ରୀ ପଞ୍ଚାୟତ ସଂସ୍ଥା ମାନଙ୍କୁ ପରାମର୍ଶ ଦେଇଥିଲେ।

ଗତ ୨୩ ବର୍ଷ ଧରି ତାଙ୍କ ସରକାର ଓଡିଶାବାସୀଙ୍କ ସେବା କରିଆସୁଛି। ୫-ଟି କାର‌୍ୟ୍ୟକ୍ରମରେ ରୂପାନ୍ତର ଆସିଛି। ମିଶନ ଶକ୍ତି, ସ୍କୁଲ ରୂପାନ୍ତର, ଐତିହ୍ୟ ସ୍ଥାନର ରୂପାନ୍ତର, କ୍ରୀଡା ଓ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ପରି ଯୋଜନା ବିକାଶର ହଲ୍‌ମାର୍କ ହୋଇଛି ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ପଞ୍ଚାୟତିରାଜ ସଂସ୍ଥା ମାନଙ୍କର ସଫଳତା ଏଥିରେ ଆଉ ଏକ ସୁବର୍ଣ୍ଣ ଅଧ୍ୟାୟ ଯୋଡିଛି।

ଏ ଅବସରରେ ପଞ୍ଚାୟତ ସଂସ୍ଥା ମାନଙ୍କର ସଫଳତାକୁ ଆହୁରି ଆଗକୁ ନେବା ପାଇଁ ମୁଖ୍ୟମନ୍ତ୍ରୀ କେତକ ନୂଆ ଘୋଷଣା କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ୨ ଟି ପଞ୍ଚାୟତ ଚିହ୍ନଟ କରାଯାଇ ୬୦ ଟି ଚବଦ୍ଭମଷବଚ୍ଚବଗ୍ଧ ଖରବକ୍ସଦ୍ଭସଦ୍ଭଶ ଉରଦ୍ଭଗ୍ଧରକ୍ସ ସ୍ଥାପନ କରାଯିବ। ଏକ ଜ୍ଞାନ ସମ୍ବଳ କେନ୍ଦ୍ର ଭାବେ ଏହା ପଞ୍ଚାୟତ ଅନୁଷ୍ଠାନ ମାନଙ୍କର ଦକ୍ଷତା ବୃଦ୍ଧିରେ ସାହଯ୍ୟ କରିବ। ପଞ୍ଚାୟତ ମାନଙ୍କ ମଧ୍ୟରେ ସୁସ୍ଥ ପ୍ରତିଯୋଗିତାର ଲକ୍ଷ ନେଇ ଖକ୍ଟମବକ୍ଷ ଉଷବଜ୍ଞକ୍ଟ୍ରସକ୍ଟଦ୍ଭ ଞକ୍ସବସଦ୍ଭସଦ୍ଭଶ ଚକ୍ସକ୍ଟଶକ୍ସବଜ୍ଞଜ୍ଞର କରାଯିବ। ରାଜ୍ୟ ଗ୍ରାମ ଉନ୍ନୟନ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନ ଦ୍ୱାରା ଏହା କରାଯିବ। ଅନୁସୂଚିତ ଅଞ୍ଚଳର ୭୦ ଟି ବ୍ଲକରେ ଝବଗ୍ଧରକ୍ଷକ୍ଷସଗ୍ଧର ଓଦ୍ଭଗ୍ଧରକ୍ସବମଗ୍ଧସଙ୍ଖର ଞରକ୍ସଜ୍ଞସଦ୍ଭବକ୍ଷ ସ୍ଥାପନ କରାଯାଇ ଦୂର ଶିକ୍ଷା ଯୋଗାଯୋଗ ବ୍ୟବସ୍ଥା କରାଯିବ। ରାଜ୍ୟ ଗ୍ରାମ ଉନ୍ନୟନ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନ (ଝଓଜଊ) ରେ ଅତ୍ୟାଧୁନିକ ଭିତ୍ତିଭୂମି ସୃଷ୍ଟି କରାଯିବ। ଏଥିରେ ୩୦୦ ଶଯ୍ୟା ବିଶିଷ୍ଟ ହଷ୍ଟେଲ, ୨୫୦ ଆସନ ବିଶିଷ୍ଟ ସମ୍ମିଳନୀ କକ୍ଷ ଓ ଝବଗ୍ଧରକ୍ଷକ୍ଷସଗ୍ଧର ଭବଗ୍ଦରୟ ଝଗ୍ଧଙ୍କୟସକ୍ଟ ସ୍ଥାପନ କରାଯିବ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଙୟସଗ୍ଦଷବ ଝକ୍ଟମସରଗ୍ଧଚ୍ଚ ଲକ୍ଟକ୍ସ ଝକ୍ଟମସବକ୍ଷ ଇଙ୍କୟସଗ୍ଧ, ଇମମକ୍ଟଙ୍କଦ୍ଭଗ୍ଧବଭସକ୍ଷସଗ୍ଧଚ୍ଚ ବଦ୍ଭୟ ଞକ୍ସବଦ୍ଭଗ୍ଦକ୍ଟ୍ରବକ୍ସରଦ୍ଭମଚ୍ଚ ସଂସ୍ଥାର ଏକ ଙ୍ଗରଭଗ୍ଦସଗ୍ଧର ଏବଂ ଆମ ପଞ୍ଚାୟତ ସେବା ପୋର୍ଟାଲର ଶୁଭାରମ୍ଭ କରିଥିଲେ। ପଞ୍ଚାୟତମାନଙ୍କ କାମରେ ଅଧିକ ସ୍ୱଚ୍ଛତା ଓ ଦକ୍ଷତା ଆଣିବା ପାଇଁ ଏହି ପୋର୍ଟାଲ ସହାୟକ ହେବ।

ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଓଡିଶାର ରୂପାନ୍ତର ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟିକୁ ପ୍ରଶଂସା କରିଥିଲେ। ସରକାରୀ ଯୋଜନା ଗୁଡିକର ସଫଳ କାର‌୍ୟ୍ୟାନ୍ବୟନରେ ପଞ୍ଚାୟତିରାଜ ସଂସ୍ଥା ମାନଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ଯୋଜନାର ସୁଫଳ ଯେପରି ପ୍ରତ୍ୟେକ ବ୍ୟକ୍ତି ପାଇବେ, ତାକୁ ନିଶ୍ଚିତ କରିବାକୁ ସେ ପଞ୍ଚାୟତ ସଂସ୍ଥା ମାନଙ୍କୁ ନିବେଦନ କରିଥିଲେ। ଶ୍ରମ ଓ ଇଏସ୍‌ଆଇ ମନ୍ତ୍ରୀ ସାରଦା ପ୍ରସାଦ ନାୟକ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ସଫଳ ନେତୃତ୍ବ ପାଇଁ ଓଡିଶା ଆଜି ବିଶ୍ବ ଦରବାରରେ ସମ୍ମାନର ଅଧିକାରୀ ହୋଇପାରିଛି।

ଏହି କାର‌୍ୟ୍ୟକ୍ରମରେ ଗଞ୍ଜାମ ଜିଲ୍ଲା ପରିଷଦର ଅଧ୍ୟକ୍ଷ ଅଞ୍ଜଳି ସ୍ବାଇଁ, ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା, ହିଞ୍ଜିଳି ପଞ୍ଚାୟତ ସମିତିର ଅଧ୍ୟକ୍ଷା ସରସ୍ବତୀ ସେଠୀ ଏବଂ ସୁନ୍ଦରଗଡ ବଣାଇଗଡ ପଞ୍ଚାୟତର ସରପଞ୍ଚ ନମିତା ନାଗ ପ୍ରମୁଖ ନିଜର ଅଭିଜ୍ଞତା ବର୍ଣ୍ଣନା କରି ଓଡିଶାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦିଗ୍‌ଦର୍ଶନର ପ୍ରଶଂସା କରିଥିଲେ। ତାଲିମ ସହିତ ବିଭିନ୍ନ ତଥ୍ୟ ସଂଗ୍ରହ କରାଯାଇ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରିବା ପରେ ସର୍ବ ଭାରତୀୟ ସ୍ତରରେ ଓଡିଶା ପୁରସ୍କୃତ ହୋଇପାରିଛି ବୋଲି ଜିଲ୍ଲାପାଳ କହିଥିଲେ।

ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା କହିଥିଲେ ଯେ ରାଜ୍ୟ ଯେଉଁ ସୁନାମ ଆଣିଛି, ତାହା ଆଗାମୀ ଦିନରେ ଆହୁରି ବୃଦ୍ଧି ପାଇବ। ସଶକ୍ତ ଓଡିଶା ଗଠନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ୟ ନିଶ୍ଚୟ ପୂରଣ ହେବ ବୋଲି ସେ କହିଥିଲେ।

କାର‌୍ୟ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପ୍ରମୁଖ ସଚିବ ସୁଶିଲ କୁମାର ଲୋହାନୀ ସ୍ୱାଗତ ଭାଷଣ ଦେଇଥିଲେ। ପାନୀୟ ଜଳ ନିର୍ଦ୍ଦେଶକ ବି. ପରମେଶ୍ବରନ ଧନ୍ୟବାଦ ଅର୍ପଣ କରିଥିଲେ।

ପୁରସ୍କାର –

ଜାତୀୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଗଞ୍ଜାମ ଜିଲ୍ଲା ପରିଷଦକୁ ୩୦ କୋଟି ଟଙ୍କା

ଜାତୀୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଥିବା ହିଞ୍ଜିଳିକାଟୁ ପଞ୍ଚାୟତ ସମିତିକୁ ୧୨ କୋଟି ଟଙ୍କା

ସ୍ବାସ୍ଥ୍ୟ ପାଇଁ ଜାତୀୟ ସ୍ତରରେ ଦ୍ବିତୀୟ ସ୍ଥାନ ଅଧିକାର କରିଥିବା ହିଞ୍ଜିଳିକାଟୁ ବ୍ଲକ୍‌ର କାଞ୍ଚୁରୁ ପଞ୍ଚାୟତକୁ ୨.୨୫ କୋଟି ଟଙ୍କା

ସ୍ବଚ୍ଛ ଓ ସବୁଜ ପଞ୍ଚାୟତ ଭାବରେ ଜାତୀୟ ସ୍ତରରେ ଦ୍ବିତୀୟ ସ୍ଥାନ ଅଧିକାର କରିଥିବା ହିଞ୍ଜିଳିକାଟୁ ବ୍ଲକ୍‌ର ଶାସନ ଆମ୍ବଗାଁ ପଞ୍ଚାୟତକୁ ୨.୨୫ କୋଟି ଟଙ୍କା

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ପିଡିଏସ୍ ଡିଲର ମାନଙ୍କ ପାଇଁ ପ୍ରୋତ୍ସାହନ ରାଶିରେ ସଂଶୋଧନ

ଦିଲ୍ଲୀ: ଖାଦ୍ୟ ଏବଂ ସାଧାରଣ ବଂଟନ ବିଭାଗ ରାଜ୍ୟ/କେନ୍ଦ୍ର ଶାସିତ ଅଂଚଳର ସରକାର ମାନଙ୍କୁ ଆନ୍ତଃ ରାଜ୍ୟ ଚଳାଚଳ, ଖାଦ୍ୟଶସ୍ୟର ପରିଚାଳନା ଏବଂ କଂଟ୍ରୋଲ ଡିଲର ମାନଙ୍କୁ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍, ୨୦୧୩ ଅଧୀନରେ ବିଜ୍ଞପ୍ତି ତାରିଖ ୨୩ ମେ ୨୦୨୨ ଅନୁସାରେ ପ୍ରଦାନ କରା ଯାଉଥିବା କେନ୍ଦ୍ରୀୟ ସହାୟତାର ନିୟମରେ ସଂଶୋଧନ କରିଛନ୍ତି।

କେନ୍ଦ୍ରୀୟ ସହାୟତାର ସଂଶୋଧିତ ନିୟମ ଗୁଡିକର ସାରାଂଶ ନିମ୍ନ ସାରଣୀରେ ପ୍ରଦାନ କରାଗଲା ଏବଂ ୧ ଏପ୍ରିଲ୍ ୨୦୨୨ ଠାରୁ ସେହି ସବୁ ରାଜ୍ୟ/ କେନ୍ଦ୍ର ଶାସିତ ଅଂଚଳର ସରକାରଙ୍କ ପାଇଁ ଏହା ଲାଗୁ ହେବ, ଯେଉଁମାନେ ଧାରା ୧୨ରେ ଉଲ୍ଲେଖ କରା ଯାଇଥିବା ପରିବର୍ତନ/ ସଂସ୍କାର ଗୁଡିକର ଏବଂ କେନ୍ଦ୍ର ସରକାରଙ୍କ ଦ୍ୱାରା ସମୟାନ୍ତରରେ ପ୍ରଦାନ କରାଯାଉଥିବା ନିର୍ଦ୍ଦେଶାବଳୀ ଗୁଡିକର ଅନୁପାଳନ କରୁଥିବେ।

ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍, ୨୦୧୩ ଅଧୀନରେ ରାଜ୍ୟ/ କେନ୍ଦ୍ର ଶାସିତ ଅଂଚଳର ସରକାର ମାନଙ୍କ ପାଇଁ ଆନ୍ତଃ ରାଜ୍ୟ ପରିବହନ, କଂଟ୍ରୋଲ ଡିଲର ମାନଙ୍କ ଦେୟ ବାବଦକୁ କେନ୍ଦ୍ରୀୟ ସହାୟତା ପ୍ରଦାନର ବ୍ୟବସ୍ଥା କରିଛନ୍ତି। ଯାହା ଦ୍ୱାରା ଏହି ମୂଲ୍ୟ ଗୁଡିକ ଅଧିକ ଦର ଭାବରେ ହିତାଧିକାରୀ ମାନଙ୍କ ଉପରକୁ ଯିବ ନାହିଁ ଏବଂ ଏହି ଆଇନ୍ ଅଧୀନରେ ସ୍ଥିର କରା ଯାଇଥିବା ଦର ସବୁ ସ୍ଥାନରେ ସମାନ ରଖା ଯାଇପାରିବ। ଏହି ସବୁ ନିୟମ ଗୁଡିକ ପ୍ରଥମେ ୨୦୧୫ ମସିହାରେ ସ୍ଥିର କରା ଯାଇଥିଲା।

କେନ୍ଦ୍ରୀୟ ସହାୟତାର ଏହି ନିୟମ ଗୁଡିକ ଏନ୍ଏଫ୍ଏସ୍ଏ ଆଇନ୍, ୨୦୧୩ ଲାଗୁ ହେବାର ୩ ବର୍ଷ ପରେ ପୁନର୍ବାର ଅବଲୋକନ କରାଯିବାର ବ୍ୟବସ୍ଥା ରହିଥିଲା। ନିୟମ ଗୁଡିକ ଅର୍ଥନୈତିକ ବ୍ୟାପାର ଉପରେ ଥିବା କ୍ୟାବିନେଟ୍ କମିଟିର ଅନୁମୋଦନ କ୍ରମେ ସଂଶୋଧିତ ହୋଇଛି।

କେନ୍ଦ୍ରୀୟ ସହାୟତା ପ୍ରଦାନ କରାଯିବା ପାଇଁ ରାଜ୍ୟ/ କେନ୍ଦ୍ରଶାସିତ ଅଂଚଳ ଗୁଡିକୁ ଦୁଇ ଗୋଟି ବର୍ଗରେ ବର୍ଗୀକୃତ କରା ଯାଇଛି, ଯଥା – ସାଧାରଣ ବର୍ଗର ରାଜ୍ୟ ସମୂହ ଏବଂ ବିଶେଷ ବର୍ଗର ରାଜ୍ୟ ସମୂହ। ଉତର ପୂର୍ବ ଅଂଚଳ, ପାର୍ବତ୍ୟାଂଚଳ ଏବଂ ଦ୍ୱୀପାଂଚଳ ଗୁଡିକରେ ରହିଥିବା ରାଜ୍ୟ ଗୁଡିକ ବିଶେଷ ବର୍ଗର ରାଜ୍ୟ ମାନଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ ହୋଇଥିବା ବେଳେ ଅବଶିଷ୍ଟ ରାଜ୍ୟ/କେନ୍ଦ୍ର ଶାସିତ ଅଂଚଳ ଗୁଡିକ ସାଧାରଣ ବର୍ଗର ରାଜ୍ୟ ଗୁଡିକ ମଧ୍ୟରେ ଅନ୍ତର୍ଭୁକ୍ତ ହୋଇଛନ୍ତି।

ଉତ୍ତର ପୂର୍ବ ଅଂଚଳ, ପାର୍ବତ୍ୟାଂଚଳ ଏବଂ ଦ୍ୱୀପାଂଚଳ ଗୁଡିକରେ ସାଧାରଣ ବର୍ଗର ରାଜ୍ୟ/କେନ୍ଦ୍ର ଶାସିତ ଅଂଚଳ ଗୁଡିକ ତୁଳନାରେ ଅଧିକ କଷ୍ଟକର ଅବସ୍ଥା ରହିଥିବାରୁ ଖାଦ୍ୟଶସ୍ୟ ପ୍ରଦାନ ପ୍ରକ୍ରିୟାକୁ ବିଚାରକୁ ନିଆ ଯାଇ ଦର ବୃଦ୍ଧି ଉପରେ ବିଶେଷ ଧ୍ୟାନ ଦିଆ ଯାଇଛି। କେନ୍ଦ୍ରୀୟ ସହାୟତାର ବର୍ଦ୍ଧିତ ଦର ସମଗ୍ର ଦେଶରେ ପାଂଚ ଲକ୍ଷରୁ ଅଧିକ ସୁଲଭ ମୂଲ୍ୟର ଦୋକାନ (କଂଟ୍ରୋଲ ଦୋକାନ ) ଗୁଡିକର କାର୍ଯ୍ୟକ୍ଷମତାରେ ଉନ୍ନତି ଘଟାଇବ।

Categories
ବିଶେଷ ଖବର

ସେବା ନିବୃତ୍ତ ହେଉଥିବା ଅଙ୍ଗନବାଡୀ କର୍ମୀ ଓ ସହାୟକମାନଙ୍କ ପାଇଁ ପ୍ରୋତ୍ସାହନ ରାଶି ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଗ୍ରାମାଞ୍ଚଳରେ ପିଲାମାନଙ୍କ ସ୍ବାସ୍ଥ୍ୟ, ପୁଷ୍ଟିସାଧନ ଓ ଶିକ୍ଷା ତଥା ମହିଳା ମାନଙ୍କ ସଚେତନତା କ୍ଷେତ୍ରରେ ଅଙ୍ଗନବାଡୀ କର୍ମୀ ମାନଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ଅଙ୍ଗନବାଡୀ ସେବା ଯୋଜନାରେ ରାଜ୍ୟରେ ନିଯୁକ୍ତ ଅଙ୍ଗନବାଡୀ କର୍ମୀ, ମିନି ଅଙ୍ଗନବାଡୀ କର୍ମୀ ଓ ଅଙ୍ଗନବାଡୀ ସହାୟିକାମାନେ ୬୨ ବର୍ଷ ବୟସରେ ସେବାରୁ ନିବୃତ ହେବା ସମୟରେ ସେମାନଙ୍କୁ ପ୍ରୋତ୍ସାହନ ରାଶି ଦିଆଯାଉଛି। ସେମାନଙ୍କ କାର୍ଯ୍ୟର ଗୁରୁତ୍ବ ତଥା ସେମାନଙ୍କ ନିଷ୍ଠାପର କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେବା ନିବୃତ ଅଙ୍ଗନବାଡୀ କର୍ମୀ ମାନଙ୍କ ପ୍ରୋତ୍ସାହନ ରାଶିର ପରିମାଣ ବୃଦ୍ଧି କରିଛନ୍ତି।

୧. ଅଙ୍ଗନବାଡୀ କର୍ମୀମାନେ ସେବା ନିବୃତ ହେବା ସମୟରେ ୨୦ ହଜାର ଟଙ୍କା ବଦଳରେ ଏକକାଳୀନ ୪୦ ହଜାର ଟଙ୍କା ପ୍ରୋତ୍ସାହନ ରାଶି ପାଇବେ।

୨. ମିନି ଅଙ୍ଗନବାଡୀ କର୍ମୀମାନଙ୍କର ପ୍ରୋତ୍ସାହନ ରାଶି ୧୫ ହଜାର ଟଙ୍କାରୁ ୩୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି।

୩. ଅଙ୍ଗନବାଡୀ ସହାୟିକା ମାନଙ୍କର ପ୍ରୋତ୍ସାହନ ରାଶି ୧୦ ହଜାର ଟଙ୍କାରୁ ୨୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି।

ଏହି ନୂତନ ପ୍ରୋତ୍ସାହନ ରାଶି ପିଚ୍ଛିଲା ଭାବେ ୨୦୧୯ ଜାନୁଆରୀ ପହିଲା ଠାରୁ ଲାଗୁ କରାଯାଇଛି। ଏହାଦ୍ବାରା ବର୍ତ୍ତମାନ ସୁଦ୍ଧା ସେବା ନିବୃତ ହୋଇଥିବା ୧୯୯୧ ଜଣ ଅଙ୍ଗନବାଡୀ କର୍ମୀ, ମିନି ଅଙ୍ଗନବାଡୀ କର୍ମୀ ଓ ଅଙ୍ଗନବାଡୀ ସହାୟିକା ଉପକୃତ ହେବେ। ଏହି ଘୋଷଣା ଦ୍ବାରା ରାଜ୍ୟର ୧ ଲକ୍ଷ ୩୦ ହଜାର ଅଙ୍ଗନବାଡୀ କର୍ମୀ ଉପକୃତ ହେବେ।

ଅଙ୍ଗନବାଡୀ କର୍ମୀ, ମିନି ଅଙ୍ଗନବାଡୀ କର୍ମୀ ଓ ଅଙ୍ଗନବାଡୀ ସହାୟିକାମାନେ କାର୍ଯ୍ୟରତ ଥିବା ସମୟରେ ଅସୁସ୍ଥତା ଯୋଗୁ କୌଣସି ସରକାରୀ କିମ୍ବା ସରକାରଙ୍କ ଦ୍ବାରା ତାଲିକାଭୁକ୍ତ ଚିକିତ୍ସାଳୟରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିଲେ, ସେମାନଙ୍କୁ ସେହି ସମୟ ପାଇଁ ପ୍ରତିବର୍ଷ ସବୈତନିକ ଚିକିତ୍ସା ଛୁଟି (Paid Medical Leave) ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।