Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଦଶମ ପାଶ୍ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର, ପୁଣି ଥରେ ସରକାର ବଢାଇଲେ ନାମଲେଖା ସମୟ

ଭୁବନେଶ୍ବର: ପୁଣି ଥରେ ରାଜ୍ୟ ସରକାର ଦଶମ ପାଶ ଛାତ୍ରଛାତ୍ରୀଙ୍କ ନାମଲେଖା ସମୟ ବୃଦ୍ଧି କରିଛନ୍ତି। ଏ ନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ତରଫରୁ ସୂଚନା ଦିଆଯାଇଛି। ସେହି ଅନୁସାରେ ଯେଉଁମାନେ ପ୍ରଥମ ପର୍ଯ୍ୟାୟରେ ନାମଲେଖାଇ ପାରି ନାହିଁନ୍ତି, ସେମାନେ ଏହି ନାମଲେଖାରେ ଭାଗ ନେଇପାରିବେ।

ଏହି ଛାତ୍ରଛାତ୍ରୀମାନେ ଆସନ୍ତାକାଲି ଅର୍ଥାତ ସେପ୍ଟେମ୍ବର ୧୦ରୁ ୨୭ ତାରିଖ ଭିତରେ ଅନଲାଇନରେ ଆବେଦନ କରିପାରିବେ। ସେଥିପାଇଁ ଛାତ୍ରଛାତ୍ରୀ ବା ଅଭିବାବକମାନେ ଲଗଅନ କରି ଏହି ଆବେଦନ କରିପାରିବେ। ଲଗଅନ ଆଇଡି ହେଲା www.samsodisha.gov.in । ମୁଖ୍ୟତଃ ଯେଉଁମାନେ ପ୍ରଥମ ପର୍ଯ୍ୟାୟରେ କୌଣସି କାରଣରୁ ନାମ ଲେଖାଇପାରିଲେ ନାହିଁ, ସେମାନଙ୍କୁ ଆଉ ଏକ ସୁଯୋଗ ପ୍ରଦାନ କରାଯାଉଛି।

Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତାକାଲି ପ୍ରକାଶ ପାଇବ +2 ପରୀକ୍ଷା ଫଳ, କେମିତି ଜାଣିବେ ରେଜଲଟ ?

ଭୁବନେଶ୍ବର : ଆସନ୍ତାକାଲି ପ୍ରକାଶ ପାଇବ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ । ଅପରାହ୍ନ ୪ଟାରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ଏହା ପ୍ରକାଶ ପାଇବ ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ।

ପ୍ରଥମ ପର୍ଯ୍ୟାୟରେ ବିଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ ବାହାରିବା । ଏହାର ସପ୍ତାହ ପରେ ଯୁକ୍ତ ଦୁଇ କଳା ରେଜଲଟ ପ୍ରକାଶ ପାଇବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି । ପରୀକ୍ଷାର୍ଥୀମାନେ orissaresults.nic.in ଜରିଆରେ ସେମାନଙ୍କର ରେଜଲ୍ଟ ବିଷୟରେ ଜାଣି ପାରିବେ।