Categories
ଆଜିର ଖବର ରାଜ୍ୟ ଖବର

କୁହୁଡ଼ି: ବିଦେଶୀ ମଦ ଦୋକାନକୁ ବିରୋଧ, ପ୍ଲା କାର୍ଡ଼ ଧରି ବିକ୍ଷୋଭ ପ୍ରଦର୍ଶନ କଲେ ସ୍ଥାନୀୟ ଜନସାଧାରଣ

ସୀତାରାମ ଅଗ୍ରୱାଲ

କୁହୁଡ଼ି: ରାଜ୍ୟ ସରକାରଙ୍କ ପକ୍ଷରୁ ଖୋର୍ଦ୍ଧା ଜିଲ୍ଲା କୁହୁଡ଼ି ଅଞ୍ଚଳରେ ଏକ ବିଦେଶୀ ମଦ ଦୋକାନ ଖୋଲିବା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। କିନ୍ତୁ ଏହାକୁ ନେଇ ସ୍ଥାନୀୟ ଲୋକ ବିରୋଧ କରିଛନ୍ତି।

ବିଗତ ଦିନରେ କୁହୁଡ଼ି, ରତନପୁର, ସୋରଣ ଅଞ୍ଚଳରେ ମଦ ପିଇ ବହୁ ଲୋକ ମୃତ୍ୟୁବରଣ କରିଛନ୍ତି। ମଦ ଯୋଗୁଁ ଚୋରି ଡକାୟତି ରାହାଯାନୀ ଭଳି ଅପରାଧ ଏହି ଅଂଚଳରେ ପ୍ରତିଦିନ ଘଟୁଛି।

ତେଣୁ ଏହାକୁ ବିରୋଧ କରି କୁହୁଡ଼ି ଗ୍ରାମ ପଞ୍ଚାୟତର ଶତାଧିକ ମହିଳା ଓ ପୁରୁଷ ହାତରେ ପ୍ଲା କାର୍ଡ଼ ଧରି ମଦ ବିରୋଧୀ ସ୍ଲୋଗାନ ଦେଇଥିଲେ। ଏବଂ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ କୁହୁଡ଼ି ରାଜସ୍ବ ନିରୀକ୍ଷକ ଜରିଆରେ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଆଗାମୀ ଦିନରେ ମଦ ଦୋକାନ ଖୋଲିଵା ନିଷ୍ପତ୍ତିକୁ ପ୍ରତ୍ୟାହାର କରାନଗଲେ ଆନ୍ଦୋଳନକୁ ତୀବ୍ର କାରାଯିବ ବୋଲି ସ୍ଥାନୀୟ ଲୋକ କହିଥିଲେ।