Categories
ଆଜିର ଖବର ରାଜ୍ୟ ଖବର

ଟାଙ୍ଗୀ: ଦନ୍ତା ଆକ୍ରମଣରେ ଫରେଷ୍ଟ ଅଫିସର ଗୁରୁତର

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଦନ୍ତା ଆକ୍ରମଣରେ ଜଣେ ଫରେଷ୍ଟର ଗୁରୁତର ହୋଇପଡିଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। କିନ୍ତୁ ସ୍ବାସ୍ଥ୍ୟବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଭୁବନେଶ୍ୱର ଏମସ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ସୂଚନା ଅନୁଯାୟୀ, ସୌରି କୁମାର ପାତ୍ର (୩୬) ଖୋର୍ଦ୍ଧା ଡିଭିଜନ୍ ରଣପୁର ରେଂଜ୍ ଶଙ୍ଖଯୋଡି ସେକସନ୍ ରେ ଫରେଷ୍ଟ ଅଫିସର ଭାବେ ଦାୟିତ୍ୱ ନିର୍ବାହ କରୁଥିଲେ।
ତେବେ ଗତ କାଲି ରାତିରେ ଟାଙ୍ଗୀ ରେଂଜ୍ ଉଦୁଗିରି ଜଙ୍ଗଲରୁ ଗୋଟିଏ ଗୋଠ ଛଡା ଦନ୍ତା ଉଦୁଗିରି ଜଙ୍ଗଲରୁ ବାହାରି ଟାଙ୍ଗୀ ନିକଟସ୍ଥ ରଣପୁର ରେଂଜ୍ ଉପେନ୍ଦ୍ର ପୁର ଗ୍ରାମ ନିକଟକୁ ପଳାଇ ଯାଇ ଜଣଙ୍କର ବାରି ପଟେ ପଶିଥିଲା।

ଖବର ପାଇ ବନ କର୍ମଚାରୀମାନେ ଦନ୍ତାକୁ ଘଉଡାଇବା ବେଳେ ଦନ୍ତା ଅତର୍କିତ ଭାବେ ପ୍ରତି ଆକ୍ରମଣ କରିଥିଲା। ତେବେ ଫରେଷ୍ଟ ଅଫିସର ଜଣଙ୍କ ଏକୁଟିଆ ପଡି ଯିବାରୁ ତାଙ୍କୁ ଆକ୍ରମଣ କରିଥିଲା। ଦନ୍ତା ଟି ଫରେଷ୍ଟର ସୌରି ପାତ୍ରଙ୍କ ଛାତି ଉପରେ ଖୋଜ ପକାଇଥିବା ଜଣା ପଡିଛି। ଖବର ପାଇ ଟାଙ୍ଗୀ ବନ୍ୟ ପ୍ରାଣୀ ରେଂଜ୍ ଅଫିସର ଚୁଡାରାଣୀ ମୁର୍ମୁ ସଦଳେ ବଳେ ଘଟଣା ସ୍ଥଳରେ ପହଂଚି ସୌରି ପାତ୍ରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ। ତାଙ୍କର ଛାତି ହାଡ ଭାଙ୍ଗି ଯାଇଥିବା ଅନୁମାନ କରାଯାଊଛି। ପରେ ତାଙ୍କର ଅଧିକ ଚିକିତ୍ସା ଲାଗି ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି।