Categories
ବିଶେଷ ଖବର

ଫ୍ରାନ୍ସ ଓ ୟୁଏଇ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଭିଭାଷଣ

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇ ଦିନିଆ ଫ୍ରାନ୍ସ ଗସ୍ତରେ ଯାଇଛନ୍ତି। ଏହାପରେ ଆସନ୍ତା ୧୫ ତାରିଖରେ ପ୍ରଧାନମନ୍ତ୍ରୀ ମୋଦୀ ୟୁଏଇ ଗସ୍ତ କରିବେ। ତେବେ ଏହି ଗସ୍ତ ପୂର୍ବରୁ ଅର୍ଥାତ ବିମାନ ବନ୍ଦରରୁ ପ୍ରସ୍ଥାନ କରିବା ସମୟରେ ଏହି ଗସ୍ତକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀ ନିଜର ମନ୍ତବ୍ୟ ପ୍ରଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, “ମୋର ବନ୍ଧୁ ଫ୍ରାନ୍ସର ରାଷ୍ଟ୍ରପତି ମାନ୍ୟବର ଇମାନୁଏଲ ମାକ୍ରୋନ୍‌ଙ୍କ ନିମନ୍ତ୍ରଣ କ୍ରମେ ମୁଁ ଏକ ସରକାରୀ ଗସ୍ତରେ ଜୁଲାଇ ୧୩ ରୁ ୧୪ ତାରିଖ ପର୍ଯ୍ୟନ୍ତ ଫ୍ରାନ୍ସ ଯାଉଛି।

ଏହି ଗସ୍ତ ବିଶେଷ ସ୍ୱତନ୍ତ୍ର। କାରଣ ମୁଁ ଫ୍ରାନ୍ସର ଜାତୀୟ ଦିବସ ଅଥବା ପ୍ୟାରିସରେ ଅନୁଷ୍ଠିତ ବଷ୍ଟିଲ୍ ଡେ ଉତ୍ସବରେ ଅତିଥି ଅତିଥି ଭାବରେ ଯୋଗଦେବି। ବଷ୍ଟିଲ ଡେ ପ୍ୟାରେଡର ଭାରତୀୟ ସେନାର ତିନିଟି ଦଳ ଅଂଶବିଶେଷ ଥିବାବେଳେ ଭାରତୀୟ ବାୟୁସେନାର ବିମାନ ଏହି ଅବସରରେ ଏକ ଉଡାଣ କୌଶଳ ପ୍ରଦର୍ଶନ କରିବ।

ଏହି ବର୍ଷ ଆମର ରଣନୀତିକ ଭାଗିଦାରୀର ୨୫ ତମ ବାର୍ଷିକୀ ପାଳନ କରାଯାଉଛି।  ଗଭୀର ବିଶ୍ୱାସ ଏବଂ ପ୍ରତିବଦ୍ଧତାର ଅନୁରୂପ ଆମର ଦୁଇ ଦେଶ ପ୍ରତିରକ୍ଷା, ମହାକାଶ, ବେସାମରିକ, ଆଣବିକ, ଅର୍ଥନୀତି, ବାଣିଜ୍ୟ, ପୁଞ୍ଜି ବିନିଯୋଗ, ଶିକ୍ଷା, ସଂସ୍କୃତି ଏବଂ ଲୋକ ସମ୍ପର୍କ କ୍ଷେତ୍ରରେ ଘନିଷ୍ଠ ଭାବରେ ସହଯୋଗ କରନ୍ତି। ଆମେ ମଧ୍ୟ ଆଞ୍ଚଳିକ ଏବଂ ବିଶ୍ୱ ସ୍ତରୀୟ ପ୍ରସଙ୍ଗରେ ଏକତ୍ର କାର୍ଯ୍ୟ କରୁ।

ମୁଁ ରାଷ୍ଟ୍ରପତି ମାକ୍ରୋନ୍‌ଙ୍କୁ ଭେଟିବାକୁ ଏବଂ ଆଗାମୀ ୨୫ ବର୍ଷ ମଧ୍ୟରେ ଏହି ଦୀର୍ଘସ୍ଥାୟୀ ଏବଂ ସମୟ ପରୀକ୍ଷିତ ଭାଗିଦାରୀକୁ ଆଗକୁ ନେବା ପାଇଁ ବ୍ୟାପକ ଆଲୋଚନା କରିବାକୁ ଅପେକ୍ଷା କରିଛି। ୨୦୨୨ ମସିହାରେ ମୋର ଶେଷ ସରକାରୀ ଗସ୍ତ ପରଠାରୁ ରାଷ୍ଟ୍ରପତି ମାକ୍ରୋନଙ୍କୁ ଅନେକ ଥର ସାକ୍ଷାତ କରିବାର ସୁଯୋଗ ପାଇଛି। ନିକଟରେ ଜି -୭ ସମ୍ମିଳନୀ ସମୟରେ ଜାପାନର ହିରୋସିମାଠାରେ ସାକ୍ଷାତ କରିଥିଲି।

ମୁଁ ମଧ୍ୟ ଫ୍ରାନ୍ସର ନେତୃମଣ୍ଡଳୀ, ଫ୍ରାନ୍ସର ପ୍ରଧାନମନ୍ତ୍ରୀ ମାନ୍ୟବର ଶ୍ରୀମତୀ ଏଲିଜାବେଥ ବୋର୍ନ, ସିନେଟର ସଭାପତି ମାନ୍ୟବର ଜେରାର୍ଡ ଲାରଚର ଏବଂ ନେସନାଲ ଆସେମ୍କିର ସଭାପତି ମାନ୍ୟବର ଶ୍ରୀମତୀ ୟେଲ ବ୍ରାଉନ୍‌-ପିଭେଟ୍‌ଙ୍କ ସହିତ ମୋର ପାରସ୍ପରିକ ଆଲୋଚନାକୁ ଅପେକ୍ଷା କରିଛି।

ମୋର ଏହି ଗସ୍ତ ସମୟରେ, ମୁଁ ଭାରତୀୟ ସମ୍ପ୍ରଦାୟ, ଉଭୟ ଦେଶର ଅଗ୍ରଣୀ ସିଇଓ ତଥା ଫ୍ରାନ୍ସର ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ ଭେଟିବାର ସୁଯୋଗ ପାଇବି। ମୁଁ ନିଶ୍ଚିତ ଯେ ମୋର ଗସ୍ତ ଆମର ରଣନୀତିକ ଭାଗିଦାରୀ ପାଇଁ ଏକ ନୂତନ ପ୍ରେରଣା ଯୋଗାଇବ।

ପ୍ୟାରିସରୁ ମୁଁ ଜୁଲାଇ ୧୫ ରେ ଏକ ସରକାରୀ ଗସ୍ତ ପାଇଁ ସଂଯୁକ୍ତ ଆରବ ଏମିରେଟ୍ସର ଆବୁଧାବି ଯାତ୍ରା କରିବି। ମୁଁ ମୋର ବନ୍ଧୁ  ୟୁଏଇର ରାଷ୍ଟ୍ରପତି ତଥା ଆବୁଧାବିର ଶାସକ ମାନ୍ୟବର ଶ୍ରୀ ଶେଖ ମହମ୍ମଦ ବିନ୍‍ ଜାଏଦ ଅଲ୍‍ ନାହ୍ୟାନଙ୍କୁ ଭେଟିବାକୁ ଅପେକ୍ଷା କରିଛି।

ଆମର ଦୁଇ ଦେଶ ବାଣିଜ୍ୟ, ପୁଞ୍ଜି ବିନିଯୋଗ, ଶକ୍ତି, ଖାଦ୍ୟ ନିରାପତ୍ତା, ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା, ଶିକ୍ଷା, ଫିନଟେକ୍‌, ପ୍ରତିରକ୍ଷା, ନିରାପତ୍ତା ଏବଂ ଦୃଢ ଲୋକ-ସମ୍ପର୍କ ଭଳି ବିଭିନ୍ନ କ୍ଷେତ୍ର ମଧ୍ୟରେ ଜଡିତ। ଗତ ବର୍ଷ ରାଷ୍ଟ୍ରପତି ଶେଖ ମହମ୍ମଦ ବିନ୍ ଜାଏଦ ଏବଂ ମୁଁ ଆମର ଭାଗିଦାରୀର ଭବିଷ୍ୟତ ବିଷୟରେ ଏକ ରୋଡମ୍ୟାପରେ ସହମତ ହୋଇଥିଲୁ ଏବଂ ତାଙ୍କ ସହ କିପରି ଆମର ସମ୍ପର୍କକୁ ଆହୁରି ଗଭୀର କରିହେବ ସେ ବିଷୟରେ ଆଲୋଚନା କରିବାକୁ ମୁଁ ଅପେକ୍ଷା କରିଛି।

ୟୁଏଇ ଚଳିତ ବର୍ଷ ଶେଷରେ ୟୁଏନଏଫ୍‍ସିସିସି (ସିଓପି-୨୮) ର ୨୮ ତମ ସମ୍ମିଳନୀ ଆୟୋଜନ କରିବ। ଶକ୍ତି ପରିବର୍ତ୍ତନ ଏବଂ ପ୍ୟାରିସ୍ ଚୁକ୍ତିନାମାକୁ କାର୍ଯ୍ୟକାରୀ କରିବା ପାଇଁ ଜଳବାୟୁ କ୍ଷେତ୍ରରେ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଦିଗରେ ବିଶ୍ୱ ସହଯୋଗକୁ ମଜବୁତ କରିବା ଉପରେ ମଧ୍ୟ ମତ ବିନିମୟ କରିବାକୁ ମୁଁ ଉତ୍ସକୁ ଅଛି।

ମୁଁ  ନିଶ୍ଚିତ  ଯେ ମୋର ୟୁଏଇ ଗସ୍ତ ଆମର ବିସ୍ତୃତ ରଣନୀତିକ ଭାଗିଦାରୀରେ ଏକ ନୂତନ ଅଧ୍ୟାୟ ଆରମ୍ଭ କରିବ।”

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଭାରତକୁ ମିଳିପାରେ ୨୬ ଟି ରାଫେଲ-ଏମ ଯୁଦ୍ଧ ବିମାନ, ପ୍ରଧାନମନ୍ତ୍ରୀଙ୍କ ଫ୍ରାନ୍ସ ଗସ୍ତରେ ଲାଗିବ ମୋହର

ନୂଆଦିଲ୍ଲୀ: ଚୀନ୍ ଏବଂ ପାକିସ୍ଥାନ ସାମ୍ନାରେ ଭାରତ କ୍ରମାଗତ ଭାବେ ନିଜକୁ ମଜବୁତ କରୁଛି। ଗତ କିଛି ବର୍ଷ ମଧ୍ୟରେ ଭାରତର ସାମରିକ ଶକ୍ତି ବହୁତ ବୃଦ୍ଧି ପାଇଛି। ଏହି ସମୟରେ ଭାରତୀୟ ନୌସେନାର ଜାହାଜର ଶକ୍ତି ମଧ୍ୟ ବହୁଗୁଣିତ ହେବାକୁ ଯାଉଛି। INS Vikrant ପାଇଁ ଫ୍ରାନ୍ସରୁ ୨୬ ରାଫାଲ୍ (ସମୁଦ୍ର ଯୁଦ୍ଧ ବିମାନ) ବିମାନ ପାଇଁ ଏକ ଚୁକ୍ତି ହୋଇପାରେ, ଯାହା ପିଏମ ମୋଦୀଙ୍କ ଗସ୍ତ ସମୟରେ ସ୍ୱାକ୍ଷରିତ ହେବାର ସମ୍ଭାବନା ଅଛି। କୁହାଯାଉଛି ଯେ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତ ପୂର୍ବରୁ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ ବୈଠକରେ ଏହି କୋଟି କୋଟି ଚୁକ୍ତି ଉପରେ ଅନ୍ତିମ ମୋହର ଲାଗିପାରେ।

ହିନ୍ଦୁସ୍ତାନ ଟାଇମ୍ସର ରିପୋର୍ଟ ଅନୁଯାୟୀ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତ ସମୟରେ ତିନୋଟି ବୁଡ଼ାଜାହାଜ ନିର୍ମାଣ ବିଷୟରେ ଆଲୋଚନା ହୋଇପାରେ। ମେକ୍ ଇନ୍ ଇଣ୍ଡିଆ କାର୍ଯ୍ୟକ୍ରମ ଅଧୀନରେ ସେଗୁଡିକୁ ଭାରତକୁ ଆଣିବା ବିଷୟରେ ଆଲୋଚନା ହୋଇପାରେ। ଅର୍ଥାତ୍ ସେଗୁଡିକ କେବଳ ଭାରତରେ ପ୍ରସ୍ତୁତ ହୋଇପାରିବେ। ତେବେ ଏପର୍ଯ୍ୟନ୍ତ ସରକାରଙ୍କଠାରୁ ଏ ସମ୍ପର୍କରେ କୌଣସି ସୂଚନା ଆସିନାହିଁ। ଆଗାମୀ କିଛି ଦିନ ମଧ୍ୟରେ, ଏହା ଉପରେ ଚିତ୍ର ସ୍ପଷ୍ଟ ହୋଇପାରେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୩ ରୁ ୧୪ ଜୁଲାଇ ମଧ୍ୟରେ ଫ୍ରାନ୍ସ ଗସ୍ତରେ ଆସିବେ। ଏହି ସମୟ ମଧ୍ୟରେ ହେବାକୁ ଥିବା ପ୍ରତିରକ୍ଷା ଚୁକ୍ତି ସମ୍ପର୍କରେ ଉଭୟ ଦେଶରୁ ନିରବତା ବଜାୟ ରହିଛି। କିନ୍ତୁ ବିଶ୍ୱାସ କରାଯାଏ ଯେ ପ୍ରତିରକ୍ଷା କାରବାର ପାଇଁ ଭାରତ ଏବଂ ଫ୍ରାନ୍ସ ଏକ ରୋଡମ୍ୟାପ ପ୍ରସ୍ତୁତ କରିପାରନ୍ତି। ଫ୍ରାନ୍ସ କମ୍ପାନୀଗୁଡିକ ସହାୟତାରେ ଭାରତ ଇଞ୍ଜିନ ଏବଂ ଅନ୍ୟାନ୍ୟ ଜିନିଷ ତିଆରି କରିବାକୁ ଚେଷ୍ଟା କରିବ। ଏଥିରେ ବିଶେଷ ଭାବରେ ଭାରତୀୟ ନୌସେନା ପାଇଁ ଅନେକ ପ୍ରକାରର ନୂତନ ଟେକ୍ନୋଲୋଜି ଅସ୍ତ୍ର କ୍ରୟ କରାଯାଇପାରିବ। ଚୀନ୍ ମଧ୍ୟ ସାମୁଦ୍ରିକ ସୀମାରେ ଭାରତ ପାଇଁ ବିପଦ ସୃଷ୍ଟି କରୁଛି, ଏଭଳି ପରିସ୍ଥିତିରେ ଫ୍ରାନ୍ସ ସହିତ ଏହି ଚୁକ୍ତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇପାରେ।

ରିପୋର୍ଟରେ କୁହାଯାଇଛି ଯେ, ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତ ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଦ୍ୱାରା ଏକ ବୈଠକ ଡକାଯାଇଛି। ଜୁଲାଇ ୧୩ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ଭାରତୀୟ ନୌସେନା ପାଇଁ ୨୬ ଟି ରାଫେଲ-ଏମ ଯୁଦ୍ଧ ବିମାନ କିଣିବା ପ୍ରସ୍ତାବକୁ ଅନୁମୋଦନ କରାଯାଇପାରେ। ସେଥିପାଇଁ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ (DAC) ର ଏହି ବୈଠକ ଉପରେ ସମସ୍ତଙ୍କ ନଜର ରହିଛି।

ଫ୍ରାନ୍ସରେ ରାଫାଲେ-ଏମ ଯୁଦ୍ଧ ବିମାନ ସମୁଦ୍ରରେ ନଜର ରଖିବା ଏବଂ ଯୁଦ୍ଧ ପାଇଁ ଅତ୍ୟନ୍ତ ସଠିକ ବୋଲି ବିବେଚନା କରାଯାଇଛି। କୁହାଯାଉଛି ଯେ, ଆମେରିକାର ଯୁଦ୍ଧ ବିମାନ ହର୍ନେଟ ଅପେକ୍ଷା ବିମାନଟି ଭଲ ଏବଂ ଶସ୍ତା ଅଟେ। ଏହି ବିମାନଗୁଡିକ ବିମାନ ପରିବହନକାରୀ INS Vikrant ରେ ନିୟୋଜିତ ହୋଇପାରିବ।