Categories
ବିଶେଷ ଖବର ରାଜ୍ୟ ଖବର

ବଗଲା ଧର୍ମଶାଳା ଜମି ବିକ୍ରି ମିଛକଥା, ଏହାର କ୍ଷମତା ବୃଦ୍ଧି ପାଇଁ ସରକାର ଯୋଜନା କରୁଛନ୍ତି; ପୁରୀ ପ୍ରଶାସନ

ଭୁବନେଶ୍ୱର: ବଗଳା ଧର୍ମଶାଳା ଜମି ବିକ୍ରି ସଂପର୍କରେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମାଲୋଚନା କରିବା ପରେ ଜିଲ୍ଲା ପ୍ରଶାସନ ସ୍ପଷ୍ଟି କରଣ ରଖିଛି। ଏଥିରେ କୁହାଯାଇଛି ଯେ, ବଗଲା ଧର୍ମଶାଳା ଜମି ବିକ୍ରି ଅଭିଯୋଗ ମିଛକଥା। ଏହାର ମାତ୍ର ୧୨ ପ୍ରତିଶତ ଅଞ୍ଚଳ ସେବାୟତ ଓ ମନ୍ଦିର ପରିସର ପାଇଁ ଜମି ଛାଡ଼ିଥିବା ଲୋକଙ୍କୁ ଆବଣ୍ଟନ କରାଯାଇଛି। ପ୍ଲଟ କରି ଖଣ୍ଡ ଖଣ୍ଡ ବିକ୍ରୀ କରିବା ଅଭିଯୋଗ ସଂପୂର୍ଣ୍ଣ ମିଛ।

ସେହିପରି ବଗଳା ଧର୍ମଶାଳା ପରିସରରେ ଯେଉଁମାନଙ୍କୁ ଥଇଥାନ କରାଯାଇଛି, ସେମାନେ ମୁଖ୍ୟତଃ ମନ୍ଦିର ସେବାୟତ। ପୂର୍ବ କାଳରୁ ସେମାନେ ମନ୍ଦିର ନିକଟରେ ରହି ଆସୁଥିଲେ। ହେଲେ ମହାପ୍ରଭୁଙ୍କ ପାଇଁ ସେମାନେ ତାଙ୍କର ଭିଟାମାଟି  ତ୍ୟାଗ କରି ମନ୍ଦିର କରିଡର ପ୍ରକଳ୍ପକୁ ସହଯୋଗ କରିଥିଲେ। ବିସ୍ଥାପିତ ପରିବାରଗୁଡ଼ିକୁ ସରକାରଙ୍କ ଅନୁମୋଦିତ ଥଇଥାନ ପ୍ୟାକେଜ ଅନୁସାରେ ରାଜସ୍ୱ ଜମିରେ ଥଇଥାନ କରାଯାଇଛି।

ତେବେ ପୁରୀରେ ଧର୍ମଶାଳାର କ୍ଷମତା ବୃଦ୍ଧି ପାଇଁ ଯୋଜନା କରାଯାଇଛି ବୋଲି ପ୍ରଶାସନ ତରଫରୁ କୁହାଯାଇଛି। ବର୍ତ୍ତମାନ ବଗଲା ଧର୍ମଶାଳାରେ ମାତ୍ର ୨୦୦ ଲୋକ ରହିବା ପାଇଁ ବ୍ୟବସ୍ଥା ଥିଲା, ହେଲେ ଏବେ ସରକାର ୨୦୦୦ ଲୋକ ରହିବା ପରି ଧର୍ମଶାଳା ନିର୍ମାଣ କରୁଛନ୍ତି । ପରବର୍ତ୍ତି ସମୟରେ ପୁରୀରେ ୮୦୦୦ ଲୋକ ରହିବା ପରି ବ୍ୟବସ୍ଥା କରାଯିବ। ତେଣୁ ଏପରି ଅଭିଯୋଗର କୌଣସି ଯଥାର୍ଥତା ନାହିଁ ବୋଲି ପୁରୀ ପ୍ରଶାସନ ତରଫରୁ କୁହାଯାଇଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ବଗଲା ଧର୍ମଶାଳାରେ ପ୍ଲଟିଂ ବିକ୍ରୀକୁ ପ୍ରଶାସନ ବନ୍ଦ ନ କଲେ ଆନ୍ଦୋଳନ ତୀବ୍ରତର ହେବ, ସମ୍ବିତ ପାତ୍ର

ଭୁବନେଶ୍ବର, ପୁରୀ ପ୍ରଶାସନ ତୁରନ୍ତ ବଗଲା ଧର୍ମଶାଳାକୁ ପ୍ଲଟିଂ ବିକ୍ରୀ ଯୋଜନାରୁ ନିବୃତ ରୁହନ୍ତୁ। ତାହା ନ ହେଲେ ବିଜେପି ତରଫରୁ ତୀବ୍ର ବିରୋଧ କରାଯିବ। ଆଜି ଭୁବନେଶ୍ବରରେ ବିଜେପି କାର୍ଯ୍ୟାଳୟରେ ଏହା କହିଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର। ସାମ୍ବାଦିକ ସମ୍ମିଳନୀରେ ପାତ୍ର ଆହୁରି କହିଛନ୍ତି ଯେ, ଏହି ପ୍ଲଟିଂ ଯୋଜନା ପଛରେ ଏକ ବଡ ଷଢଯନ୍ତ୍ର ରହିଛି। ବର୍ତ୍ତମାନ ପୁରୀ ମ୍ୟୁନିସପାଲଟିରେ ନିର୍ବାଚିତ ପ୍ରତିନିଧି ନାହାଁନ୍ତି। ହେଲେ ସେମାନେ କିପରି ଏହି ଜମିକୁ ବିକ୍ରୀ କରିବାକୁ ଗଲେ ତାହା ପ୍ରଶ୍ନ ଉଠିଛି ବୋଲି ସମ୍ବିତ କହିଛନ୍ତି।

ବଗଲା ଧର୍ମଶାଳାରେ ଗରୀବ ଶ୍ରେଣୀର ଭକ୍ତମାନେ ରହଣି ପାଇଁ ବ୍ୟବସ୍ଥା କରାଯାଇଛି। ସେଥିପାଇଁ ଜଣେ ବ୍ୟକ୍ତି ଏହି ଜମିକୁ ଦାନ କରିଛନ୍ତି। କୌଣସି ଦାନ ଜମିକୁ କେହି ବି ବିକ୍ରୀ କରିପାରିବେ ନାହିଁ। ତେଣୁ ସରକାର ତୁରନ୍ତ ଏହି ଜମି ବିକ୍ରୀ ପ୍ରକିୟାକୁ ବନ୍ଦ କରନ୍ତୁ ବୋଲି ସମ୍ବିତ କହିଛନ୍ତି।