Categories
ଜାତୀୟ ଖବର ବିଶେଷ ଖବର

ଆସନ୍ତାକାଲି ବାତ୍ୟା ରୂପ ନେବ ଜୱାଦ, ଓଡିଶାର ଚାରୋଟି ଜିଲ୍ଲାକୁ ଜାରୀ ହେଲା ରେଡ ୱାର୍ଣ୍ଣିଂ

ଭୁବନେଶ୍ବର: ଆସନ୍ତାକାଲି ବଙ୍ଗୋବ ସାଗରରେ ବାତ୍ୟା ରୂପ ନେବ ଜୱାଦ। ଏ ନେଇ ଆଜି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି। ଆଣ୍ଡାମାନ ସାଗରରେ ସୃଷ୍ଟ ଏହି ଲଘୁଚାପ ଧୀରଧୀରେ ଘନିଭୂତ ହୋଇ ଆରବ ସାଗର ଆଡକୁ ଆସୁଛି।

ଏହା ଗତକାଲି ଦକ୍ଷିଣପୂର୍ବ ଆରବ ସାଗରରେ ପ୍ରବେଶ କରିଥିଲା। ବର୍ତ୍ତମାନ ଧୀରେଧୀରେ ଘନିଭୂତ ହେବା ପରେ ଆସନ୍ତାକାଲି ଆରବ ସାଗରରେ ବାତ୍ୟା ରୂପ ନେବ ବୋଲି ପାଣିପାଗ ବିଭାଗ କହିଛି।

ଏହାଦ୍ବାରା ଆନ୍ଧ୍ରପ୍ରଦେଶ ସହିତ ଓଡିଶା ଉପକୂଳରେ ପ୍ରଭାବ ପଡିବ ବୋଲି ପାଣିପାଗ ବିଭାଗ କହିଛି। ଏହାକୁ ନଜରରେ ରଖି ବିଭାଗ ଓଡିଶାର 4ଟି ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଜାରୀ କରିଛି। ସେଗୁଡିକ ହେଲା ଗଜପତି, ଗଂଜାମ, ପୁରୀ ଏବଂ ଜଗତସିଂହ ପୁର। ଏସବୁ ଜିଲ୍ଲାର ବାତ୍ୟା ମୁକାବିଲା କାର୍ଯ୍ୟ ଆରମ୍ଭ କରିଦେବାକୁ କୁହାଯାଇଛି। ଏହି ଜିଲ୍ଲାଗୁଡିକରେ ପ୍ରବଳ ବର୍ଷା ସହିତ ପବନ ପ୍ରବାହିତ ହେବ ବୋଲି ଜଣାପଡିଛି।

ସେହିପରି ବିଭାଗ 7ଟି ଜିଲ୍ଲାକୁ ୟେଲୋ ୱାର୍ଣିଂ ଜାରୀ କରିଛି। ଏହି ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ କହିଛି। ଏହି ଜିଲ୍ଲାଗୁଡିକ ହେଲା କୋରାପୁଟ, ରାୟଗଡା, ପୁରୀ, ଜଗତସିଂହପୁର ଏବଂ କେନ୍ଦ୍ରାପଡା। ତେବେ ଗଂଜାମ ଓ ଗଜପତିରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ସୂଚନା ଦିଆଯାଇଛି।

ତେବେ ସାତୋଟି ଜିଲ୍ଲାକୁ ପ୍ରସ୍ତୁତ ହୋଇ ରହିବା ପାଇଁ କୁହାଯାଇଛି। ସେଥିପାଇଁ ଏହି 7ଟି ଜିଲ୍ଲାରେ ଅରେଞ୍ଜ ୱାର୍ଣ୍ଣିଂ ଜାରୀ କରାଯାଇଛି। ସେହି ଜିଲ୍ଲାଗୁଡିକ ହେଲା କେନ୍ଦ୍ରପଡା, କଟକ, ଖୋର୍ଦ୍ଧା, ନୟାଗଡ,କନ୍ଧମାଳ, ରାୟଗଡା ଏବଂ କୋରାପୁଟ। ତେବେ ଆଜି ରାତି ସୁଦ୍ଧା ବାତ୍ୟା ସଂପର୍କରେ ଆହୁର ସ୍ପଷ୍ଟଚିତ୍ର ମିଳିବ ବୋଲି ଜଣାପଡିଛି।

(ଏଥିରେ ବ୍ୟବହାର ହୋଇଥିବା ଫଟୋଟି ଆଜି ଉପଗ୍ରହ ମାଧ୍ୟମରେ ନିଆଯାଇଥିବା ଲଘୁଚାପର ସଦ୍ୟତମ ସ୍ଥିତି)