Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଏକ ଜୀଅଁନ୍ତା ବଜ୍ରକାପ୍ତା ଉଦ୍ଧାର କଲା ଏସଟିଏଫ

ବରଗଡ: ଏଥର ଏସଟିଏଫ ଏକ ଜୀଅଁନ୍ତା ବଜ୍ରକାପ୍ତାକୁ ଉଦ୍ଧାର କରିବାରେ ସକ୍ଷମ ହୋଇଛି। ଏହାକୁ ବାହାରକୁ ଚାଲାଣ ହେଉଥିବା ବେଳେ ସ୍ଥାନୀୟ ଜଙ୍ଗଲ ଅଧିକାରୀଙ୍କ ସହଯୋଗରେ ଏସଟିଏଫ ଏହାକୁ ପଦ୍ମପୁର ଅଞ୍ଚଳରୁ ଉଦ୍ଧାର କରିଛି। ଏ ନେଇ ଜଣଙ୍କୁ ଏସଟିଏଫ ଗିରଫ କରିଛି। ତେବେ ଏ ନେଇ ଅଧିକ ଖୋଲତାଡ ଚାଲିଛି।

ରାଜ୍ୟରେ ବର୍ତ୍ତମାନ ଏହି ବିରଳ ଜନ୍ତୁ ବଜ୍ରକାପ୍ତା ଚୋରା ଚାଳଣ ହେବାର ଲାଗିଛି। ବିଶେଷ କରି ଆଠଗଡ ଏବଂ ବରଗଡ ଅଞ୍ଚଳରେ ଏହା ଦେଖିବାକୁ ମିଳୁଛି। କେତେକ ଦଲାଲ ସ୍ଥାନୀୟ ଅଞ୍ଚଳରେ ଡେରା ପକାଇ ଶିକାରୀମାନଙ୍କୁ ନିୟୋଜିତ କରୁଥିବାର ଜଣାପଡିଛି। ତେବେ ଏସଟିଏଫ ତରଫରୁ ଏ ନେଇ ବିଶେଷ କିଛି ସୂଚନା ଦିଆଯାଇ ନାହିଁ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ବନବିଭାଗ କର୍ମଚାରୀଙ୍କ ଚାରି ଘଣ୍ଟା ପରିଶ୍ରମ ପରେ ଏକ କୂଅ ଭିତରୁ ଉଦ୍ଧାର ହେଲା ବଜ୍ରକାପ୍ତା

ଆଠଗଡ, ଆଜି ବନ ବିଭାଗର କର୍ମଚାରୀମାନେ ପ୍ରାୟ 4 ଘଣ୍ଟା ପରିଶ୍ରମ କରି ଏକ ଗଭୀର କୂଅ ଭିତରୁ ବଜ୍ରକାପ୍ତାକୁ ଉଦ୍ଧାର କରିପାରିଛନ୍ତି। ସକାଳ କେତେକ ଲୋକ ଆଠଗଡର ବୁଧିଆପାଟଣା ଅଞ୍ଚଳର ଏକ କୂଅ ପାଖରେ ଶଦ୍ଦ ହେଉଥିବାର ଶୁଣିବାକୁ ପାଇଥିଲେ। ଏହି ଶଦ୍ଦ କେଉଁଠି ଆସୁଛି ତାହା ଜଣାପଡି ନ ଥିଲେ ମଧ୍ୟ ପରବର୍ତ୍ତି ସମୟରେ କୂଅ ଭିତରୁ ଆସୁଥିବାର ଜଣାପଡିଥିଲା। ଗଭୀର କୂଅ ଭିତରେ ଠିକରେ କଣ ଅଛି ବୋଲି ଜଣାପଡି ନ ଥିଲା। ତେବେ ଏକ ବଡ ପକ୍ଷୀଟିଏ ପଡିଥିବାର ଅନୁମାନ କରାଯାଇ ବନ ବିଭାଗକୁ ଖବର ଦିଆଯାଇଥିଲା।

ଆଠଗଡ ବନ ବିଭାଗ କର୍ମଚାରୀମାନେ ଆସି ଦେଖିବା ପରେ ଜଣାପଡିଥିଲା ଯେ ଏହା ଏକ ବଜ୍ରକାପ୍ତା। ଏହାପରେ ଉଦ୍ଧାର କାମ ଆରମ୍ଭ ହୋଇଥିଲା। ଉଦ୍ଧାର ପରେ ତାହାର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ଜଙ୍ଗଲରେ ଛାଡି ଦିଆଯାଇ ଥିଲା। ତେବେ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି ଯେ, ପ୍ରକୃତରେ ବଜ୍ରକାପ୍ତାଟି କୂଅ ଭିତରକୁ ଖସିପଡିଥିଲା ନା କେହି ବିକ୍ରି କରିବା ଉଦ୍ଦେଶ୍ୟରେ କୂଅରେ ଲୁଚାଇ ରଖିଥିଲା। ନିକଟରେ ଆଠଗଡ ଜଙ୍ଗଲରୁ ବ୍ୟାପକ ବଜ୍ରକାପ୍ତା ଚୋରା ଚାଲାଣ ହେଉଥିବାର ପରିଲକ୍ଷିତ ହୋଇଛି। ତାହାକୁ ଲକ୍ଷ୍ୟ କରି ଏପରି ସନ୍ଦେହ ସୃଷ୍ଟି ହୋଇଛି।