Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଭୁବନେଶ୍ବର, ପୁରୀ ଆକାଶରେ ହେବ ଏୟାର ସୋ, ଆଜି ପହଁଞ୍ଚିଲା ବିମାନ ଏନ-୩୨

ଭୁବନେଶ୍ବର: ଭାରତୀୟ ବାୟୁ ସେନା ତରଫରୁ ଭୁବନେଶ୍ବର ଏବଂ ପୁରୀରେ ହେବ ଏୟାର ସୋ। ଏଥିପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି। ଆଜି ଭୁବନେଶ୍ବର ବିମାନ ବନ୍ଦରରେ  ଏନ-୩୨ ବିମାନ ପହଁଚି ସାରିଛି। ଆସନ୍ତାକାଲି ଆଉ ସମସ୍ତ ବିମାନ ଆସି ପହଞ୍ଚିବ।

ଏଥିସହିତ ଏହି ବିପଦ ପୂର୍ଣ୍ଣ କାର୍ଯ୍ୟ ପାଇଁ ଯାହା ଯନ୍ତ୍ରାଂଶର ଆବଶ୍ୟକତା ରହିଛି ତାହା ମଧ୍ୟ ଆସି ସାରିଛି। ଆଜଦୀ କା ଅମୃତ ମହୋତ୍ସବ ପାଇଁ ଭାରତୀୟ ବାୟୁ ସେନା ତରଫରୁ ଏହି କାର୍ଯ୍ୟକ୍ରମ କରାଯିବ।

ଆସନ୍ତା ୧୬ ତାରିଖରେ ଭୁବନେଶ୍ବରରେ ଏୟାର ସୋ ହେବ। ସେଥିପାଇଁ ୧୫ ତାରିଖରେ ଫୁଲ ଡ୍ରେସ ରିହରସଲ ହେବ। ସେହିପରି ୧୭ ତାରିଖ ପୁରୀରେ ଫୁଲ ଡ୍ରେସ ରିହରସଲ ହେବା ପରେ ୧୮ ତାରିଖରେ ପୁରୀ ରାଜଭବନ ଉପରେ ସୋ କରାଯିବ।

Categories
ଆଜିର ଖବର ଜାତୀୟ ଖବର

ବେଙ୍ଗାଲୁରୁରେ ଭାରତର ଶକ୍ତି ପ୍ରଦର୍ଶନ: ଏରୋ ଇଣ୍ଡିଆ ୨୦୨୧ କୁ ଉଦଘାଟନ କଲେ ପ୍ରତିରକ୍ଷା ମନ୍ତ୍ରୀ

ବେଙ୍ଗାଳୁରୁ: ଏସିଆ ମହାଦେଶର ସବୁଠୁ ବଡ଼ ଏୟାର ସୋ ଏରୋ ଇଣ୍ଡିଆ ୨୦୨୧ ବେଙ୍ଗାଲୁରୁ ୟେଲହାଙ୍କା ଏୟାରଫୋର୍ସ ଷ୍ଟେସନରେ ଆଜିଠାରୁ ଆରମ୍ଭ ହୋଇଛି। ଏରୋ ଇଣ୍ଡିଆ ଏସିଆ ମହାଦେଶର ସବୁଠୁ ବଡ଼ ଏୟାର ସୋ। ଏହି ସୋ’ ରେ ୧୪ ଟି ଦେଶ ସାମିଲ ହୋଇଛନ୍ତି। ଏଥିରେ ଭାରତର ତେଜସ, ରାଫେଲ ଶକ୍ତି ପ୍ରଦର୍ଶନ କରୁଛନ୍ତି। ଆଜିଠାରୁ ଏହି ଏୟାର ସୋ’ ତିନି ଦିନ ପାଇଁ ଚାଲିବ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହାକୁ ଉଦଘାଟନ କରିଛନ୍ତି। ଉଦଘାଟନ ଉତ୍ସବରେ ସେନାରେ ଆଧୁନିକକରଣ ଉପରେ ପ୍ରତିରକ୍ଷା ମନ୍ତ୍ରୀ ଗୁରୁତ୍ଵ ଦେଇଛନ୍ତି। ଆଗାମୀ ୭/୮ ବର୍ଷ ଭିତରେ ୧୩୦ ବିଲିଅନ ଡ଼ଲାର ପ୍ରତିରକ୍ଷା କ୍ଷେତ୍ରରେ ଖର୍ଚ୍ଚ ଯୋଜନା ରଖାଯାଇଛି ବୋଲି ଶ୍ରୀ ସିଂହ କହିଛନ୍ତି।

ଏହି କାର୍ଯ୍ୟକ୍ରମରେ ସିଡିଏସ ଜେନେରାଲ୍ ବିପିନ ରାଓ୍ୱତ ସମେତ ତିନି ସେନା ମୁଖ୍ୟ ଉପସ୍ଥିତ ଥିଲେ। ଏରୋ ଇଣ୍ଡିଆ ସୋ’ର ଉଦଘାଟନ ଉତ୍ସବରେ ଏମଆଇ-୧୭ ହେଲିକପ୍ଟର ଫ୍ଲାଗପାଷ୍ଟରେ ସାମିଲ ହୋଇଥିଲା।