Categories
ବିଶେଷ ଖବର

କାଶ୍ମୀରୀ ହିନ୍ଦୁ କର୍ମଚାରୀଙ୍କ ପାଇଁ ସରକାରଙ୍କ ବଡ ପଦକ୍ଷେପ, ପୋଲିସ ଯୋଗାଇବ ସଂପୂର୍ଣ୍ଣ ସୁରକ୍ଷା

ଶ୍ରୀନଗର: ନିକଟରେ ଏକ ସରକାରୀ କାର୍ଯ୍ୟାଳୟରେ କାଶ୍ମୀର ପଣ୍ଡିତ ରାହୁଲ ଭଟ୍ଟ କାର୍ଯ୍ୟ କରୁଥିବା ବେଳେ ଆତଙ୍କବାଦୀଙ୍କ ଦ୍ୱାରା ଗୁଳି ଚଳାଇ ହତ୍ୟା କରାଯାଇଥିଲା। ଏଥି ସହିତ ଜମ୍ମୁ କାଶ୍ମୀରରେ ଟାର୍ଗେଟ କରି ହତ୍ୟା ଷଡଯନ୍ତ୍ରକୁ ଗୁରୁତର ସହ ନେଇ କାଶ୍ମୀର ପଣ୍ଡିତଙ୍କ ସୁରକ୍ଷା ପାଇଁ ସରକାର ବର୍ତ୍ତମାନ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଏହା ଅଧୀନରେ ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା ରବିବାର କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ପ୍ୟାକେଜ୍ ଅନୁଯାୟୀ କାଶ୍ମୀରରେ ନିଯୁକ୍ତି ପାଉଥିବା ହିନ୍ଦୁ କର୍ମଚାରୀଙ୍କୁ ସୁରକ୍ଷିତ ଜିଲ୍ଲା ତଥା ତହସିଲ ମୁଖ୍ୟାଳୟରେ ନିୟୋଜିତ କରାଯିବ।

ଏହା ସହିତ ରାଜ୍ୟପାଳ ଏହା ମଧ୍ୟ କହିଛନ୍ତି ଯେ, ଜମ୍ମୁ କାଶ୍ମୀର ପୋଲିସ କାଶ୍ମୀର ହିନ୍ଦୁ କର୍ମଚାରୀ ଏବଂ ସେମାନଙ୍କ ପରିବାରକୁ ସମ୍ପୂର୍ଣ୍ଣ ସୁରକ୍ଷା ଯୋଗାଇବ। ପ୍ରଧାନମନ୍ତ୍ରୀଙ୍କ ରିଲିଫ୍ ପ୍ୟାକେଜ୍ ଅଧୀନରେ ନିଯୁକ୍ତ କର୍ମଚାରୀଙ୍କ କଲ୍ୟାଣ ଏବଂ ନିରାପତ୍ତା ସହ ଜଡିତ ସମସ୍ତ ସମସ୍ୟାର ମଧ୍ୟ ପର୍ଯ୍ୟାୟକ୍ରମେ ସମାଧାନ ହେବ।

ପ୍ରକାଶ ଯୋଗ୍ୟ ଯେ, ଜମ୍ମୁ କାଶ୍ମୀର ସରକାରଙ୍କ ନୂତନ ରଣନୀତି ଅନୁଯାୟୀ ପ୍ରଥମ ପର୍ଯ୍ୟାୟରେ ପ୍ରଶାସନ ଦ୍ୱାରା ୮୫୯ କର୍ମଚାରୀଙ୍କ ତାଲିକା ପ୍ରସ୍ତୁତ କରାଯାଇଛି। ଏହି କର୍ମଚାରୀମାନେ ୮ ରୁ ୧୦ ଦିନ ମଧ୍ୟରେ ସୁରକ୍ଷିତ ଜିଲ୍ଲା କିମ୍ବା ତହସିଲରେ ନିଯୁକ୍ତି ପାଇବେ। କେବଳ ଏତିକି ନୁହେଁ, କର୍ମକ୍ଷେତ୍ରରେ ତଥା କ୍ୟାମ୍ପରେ ଏବଂ ଭଡାରେ ରହୁଥିବା ସ୍ଥାନଗୁଡିକରେ ଏହି କର୍ମଚାରୀଙ୍କ ପାଇଁ ସମସ୍ତ ସୁରକ୍ଷା ବ୍ୟବସ୍ଥା କରାଯିବ।

ଏଥି ସହିତ ଉପ ରାଜ୍ୟପାଳ ମଧ୍ୟ କହିଛନ୍ତି ଯେ, କର୍ମଚାରୀଙ୍କ ପଦୋନ୍ନତି ପ୍ରସଙ୍ଗରେ ପ୍ରଶାସନିକ ସଚିବମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେମାନେ ଶୀଘ୍ର ଏହି ବିଷୟଗୁଡ଼ିକ ଉପରେ ଦୃଷ୍ଟି ଦେବେ ଏବଂ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବେ। ସେ ଏହା ମଧ୍ୟ କହିଛନ୍ତି ଯେ, ଉପ ରାଜ୍ୟପାଳଙ୍କ ସଚିବାଳୟରେ କର୍ମଚାରୀଙ୍କ ପାଇଁ ଏକ ସ୍ୱତନ୍ତ୍ର କୋଠରୀ ମଧ୍ୟ ପ୍ରସ୍ତୁତ କରାଯାଇଛି।

ଏହା ମଧ୍ୟରେ ବିଜେପି ପ୍ରତିନିଧି ଦଳ ଉପ ରାଜ୍ୟପାଳଙ୍କୁ ଭେଟିଥିଲେ। ଏହି ସମୟରେ ଆତଙ୍କବାଦୀଙ୍କ ଦ୍ୱାରା କାଶ୍ମୀରୀ ହିନ୍ଦୁମାନଙ୍କୁ ଟାର୍ଗେଟ କରିବା ପାଇଁ ପ୍ରତିନିଧି ଦଳ ଚିନ୍ତା ପ୍ରକଟ କରିଥିଲେ। ଏଥିସହ କାଶ୍ମୀରରେ କାର୍ଯ୍ୟ କରୁଥିବା ସଂଖ୍ୟାଲଘୁ ସମ୍ପ୍ରଦାୟକୁ ସୁରକ୍ଷିତ ସ୍ଥାନରେ ରଖାଯିବା ଉଚିତ ବୋଲି ସେମାନେ ଦାବି କରିଥିଲେ।

Categories
ଆଜିର ଖବର ଆଞ୍ଚଳିକ

ବାଲୁଗାଁ ଏସଡିପିଓଙ୍କ ବଡ ପଦକ୍ଷେପ: ବିବାହ କାର୍ଯ୍ୟ ଲାଗି ନିୟମରେ ହେଲା ପରିବର୍ତ୍ତନ

ସୀତାରାମ ଅଗ୍ରୱାଲ

ଚିଲିକା: ଚିଲିକା ନିର୍ବାଚନମଣ୍ଡଳୀର ଜନସାଧାରଣଙ୍କ ପାଇଁ ଖୁସି ଖବର। ଆଜି ବିବାହ ପାଇଁ ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକ ଗାଇଡ଼ଲାଇନକୁ କୋହଳ କରିଛନ୍ତି। ବିବାହ ପାଇଁ ପୂର୍ବରୁ ଆବେଦନକାରୀଙ୍କୁ ଏକ କୋର୍ଟ ଆଫିଡେଭିଟ ନିକଟସ୍ଥ ପୋଲିସ ଥାନାରେ ଦାଖଲ କରିବାକୁ ପଡୁଥିଲା। ତେବେ ଲକଡ଼ାଉନ ସମୟରେ ଜନସାଧାରଣମାନେ ଉକ୍ତ ଆଫିଡେଭିଟ ପାଇଁ ବହୁତ ହଇରାଣ ହରକତ ହେଉଥୁବାର ଦେଖିବାକୁ ମିଳୁଥିଲା।

ବର୍ତ୍ତମାନ ଗ୍ରୀଷ୍ମକାଳୀନ ଅବସର ଉପଲକ୍ଷେ ବାଣପୁର କୋର୍ଟ ବନ୍ଦ ରହିଥିବା ବେଳେ ଓକିଲ, ନୋଟାରୀ, କୋର୍ଟ ପେପର ପାଇଁ ଜନସାଧାରଣମାନେ ବହୁ ସମସ୍ୟାରେ ପଡୁଥିଲେ। ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଆଫିଡେଭିଟ ପ୍ରସ୍ତୁତ କରି ଥାନାରେ ଦାଖିଲ କରିବାରେ ଲୋକଙ୍କୁ ବହୁ ହଇରାଣ ହେବାକୁ ପଡୁଥିଲା।

ତେବେ ଏହି ସମସ୍ୟାକୁ ହୃଦୟଙ୍ଗମ କରିଛନ୍ତି ଏସଡ଼ିପିଓ ଶ୍ରୀ ବାରିକ। ଏହି ପରିପ୍ରେକ୍ଷୀରେ ଏବେଠାରୁ ଆବେଦନକାରୀଙ୍କୁ ବିବାହ ପାଇଁ ନିଜ ନିଜ ଥାନାରେ କେବଳ ଦରଖାସ୍ତ, ଆଧାର କାର୍ଡ ଏବଂ ବିବାହରେ ସାମିଲ ହେବାକୁ ଥିବା ବ୍ୟକ୍ତିବିଶେଷଙ୍କ ସୂଚୀ ଦାଖଲ କରିବାକୁ ପଡିବ। ଆଉ ଆଫିଡେଭିଟ ଦେବାକୁ ପଡିବ ନାହିଁ ବୋଲି ସେ ସୂଚନା ଦେଇଛନ୍ତି।  ଏସଡ଼ିପିଓଙ୍କ ଏଭଳି ପଦକ୍ଷେପ ଯୋଗୁଁ ଜନସାଧାରଣମାନେ ବହୁ ଉପକୃତ ହେବେ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

Categories
ଜାତୀୟ ଖବର ବିଶେଷ ଖବର

କେନ୍ଦ୍ରର ବଡ ପଦକ୍ଷେପ: ଏଣିକି ୨୪୦୦ ଟଙ୍କା ପରିବର୍ତ୍ତେ ୧୨୦୦ ଟଙ୍କାରେ ଡିଏପି ବସ୍ତା କିଣିପାରିବେ ଚାଷୀ

ନୂଆଦିଲ୍ଲୀ: ସାର ଦର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ସାର ଦର ଉପରେ ଏକ ବିସ୍ତୃତ ଉପସ୍ଥାପନା ତାଙ୍କ ସମ୍ମୁଖରେ ଉପସ୍ଥାପନ କରାଯାଇଥିଲା।

ଅନ୍ତର୍ଜାତୀୟ ସ୍ତରରେ ଫସଫୋରିକ ଏସିଡ, ଆମୋନିଆ ଆଦିର ମୂଲ୍ୟ ବୃଦ୍ଧି ପାଉଥିବା କାରଣରୁ ଦେଶରେ ସାର ମୂଲ୍ୟ ବୃଦ୍ଧି ପାଉଥିବା ସମ୍ପର୍କରେ ଆଲୋଚନା କରାଯାଇଥିଲା। ତେବେ ଅନ୍ତର୍ଜାତୀୟ ବଜାରରେ ମୂଲ୍ୟ ବୃଦ୍ଧି ସତ୍ତ୍ବେ ଚାଷୀ ପୁରୁଣା ଦରରେ ସାର ପାଇବା ଉଚିତ୍ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ବାରୋପ କରି କହିଥିଲେ।

ଏହି ଅବସରରେ ଡିଏପି ସାର ବସ୍ତା ପିଛା ସବସିଡି ପରିମାଣକୁ ୫୦୦ ଟଙ୍କା ପରିବର୍ତ୍ତେ ୧୨୦୦ ଟଙ୍କାକୁ ବୃଦ୍ଧି କରିବା ଲାଗି ଐତିହାସିକ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା, ଯାହାକି ୧୪୦% ବୃଦ୍ଧି। ତେଣୁ ଅନ୍ତର୍ଜାତୀୟ ବଜାରରେ ଡିଏପି ମୂଲ୍ୟ ବୃଦ୍ଧି ସତ୍ତ୍ବେ ଏହାକୁ ପୁରୁଣା ଦରରେ ବସ୍ତା ପିଛା ୧୨୦୦ ଟଙ୍କାରେ ବିକ୍ରି କରାଯିବା ଲାଗି ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଏହି ଦର ବୃଦ୍ଧିର ସମସ୍ତ ବ୍ୟୟ ଭାର କେନ୍ଦ୍ର ସରକାର ବହନ କରିବେ। ଏକକାଳୀନ ବସ୍ତା ପିଛା ଏତେ ପରିମାଣର ସବସିଡି ପୂର୍ବରୁ କେବେ ବୃଦ୍ଧି କରାଯାଇନଥିଲା।

ଗତବର୍ଷ ଡିଏପିର ବାସ୍ତବ ଦର ଗୋଟିଏ ବସ୍ତା ପିଛା ୧୭୦୦ ଟଙ୍କା ଥିଲା। ଏଥିରେ କେନ୍ଦ୍ର ସରକାର ଗୋଟିଏ ବସ୍ତା ପ୍ରତି ୫୦୦ ଟଙ୍କାର ସବସିଡି ଦେଉଥିଲେ। ତେଣୁ କମ୍ପାନୀଗୁଡ଼ିକ ଚାଷୀଙ୍କୁ ପ୍ରତି ବସ୍ତା ୧୨୦୦ ଟଙ୍କାରେ ସାର ବିକ୍ରି କରୁଥିଲେ।

ନିକଟରେ, ଡିଏପିରେ ବ୍ୟବହୃତ ହେଉଥିବା ଫୋସଫୋରିକ ଏସିଡ, ଆମୋନିଆ ଆଦିର ଅନ୍ତର୍ଜାତୀୟ ମୂଲ୍ୟ ୬୦% ରୁ ୭୦%କୁ ବୃଦ୍ଧି ପାଇଛି। ତେଣୁ ବର୍ତ୍ତମାନ ଡିଏପିର ବସ୍ତା ପିଛା ପ୍ରକୃତ ଦର ୨୪୦୦ ଟଙ୍କାକୁ ବୃଦ୍ଧି ପାଇଛି, ଯାହାକୁ ସାର କମ୍ପାନୀମାନେ ୫୦୦ ଟଙ୍କା ସବସିଡିକୁ ବିଚାର କରି ୧୯୦୦ ଟଙ୍କାରେ ବିକ୍ରି କରିପାରିବେ। କିନ୍ତୁ ଆଜିର ନିଷ୍ପତ୍ତି ପରେ, ଚାଷୀମାନେ ଗୋଟିଏ ବସ୍ତା ଡିଏପି ସାର ୧୨୦୦ ଟଙ୍କାର ପୁରୁଣା ଦରରେ କିଣିପାରିବେ।

ପ୍ରଧାନମନ୍ତ୍ରୀ ଏହି ଅବସରରେ କହିଥିଲେ ଯେ ତାଙ୍କ ସରକାର ଚାଷୀଙ୍କ କଲ୍ୟାଣ ଲାଗି ପ୍ରତିଶ୍ରୁତିବଦ୍ଧ ଏବଂ ଦରବୃଦ୍ଧିର ବୋଝ ଚାଷୀଙ୍କ ଉପରେ ଯେପରି ନପଡ଼ିବ ତାହା ସୁନିଶ୍ଚିତ କରିବା ନିମନ୍ତେ ସମସ୍ତ ପଦକ୍ଷେପ ଗ୍ରହଣ କରୁଛନ୍ତି।

ପ୍ରତି ବର୍ଷ କେନ୍ଦ୍ର ସରକାର ରାସାୟନିକ ସାର ପାଇଁ ସବସିଡି ଦେବା ଉପରେ ପାଖାପାଖି ୮୦,୦୦୦ ହଜାର ଟଙ୍କା ଖର୍ଚ୍ଚ କରୁଛନ୍ତି। ଡିଏପି ଉପରେ ସବସିଡି ବୃଦ୍ଧି ପାଇବା ଫଳରେ ଭାରତ ସରକାର ଖରିଫ ଋତୁରେ ସାର ସବସିଡି ଆକାରରେ ଅତିରିକ୍ତ ୧୪,୭୭୫ କୋଟି ଟଙ୍କା ଖର୍ଚ୍ଚ କରିବେ।

ଅକ୍ଷୟ ତୃତୀୟା ଅବସରରେ ପିଏମ-କିଷାନ ଅନ୍ତର୍ଗତ ଚାଷୀଙ୍କ ଆକାଉଣ୍ଟକୁ ସିଧାସଳଖ ୨୦,୬୬୭ କୋଟି ଟଙ୍କା ହସ୍ତାନ୍ତର କରିବା ପରେ ଏହା ହେଉଛି ଚାଷୀଙ୍କ ହିତ ଲାଗି ଉଦ୍ଦିଷ୍ଟ ଦ୍ବିତୀୟ ବୃହତ ନିଷ୍ପତ୍ତି।