Categories
ଅପରାଧ ଆଜିର ଖବର ଜାତୀୟ ଖବର

ଅଭିନେତା ସଲମାନ ଖାନ ଏବଂ ପିତା ସଲିମ ଖାନଙ୍କ ବଢିଲା ସୁରକ୍ଷା, ମିଳିଥିଲା ହତ୍ୟା ଧମକ

ମୁମ୍ବାଇ: ରବିବାର ଦିନ ବଲିଉଡର ଭାଇଜାନ ସଲମାନ ଖାନଙ୍କୁ ହତ୍ୟା ଧମକ ମିଳିଛି। ସଲମାନଙ୍କ ପିତା ସଲିମ ଖାନ ଯେତେବେଳେ ଜଗିଂ କରିବାକୁ ଯାଇଥିଲେ ସେତେବେଳେ ଏକ ଧମକପୂର୍ଣ୍ଣ ଚିଠି ମିଳିଥିଲା। ଏହି ଚିଠି ପାଇବା ପରେ ପୋଲିସ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ସୂଚନାନୁସାରେ, ବର୍ତ୍ତମାନ ମୁମ୍ବାଇ ପୋଲିସ ଏହି ମାମଲାରେ ସଲମାନ ଖାନ ଏବଂ ତାଙ୍କ ପିତା ସଲିମ ଖାନଙ୍କ ସୁରକ୍ଷାକୁ ବୃଦ୍ଧି କରିଛି।

ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ମୃତ୍ୟୁ ପରେ ଏହି ଚିଠି ସଲମାନଙ୍କୁ ପଠାଯାଇଛି। ଯେତେବେଳେ ସଲିମ୍ ଖାନ୍ ସକାଳେ ଜଗିଂ ସାରି ବେଞ୍ଚରେ ବସିଥିଲେ, ସେତେବେଳେ ତାଙ୍କୁ ଏବଂ ତାଙ୍କ ପୁଅ ସଲମାନ ଖାନଙ୍କୁ ଧମକପୂର୍ଣ୍ଣ ଏକ ଚିଠି ମିଳିଥିଲା। ଏହି ଚିଠିରେ ଲେଖାଥିଲା ଯେ, ସଲମାନ ଖାନଙ୍କୁ ମଧ୍ୟ ସିଦ୍ଧୁ ମୋସେୱାଲା କରିଦେବେ।

ସଲମାନ ଖାନଙ୍କୁ ଧମକପୂର୍ଣ୍ଣ ଚିଠି ପାଇବା ପରେ ତାଙ୍କ ପ୍ରଶଂସକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଯେଉଁଥିପାଇଁ ସେମାନଙ୍କ ସୁରକ୍ଷା ବୃଦ୍ଧି ପାଇଁ ନିଷ୍ପତ୍ତି ନିଆଯାଇଛି। ସମ୍ପ୍ରତି ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କୁ ଦୀବାଲୋକରେ ଗୁଳି କରି ହତ୍ୟା କରାଯାଇଥିଲା। ସେବେଠାରୁ ଇଣ୍ଡଷ୍ଟ୍ରିରେ ଶୋକକୁଳ ପରିବେଶ ସୃଷ୍ଟି ହୋଇଛି।