Categories
ଆଜିର ଖବର ରାଜ୍ୟ ଖବର

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ବଦଳିଲା ପୁରୀ-ଯୋଗ ନଗରୀ ଋଷିକେଶ କଳିଙ୍ଗ ଉତ୍କଳ ଏକ୍ସପ୍ରେସର ସମୟ

ଭୁବନେଶ୍ବର: ଟ୍ରେନ ଯାତ୍ରୀମାନଙ୍କ ପାଇଁ ଏକ ବଡ ଖବର ହସ୍ତଗତ ହୋଇଛି। ମୁଖ୍ୟତଃ ପୁରୀ-ଯୋଗ ନଗରୀ ଋଷିକେଶ କଳିଙ୍ଗ ଉତ୍କଳ ଏକ୍ସପ୍ରେସର ଯାତ୍ରୀମାନଙ୍କ ପାଇଁ ବଡ ସୂଚନା ରହିଛି। ଏହି ଟ୍ରେନର ସମୟରେ ପରିବର୍ତ୍ତନ କରାଯାଇଛି।

୧୮୪୭୭ ପୁରୀ-ଯୋଗ ନଗରୀ ଋଷିକେଶ କଳିଙ୍ଗ ଉତ୍କଳ ଏକ୍ସପ୍ରେସ ଆଜି ପୁରୀ ଠାରୁ ରାତ୍ରୀ ୮ଘ.୪୫ମି. ରେ ଛାଡିବାକୁ ଥିଲା। କିନ୍ତୁ ଏହା ଆସନ୍ତାକାଲି ଭୋର ୫ ଘଟିକାରେ ଛାଡିବ। ଏନେଇ ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ମିଳିଛି।

Categories
ଆଜିର ଖବର ଜାତୀୟ ଖବର

ହୋଲି ପୂର୍ବରୁ ଏହି ଟ୍ରେନଗୁଡିକର ବଦଳିଲା ସମୟ, ଦେଖନ୍ତୁ ନୂଆ ଟାଇମ୍ ଟେବୁଲ୍

ନୂଆଦିଲ୍ଲୀ: ଯଦି ଆପଣ ଭାରତୀୟ ରେଳପଥରେ ଯାତ୍ରା କରନ୍ତି ଏବଂ ହୋଲିରେ ଘରକୁ ଯିବାକୁ ଯୋଜନା କରୁଛନ୍ତି, ତେବେ ରେଳବାଇ ଅନେକ ସ୍ୱତନ୍ତ୍ର ଟ୍ରେନ୍ ଘୋଷଣା କରିଛି, ଯେଉଁଥିରେ ଆପଣ ବୁକିଂ କରି ନିଶ୍ଚିତ ଟିକେଟ୍ ପାଇପାରିବେ। ଏଥିସହିତ ଅନେକ ଟ୍ରେନର ସମୟ ସାରଣୀରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ଏପରି ପରିସ୍ଥିତିରେ ଯାତ୍ରା କରିବା ପୂର୍ବରୁ ଆପଣ ଏହି ଟ୍ରେନର ସମୟ ବିଷୟରେ ଜାଣିବା ଉଚିତ୍। କାରଣ ଯଦି ଆପଣ ପୁରୁଣା ସମୟରେ ରେଳ ଷ୍ଟେସନରେ ଫଞ୍ଚିବେ, ତେବେ ଆପଣଙ୍କୁ ଫେରିବାକୁ ପଡିପାରେ କିମ୍ବା ଅନେକ ଘଣ୍ଟା ଅପେକ୍ଷା କରିବାକୁ ପଡିପାରେ।

ରେଳବାଇ କହିଛି ଯେ, ବିଭିନ୍ନ ରୁଟ ବିଶିଷ୍ଟ ଟ୍ରେନର ସମୟ ପରିବର୍ତ୍ତନ କରାଯାଇଛି। ଏହି ଟ୍ରେନଗୁଡିକର ସମୟ ସମ୍ପୂର୍ଣ୍ଣ ରୂପେ ପରିବର୍ତ୍ତିତ ହୋଇସାରିଛି। ଏହି ଟ୍ରେନ୍ ଗୁଡିକରେ ସମ୍ପର୍କକ୍ରାନ୍ତି ଏକ୍ସପ୍ରେସ, DWR-MYS ଏକ୍ସପ୍ରେସ, ବାଙ୍ଗାଲୋର ଏବଂ ହାଇଦ୍ରାବାଦ ଟ୍ରେନ୍ ଅନ୍ତର୍ଭୁକ୍ତ। ଆସନ୍ତୁ ଜାଣିବା ବର୍ତ୍ତମାନ ନୂଆ ଟାଇମ୍ ଟେବୁଲ୍ କ’ଣ ହେବ?

ନୂଆ ସମୟ ସାରଣୀ କ’ଣ?

ଟ୍ରେନ୍ ନମ୍ବର 17302- DWR-MYS ଏକ୍ସପ୍ରେସ: 21.05 ପରିବର୍ତ୍ତେ 22.10 ରେ ଛାଡି ପରଦିନ 7.00 ପରିବର୍ତ୍ତେ 7.10 ରେ ପହଞ୍ଚିବ। ଏହି ନୂତନ ସମୟ ସାରଣୀ 6 ମାର୍ଚ୍ଚରୁ ପ୍ରଯୁଜ୍ୟ ହେବ।

ଟ୍ରେନ୍ ନମ୍ବର 12630 – NZM-YPR ସମ୍ପର୍କକ୍ରାନ୍ତି ଏକ୍ସପ୍ରେସ: ସକାଳ 5.45 ପରିବର୍ତ୍ତେ 5.25 ରେ ୟସବନ୍ତପୁରରେ ପହଞ୍ଚିବ। ମାର୍ଚ୍ଚ 8 ତାରିଖରୁ ଏହି ନୂତନ ସମୟ ସାରଣୀ ପ୍ରଯୁଜ୍ୟ ହେବ।

ଟ୍ରେନ୍ ନମ୍ବର 16590 – MRJ-SBC ଏକ୍ସପ୍ରେସ: 23.59 ପରିବର୍ତ୍ତେ 23.50 ରେ ଚାଲିବ, ଏହାର ସମୟ ମାର୍ଚ୍ଚ 6 ତାରିଖରୁ ଲାଗୁ ହେବ।

ଟ୍ରେନ୍ ନମ୍ବର 22686 CDG-YPR ଏକ୍ସପ୍ରେସ: ସକାଳ 5.45 ପରିବର୍ତ୍ତେ 5.25 ରେ ୟସବନ୍ତପୁର ଛାଡିବ। ମାର୍ଚ୍ଚ 4 ତାରିଖରୁ ଏହା ପ୍ରଯୁଜ୍ୟ ହେବ।

ଟ୍ରେନ୍ ନମ୍ବର 16542 PVR-YPR ଏକ୍ସପ୍ରେସ: ସକାଳ 5.45 ପରିବର୍ତ୍ତେ 5.25 ରେ ୟସବନ୍ତପୁରରେ ପହଞ୍ଚିବ। ମାର୍ଚ୍ଚ 10 ତାରିଖରୁ ଏହି ସମୟ ପ୍ରଯୁଜ୍ୟ ହେବ।

କୌଣସି ସୂଚନା ପାଇଁ ଏଠାରେ ଯୋଗାଯୋଗ କରନ୍ତୁ:

ଯଦି ଆପଣ ଟ୍ରେନର ସମୟ ଜାଣିବାକୁ ଚାହାଁନ୍ତି, ଯାହାର ସମୟ ଦକ୍ଷିଣ ରେଳବାଇ ଦ୍ୱାରା ପରିବର୍ତ୍ତିତ ହୋଇଛି କିମ୍ବା ଯଦି ଆପଣ ଅନ୍ୟ କୌଣସି ସୂଚନା ପାଇବାକୁ ଚାହୁଁଛନ୍ତି, ତେବେ ଆପଣ 139 ଟୋଲ୍ ଫ୍ରି ନମ୍ବରକୁ କଲ କରି ଜାଣିପାରିବେ।