Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବନ୍ୟଜନ୍ତୁ ଶିକାରୀକୁ ଗିରଫ କଲା ଏସଟିଏଫ: ବାଘ ଛାଲ ଜବତ

ବୌଦ୍ଧ: ବୌଦ୍ଧ ଜିଲାରୁ ଜଣେ ବନ୍ୟଜନ୍ତୁ ଶିକାରୀକୁ ଏସଟିଏଫ ଗିରଫ କରି ବେଆଇନ ବାଘ ଛାଲ ଜବତ କରିଛି। ସୂଚନା ମୁତାବକ ଗତକାଲି ସଂନ୍ଧ୍ୟାରେ ବୌଦ୍ଧ ଟାଉନ ଥାନା ଅନ୍ତର୍ଗତ ସାଲୁକି ବ୍ରିଜ ନିକଟରେ ବେଆଇନ ବାଘଛାଲ କାରବାର ହେଉଥିବାର ଖବର ପାଇ ଏସଟିଏଫ ବୌଦ୍ଧ ବନଖଣ୍ଡ ଅଧିକାରୀଙ୍କ ସହାୟତାରେ ଉକ୍ତ ସ୍ଥାନରେ ଚଢ଼ାଉ କରିଥିଲା।

ଚଢ଼ାଉ ବେଳେ ଘଟଣାସ୍ଥଳରୁ ବୌଦ୍ଧ ଟାଉନ ଥାନା ଅନ୍ତର୍ଗତ ଓଲଣ୍ଡା ଗ୍ରାମର ଅଭିଯୁକ୍ତ ହିମାଳୟ ଦାସଙ୍କୁ ଏସଟିଏଫ ଗିରଫ କରିଥିଲା। ତାଙ୍କ ନିକଟରୁ ଏକ ବାଘ ଛାଲ ଏବଂ ଏକ ଚିତ୍ତାବାଘ ଛାଲ ଜବତ ହୋଇଥିବା ବେଳେ ଏସଟିଏଫ କେସ ନମ୍ବର ୧/୨୩ ରେ ମାମଲା ରୁଜୁ କରି ଗିରଫ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଛି।

ଅପରପକ୍ଷେ ଜବତ ବାଘଛାଲକୁ ଅଧିକ ପରୀକ୍ଷଣ ନିମନ୍ତେ ଦେହେରାଦୁନ ସ୍ଥିତ ଭାରତୀୟ ବନ୍ୟପ୍ରାଣୀ ଅନୁଷ୍ଠାନକୁ ପଠାଯିବ ବୋଲି ଏସଟିଏଫ କହିଛି।