Categories
ଆଜିର ଖବର ଆଞ୍ଚଳିକ

ବେଗୁନିଆପଡା ବ୍ଲକର ହଂସତୁଳି ଗ୍ରାମ କଣ୍ଟେନମେଣ୍ଟ ସହ ବିଭିନ୍ନ ପଞ୍ଚାୟତକୁ ବଫର ଜୋନ ଘୋଷଣା କଲେ ଗଞ୍ଜାମ ଜିଲ୍ଲାପାଳ

ପିଣ୍ଟୁ ବିଶୋୟୀ

ବେଗୁନିଆପଡା: ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଏଥିସହ ବେଗୁନିଆପଡା ବ୍ଲକର ବିଭିନ୍ନ ପଞ୍ଚାୟତରେ କରୋନା ସଂକ୍ରମଣ ସାମ୍ନାକୁ ଆସିବାରେ ଲାଗିଛି। ଏଥିଲାଗି ବିଭିନ୍ନ ପଞ୍ଚାୟତ ଗୁଡିକୁ ସରପଞ୍ଚମାନେ ସଟଡାଉନ ଘୋଷଣା କରିଛନ୍ତି। ତେବେ ତାଳସର ପଞ୍ଚାୟତର ହଂସତୁଳି ଗ୍ରାମରେ ସାତ କରୋନା ପଜେଟିଭ ଚି଼ହ୍ନଟ ହେବା ପରେ ଏହି ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲେ ଗଞ୍ଜାମ ଜିଲ୍ଲାପାଳ।

ଏଥିସହ ତାଳସର ପଞ୍ଚାୟତର ଗୋପାଳପୁର, ଭାବିନୀପୁର, ତାଳସର ଓ ସଣ୍ଡମୂଳ ପଞ୍ଚାୟତର ରାହାଡା ଏବଂ ଅଙ୍ଗାରଗାଁ ପଞ୍ଚାୟତର ନୂଆଗଡ଼, ଫାରକାପଲି ଓ କୁମ୍ଭାରଗାଁ ପଞ୍ଚାୟତର ତାଳଗାଁକୁ ବଫର ଜୋନ ଭାବେ ଘୋଷଣା କଲେ ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ବିଜୟ ଅମୃତ କୁଲାଙ୍ଗେ। ସଂକ୍ରମଣ ଅଧିକ ନ ବ୍ୟାପିବା ପାଇଁ ଏ ଅଂଚଳରେ କଣ୍ଟେନମେଣ୍ଟ ଜୋନ ଘୋଷଣା କରଯାଇଛି। ଏଥି ସହ ଆଜି ହଂସତୁଳି ଗ୍ରାମକୁ କୋଦଳା ଅଗ୍ନିଶମ ବିଭାଗ ପକ୍ଷରୁ ସାନିଟାଇଜ କରାଯାଇଛି।