Categories
ଆଜିର ଖବର ଜାତୀୟ ଖବର

ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ: “ମନ କି ବାତ”ରେ ପେଟ୍ରୋଲ କଥା କୁହନ୍ତୁ ମୋଦୀ

କଲିକତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ତୈଳ ଦରକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଦେଶର ଅର୍ଥ ବ୍ୟବସ୍ଥାକୁ ବର୍ବାଦ କରିଦେଇଛନ୍ତି ବୋଲି ମମତା ଅଭିଯୋଗ କରିଛନ୍ତି। ଏହାସହ “ମନ କି ବାତ” କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ପେଟ୍ରୋଲ ଏବଂ ଟୀକା ବିଷୟରେ କହିବା ଆବଶ୍ୟକ ବୋଲି ମମତା କହିଛନ୍ତି। ବବୁଲ ସୁପ୍ରିୟୋଙ୍କୁ କେନ୍ଦ୍ର ମନ୍ତ୍ରୀମଣ୍ଡଳରୁ ହଟାଯିବା ପରେ ମମତା କହିଛନ୍ତି ଯେ, ୨୦୨୪ ପୂର୍ବରୁ ବିଜେପି ପରାଜିତକୁ ମାନିନେଇଛି।

ସେ ଆହୁରି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କୁ ବିଭିନ୍ନ ରାଜ୍ୟର ସମସ୍ୟା ଉପରେ ଦେଇଥିବା ଚିଠିକୁ ନେଇ ପ୍ରଧାନମନ୍ତ୍ରୀ ଏଯାଏଁ କୌଣସି ଉତ୍ତର ଦେଇନାହାନ୍ତି। ରାଜ୍ୟପାଳ ଜଗଦୀପ ଧନଖଡକୁ ହଟାଇବା ପାଇଁ କହିଥିଲେ ମଧ୍ୟ ତାହା ଶୁଣାଯାଉନି।