Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବରଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ହତ୍ୟା ସନ୍ଦେହ

କନ୍ଦର୍ପ ବେହେରା
ରେଢାଖୋଲ: ଆଜି ନାକଟିଦେଉଳ ଥାନା ଗଦାଧରପୁରର ଖଳବଳା ନାଳ ପାଖ ଏକ ବରଗଛରେ ଜନୈକ ଯୁବକର ମୃତଦେହ ଝୁଲୁଥିବାର ପୋଲିସ୍ ସୂତ୍ରରୁ ଜଣା ପଡିଛି।

ପ୍ରକାଶ ଯେ, ନାକଟିଦେଉଳ ଥାନା ବାଟଗାଁ ପଂଚାୟତର ଗଦାଧରପୁର ଗ୍ରାମର କାଳିଚରଣ ପଣ୍ଡା (୨୭) ଦୁଇ ଦିନ ହେଲା ନିଖୋଜ ଥିଲେ। ତାଙ୍କୁ ପରିବାର ଲୋକେ ଖୋଜାଖୋଜି କରି ମଧ୍ୟ ପାଇ ନ ଥିଲେ। ଆଜି ଅପରାହ୍ନ ୧.୩୦ ମି.ରେ ଗଦାଧରପୁର ନିକଟସ୍ଥ ଖଳବଳା ନାଳ ପାଖରେ ଥିବା ଏକ ବରଗଛରେ କାଳିଚରଣ ପଣ୍ଡା ଙ୍କର ମୃତଦେହ ଝୁଲୁଥିବାର ଲୋକମାନେ ଦେଖିଥିଲେ। ସଙ୍ଗେ ସଙ୍ଗେ ନାକଟିଦେଉଳ ଥାନାକୁ ଫୋନ୍ କରି ଜଣାଇଥିଲେ।

ଘଟଣା ସ୍ଥଳକୁ ପୋଲିସ୍ ପହଂଚି ଅନୁସନ୍ଧାନ କରୁଥିବା ବେଳେ ସମ୍ବଲପୁରରୁ ସାଇନ୍ଟିଫିକ୍ ଟିମ୍ ଆସିଲା ପରେ ଶବକୁ ଜବତ କରାଯିବ ବୋଲି ନାକଟିଦେଉଳ ଥାନାଧିକାରୀ ବିଧୂଭୂଷଣ ମିଶ୍ର ଆମ ପ୍ରତିନିଧିଙ୍କ ଠାରେ ପ୍ରକାଶ କରିଛନ୍ତି। ଏହା ଆତ୍ମ ହତ୍ୟା ନା ହତ୍ୟା ଜଣା ପଡି ନ ଥିବା ବେଳେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।

ମୃତ ବ୍ୟକ୍ତିର ଶବକୁ ଦେଖିଲେ ଏହା ସୁପରିକଳ୍ପିତ ହତ୍ୟାକାଣ୍ଡ ହୋଇଥାଇ ପାରେ ବୋଲି ଅନୁମାନ କରାଯାଇଛି। ପୋଲିସ୍ ଘଟଣା ସ୍ଥଳରେ ପହଂଚି ଛାନ୍‌ଭିନ୍ ଚଲାଇଛି। ଖବର ଲେଖା ହେବା ପର୍ଯ୍ୟନ୍ତ (ଅପରାହ୍ନ୫ଟା) ସମ୍ବଲପୁରରୁ ସାଇନ୍‌ଟିଫିକ୍ ଟିମ୍ ପହଂଚି ନ ଥିବା ଜଣା ପଡିଛି।