Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା ଜିଲ୍ଲାରେ ନୂତନ ଅତିରିକ୍ତ ଜିଲ୍ଲାପାଳ ଭାବେ ଯୋଗ ଦେଲେ ବରିଷ୍ଠ ପ୍ରଶାସକ ସାଫଲ୍ୟ ମଣ୍ଡିତ ପ୍ରଧାନ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାରେ ନୂତନ ଅତିରିକ୍ତ ଜିଲ୍ଲାପାଳ ଭାବେ କାର୍ଯ୍ୟରେ ଯୋଗଦେଇଛନ୍ତି ବରିଷ୍ଠ ପ୍ରଶାସକ ସାଫଲ୍ୟ ମଣ୍ଡିତ ପ୍ରଧାନ। ଶ୍ରୀ ପ୍ରଧାନ ଏହା ପୁର୍ବରୁ ଢେଙ୍କାନାଳ ଜିଲ୍ଲାର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟରତ ଥିଲେ। ଶ୍ରୀ ପ୍ରଧାନଙ୍କ ପ୍ରଶାସନିକ ଅଧିକାରୀ ଭାବେ ଦୀର୍ଘ ବର୍ଷର ଅଭିଜ୍ଞତା ଥିବା ବେଳେ ବିଭିନ୍ନ ଜିଲ୍ଲାରେ ସେ ସଫଳତାର ସହ ଦାଇତ୍ୱ ନିର୍ବାହ କରିସାରିଛନ୍ତି।

ତେବେ ଖୋର୍ଦ୍ଧାର ପୂର୍ବତନ ଅତିରିକ୍ତ ଜିଲ୍ଲାପାଳ ଅନୁଜ ଦାସ ପଟ୍ଟନାୟକଙ୍କ ଜୁନ ମାସରେ ଖଣି ଓ ଇସ୍ପାତ ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି ହେବା ପରେ ଉକ୍ତ ପଦବୀଟି ଖାଲି ପଡିଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଆଉ ଜଣେ ବରିଷ୍ଠ ପ୍ରଶାସକଙ୍କୁ ବାଧ୍ୟତାମୂଳକ ଅବସର

ଭୁବନେଶ୍ୱର :  ଦୁର୍ନୀତି ବିରୋଧରେ ରାଜ୍ୟ ସରକାର ଜିରୋ ଟରଲେନ୍ସ ନୀତି ଆପଣାଇଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ଆଉ ଜଣେ ବରିଷ୍ଠ ପ୍ରଶାସକଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ସୋମବାର ରାଜ୍ୟ ସରକାର ପୁଣି ଜଣେ ବରିଷ୍ଠ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ।

ସମ୍ପୃକ୍ତ ଅଧିକାରୀ ଜଣକ ହେଉଛନ୍ତି ବରିଷ୍ଠ କୃଷି ଅଧିକାରୀ ପ୍ରଦୀପ ମହାନ୍ତି । ଶ୍ରୀ ମହାନ୍ତି କୋରାପୁଟର ଜିଲ୍ଲା କୃଷି ଅଧିକାରୀ ଥିଲେ । ଜୁଲାଇ 2 ତାରିଖରେ ମହାନ୍ତିଙ୍କ ଗାଡ଼ିରୁ ଭିଜିଲାନ୍ସ ପକ୍ଷରୁ 11 ଲକ୍ଷ ଟଙ୍କା ଜବତ କରାଯାଇଥିଲା । ସେହି ଦିନ ତାଙ୍କୁ ଭିଜିଲାନ୍ସ ଗିରଫ କରି ଜେଲ ପଠାଇଥିଲା । ତାଙ୍କୁ ନିଲମ୍ବନ କରାଯିବା ସହ ରିମାଣ୍ଡରେ ଆଣି ଜେରା କରାଯାଇଥିଲା । ତାଙ୍କ ଘରେ ଚଢଉ କରାଯାଇ 3.5 କୋଟିର ସମ୍ପତ୍ତି ଠାବ କରାଯାଇଥିଲା । ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଦୀପ ମହାନ୍ତିଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ନିକଟରେ ଆୟୁଷ ନିର୍ଦ୍ଦେଶକଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଥିଲା ।