Categories
ବିଶେଷ ଖବର ମନୋରଂଜନ ରାଜ୍ୟ ଖବର ସିନେମା

କାହିଁକି ଲଣ୍ଡନ ପଳାଇଲେ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ?

ଭୁବନେଶ୍ବର: ଓଡିଆ ଚଳଚିତ୍ର ଜଗତର ସୁପର ଷ୍ଟାର ଅନୁଭବ ମହାନ୍ତି ବିଭିନ୍ନ ପ୍ରସଂଗ ନେଇ ବିବାଦୀୟ ହୋଇଛନ୍ତି। ତାଙ୍କର ପତ୍ନୀ ବର୍ଷାଙ୍କ ବିବାହ ବିଛେଦ ନେଇ ଦୀର୍ଘଦିନ ଧରି ବିବାଦ ଚାଲିଛି। ସେହିପରି ସେ କେତେବେଳେ ରାଜନୀତିକୁ ନେଇ, ପୁଣି କେତେବେଳେ ତାଙ୍କର ବାନ୍ଧବୀଙ୍କୁ ନେଇ ଚର୍ଚ୍ଚାରେ ରହିଛନ୍ତି। ତେବେ ଏହି ସବୁ ବିବାଦ ଭିତରେ ଘାଣ୍ଟି ହେବା ପରେ ଏବେ ଅନୁଭବ ମହାନ୍ତି କୁଆଡେ ଲଣ୍ଡନ ପଳାଇଛନ୍ତି। ମିଛ କଥା ନୁହେଁ ସଂପୂର୍ଣ୍ଣ ସତ।

ତେବେ ସେ ଲଣ୍ଡନ ରାଗି କରି ନୁହେଁ ବଂର ବିଗ ବଜେଟର ଏକ ନୂଆ ଚଳଚିତ୍ର ସୁଟିଂ ପାଇଁ ସେ ବର୍ତ୍ତମାନ ଲଣ୍ଡନରେ ଅବସ୍ଥାନ କରୁଛନ୍ତି। ଏହି ଚଳଚିତ୍ରଟିର ନାମ ମଧ୍ୟ ରହିଛି ‘ଲଭ ଇନ ଲଣ୍ଡନ’। ନାମ ଅନୁସାରେ ଚଳଚିତ୍ରଟିକୁ ସେହିପରି କରିବା ପାଇଁ ବର୍ତ୍ତମାନ ପୁରା ଟିମ୍ ଲଣ୍ଡନ ଗସ୍ତରେ ଅଛନ୍ତି।

ସେଠାରେ ବର୍ତ୍ତମାନ ସୁଟିଂ ଆରମ୍ଭ ହୋଇଯାଇଛି। ଏହି ଚଳଚିତ୍ରଟିର ନିର୍ଦ୍ଦେଶନା ଦେଇଛନ୍ତି ତାପସ ସରଗରିଆ ଏବଂ ପ୍ରଯୋଜକ ଅଛନ୍ତି ଦେବେନ୍ଦ୍ର। ସେହିପରି କୋରିଓଗ୍ରାଫର ଅଛନ୍ତି ଗିରିଷ। ଏହି ଚଳଚିତ୍ରରେ ପ୍ରଥମ ଥର ପାଇଁ ମୁମ୍ବାଇର ଜଣେ ଅଭିନେତ୍ରୀଙ୍କୁ ଦେଖିବାକୁ ମିଳିବ। ବହୁ ବର୍ଷ ପରେ ଗୋଟିଏ ଓଡିଆ ଚଳଚିତ୍ର ବିଦେଶରେ ସୁଟିଂ ଆରମ୍ଭ ହୋଇଛି।

ଲଣ୍ଡନରେ କେତେକ ଦୃଶ୍ୟ ସୁଟିଂ କରାଯିବା ସହିତ ପୁରା ଗୀତ ମଧ୍ୟ ସେଠାରେ କରାଯିବ ବୋଲି ଜଣାପଡିଛି।  ତେବେ ଏହି ଚଳଚିତ୍ରଟି କେବେ ମୁକ୍ତିଲାଭ କରିବ ସେ ନେଇ ପ୍ରଯୋଜନା ସଂସ୍ଥା ତରଫରୁ କୌଣସି ସୂଚନା ପ୍ରଦାନ କାରଯାଇ ନାହିଁ। ହେଲେ ଚଳଚିତ୍ରର ଲୋକପ୍ରିୟତା ପାଇଁ ପ୍ରଯୋଜନା ସଂସ୍ଥା ସାମାଜିକ ଗଣ ମାଧ୍ୟମ ଉପରେ ଗୁରୁତ୍ବ ଦେଉଛନ୍ତି। ଏହି ଚଳଚିତ୍ରର ଟ୍ରିଜର ଖୁବ ଶିଘ୍ର ସୋସିଆଲ ମିଡିଆରେ ମୁକ୍ତି ଲାଭ କରିବ ବୋଲି ଜଣାପଡିଛି।

Categories
ବିଶେଷ ଖବର ମନୋରଂଜନ ରାଜ୍ୟ ଖବର ସିନେମା

କୋର୍ଟ ଗଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ : ଅନୁଭବ – ବର୍ଷାଙ୍କ ମଧ୍ୟରେ ଫାଟ

ଭୁବନେଶ୍ବର :  ଓଲିଉଡ୍‌ର ଲୋକପ୍ରିୟ କଳାକାର ଅନୁଭବ-ବର୍ଷାଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିବାର ସୂଚନା ରହିଛି । ଓଲିଉଡ୍‌ର ଲୋକପ୍ରିୟ ଯୋଡ଼ି ଭାବେ ଦୁହେଁ ଦର୍ଶକଙ୍କୁ ଅନେକ ସୁପରହିଟ୍‌ ଫିଲ୍ମ ଭେଟି ଦେଇଛନ୍ତି। ତେବେ ଦୁହିଁଙ୍କ ମଧ୍ୟରେ ସବୁକିଛି ଠିକ୍‌ ଚାଲିନଥିବାର ସୂଚନା ରହିଛି।  ସାଂସଦ ସ୍ବାମୀ ଅନୁଭବ ମହାନ୍ତିଙ୍କ ବିରୋଧରେ କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ବର୍ଷା ପ୍ରିୟଦର୍ଶିନୀ।  କଟକ ଏସ୍‌ଡିଜେଏମ୍‌ କୋର୍ଟରେ ମାମଲା ଦାୟର କରିଛନ୍ତି ବର୍ଷା ପ୍ରିୟଦର୍ଶିନୀ । ପାରିବାରିକ ହିଂସା ନିରୋଧ ଆଇନ୍‌ ଧାରା-୧୨ ଅନୁଯାୟୀ ମାମଲା ରୁଜୁ ହୋଇଥିବାର ସୂଚନା ରହିଛି । ଆସନ୍ତା  ୭ ତାରିଖ ଦିନ ମାମଲାର ପ୍ରଥମ ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଥିବାର ସୂଚନା ରହିଛି । ମାମଲା ନେଇ ଜିଲ୍ଲା କୋର୍ଟର ଅଫିସିଆଲ୍‌ ଓ୍ବେବସାଇଟ୍‌ରେ ସୂଚନା ରହିଛି ।

ସଦ୍ୟତମ ଖବର ଅନୁଯାୟୀ ଉଭୟଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହେବାକୁ ଯାଉଛି । ବର୍ଷା ମାନସିକ- ଶାରିରୀକ ନିର୍ଯାତନାର ଶିକାର ହୋଇଥିବାର ସୂଚନା ରହିଛି । ଭରଣପୋଷଣ ପାଇଁ କୋର୍ଟରେ ଆବେଦନ କରିଛନ୍ତି ବର୍ଷା ପ୍ରିୟଦର୍ଶିନୀ  । ବର୍ଷା ସିଆରଏଲଏମସି ନମ୍ବର ୯୪/୨୦୨୦ରେ ପ୍ରୋଟେକ୍ସନ ଅଫ ୱମେନ ଫ୍ରମ ଡୋମେଷ୍ଟିକ ଭାଓଲେନ୍ସ ଆକ୍ଟ ୨୦୦୫ର ଦଫା ୧୨, ୧୭, ୧୮, ୧୯, ୨୦ ଓ ୨୨ରେ ମକବ୍ଦମା ଦାଏର କରିଛନ୍ତି । ମକଦ୍ଦମାଟି ମାନ୍ୟବର ଅଦାଲତ ପ୍ରୋଟେକ୍ସନ ଅଫିସରଙ୍କ ନିକଟକୁ ପଠାଇଥିବା ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।

ତେବେ ଏହି ଘଟଣା ସମ୍ପର୍କରେ ବିଜେଡି ସାଂସଦ ଅନୁଭବ ମହାନ୍ତି ପ୍ରତିକ୍ରିୟା ଦେଇ କହିଛନ୍ତି ଯେ,  ବର୍ତ୍ତମାନ ସୁଦ୍ଧା କିଛି ଲିଗାଲ୍‌ ନୋଟିସ୍‌ ଆସିନି, ଆସିଲେ ଏହା ସମ୍ପର୍କରେ ଜଣାଇବେ ବୋଲି କହିଛନ୍ତି ।