Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ୱର-ବଲାଙ୍ଗୀର ଏକ୍ସପ୍ରେସ ସୋନପୁର ପର୍ଯ୍ୟନ୍ତ ସମ୍ପ୍ରସାରଣ

ଭୁବନେଶ୍ଵର: ବଲାଙ୍ଗୀର ପାର୍ଶ୍ୱରୁ ସୋନପୁର ପର୍ଯ୍ୟନ୍ତ ଟ୍ରେନ୍ ଲାଇନ କାର୍ଯ୍ୟକ୍ଷମ ହେବା ଏବଂ ସ୍ଥାନୀୟ ଲୋକଙ୍କ ଆକାଂକ୍ଷାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର ଏକ୍ସପ୍ରେସକୁ ସୋନପୁର ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଇଛି।

ଏହି ଟ୍ରେନର ପ୍ରାରମ୍ଭିକ ଚଳାଚଳ ଦିବସରେ ବଲାଙ୍ଗୀର ସାଂସଦ ସଂଗୀତ କୁମାରୀ ସିଂଦେଓ ସୋନପୁର ଷ୍ଟେସନ ଠାରେ ଏହି ଟ୍ରେନକୁ ସବୁଜ ପତାକା ପ୍ରଦର୍ଶନ କରାଇ ଶୁଭାରମ୍ଭ କରିଛନ୍ତି।

12893 ଭୁବନେଶ୍ୱର-ବଲାଙ୍ଗୀର-ସୋନପୁର ଏକ୍ସପ୍ରେସ ବାଲାଙ୍ଗୀରରେ ପହଞ୍ଚିବା ପରେ ଅପରାହ୍ନ 01ଘ.45ମି.ରେ ସୋନପୁର ଅଭିମୁଖେ ଯାତ୍ରା କରିବ ଏବଂ ଅପରାହ୍ନ 03ଘ.15ମି.ରେ ସୋନପୁରରେ ପହଞ୍ଚିବ। ଫେରିବା ମାର୍ଗରେ 12894 ସୋନପୁର-ଭୁବନେଶ୍ୱର ଏକ୍ସପ୍ରେସ ସୋନପୁରରୁ ଅପରାହ୍ନ 01 ଘଟିକାରେ ଛାଡି ଅପରାହ୍ନ 02ଘ.25ମି.ରେ ବାଲାଙ୍ଗୀରରେ ପହଞ୍ଚିବ। ଏହି ଟ୍ରେନ୍ ଅପରାହ୍ନ 02ଘ.45ମି.ରେ ବାଲାଙ୍ଗୀର ଷ୍ଟେସନରୁ ଛାଡି ରାତ୍ରି 09ଘ.45ମି.ରେ ଭୁବନେଶ୍ୱରରେ ପହଞ୍ଚିବ। ଏହି ଟ୍ରେନ 14.03.2024 ଠାରୁ ସୋନପୁର ରୁ ଏବଂ 15.03.2024 ଠାରୁ ଭୁବନେଶ୍ୱରରୁ ନିୟମିତ ଚଳାଚଳ କରି ସେବା ପ୍ରଦାନ କରିବ।

12893/12894 ଭୁବନେଶ୍ୱର-ସୋନପୁର-ଭୁବନେଶ୍ୱର ଏକ୍ସପ୍ରେସର ସମେସରଣୀ ଓ ରହଣି ଷ୍ଟେସନ ଉଭୟ ପାର୍ଶ୍ୱରୁ ଭୁବନେଶ୍ୱର ଏବଂ ବଲାଙ୍ଗୀର ମଧ୍ୟରେ ଅପରିବର୍ତ୍ତିତ ରହିବ। ବଲାଙ୍ଗୀର ଏବଂ ସୋନପୁର ମଧ୍ୟରେ ଏହି ଟ୍ରେନ୍ ବିଛୁପାଲି, ଝରତରଭା ଏବଂ ନରସିଂହଗଡ଼ ରେଳ ଷ୍ଟେସନରେ ରହଣି କରିବ।

Categories
ଆଜିର ଖବର ରାଜ୍ୟ ଖବର

ଇସ୍ପାତ ଏକ୍ସପ୍ରେସ ​କଣ୍ଟାବାଞ୍ଜୀକୁ ସମ୍ପ୍ରସାରିତ: ଶୁଭାରମ୍ଭ କଲେ ବଲାଙ୍ଗୀର ସାଂସଦ

ଭୁବନେଶ୍ବର: ବଲାଙ୍ଗୀରର ଲୋକସଭା ସାଂସଦ ସଂଗୀତା କୁମାରୀ ସିଂହଦେଓ ଆଜି ବିଧାୟକ ସନ୍ତୋଶ ସିଂ ସାଲୁଜାଙ୍କ ଉପସ୍ଥିତିରେ କଣ୍ଟାବାଞ୍ଜୀ ରେଳ ଷ୍ଟେସନରୁ ଇସ୍ପାତ ଏକ୍ସପ୍ରେସର ​​କଣ୍ଟାବାଞ୍ଜୀ ପର୍ଯ୍ୟନ୍ତ ସମ୍ପ୍ରସାରଣକୁ ସବୁଜ ପତାକା ପ୍ରଦର୍ଶନ କରାଇ ଶୁଭାରମ୍ଭ କରାଇଛନ୍ତି।

ସମ୍ପ୍ରସାରିତ ଅଂଶର ଉଦ୍ଘାଟନୀ ଚଳାଚଳରେ ଏହି ଟ୍ରେନ୍ କଣ୍ଟାବାଞ୍ଜିରୁ ପୂର୍ବାହ୍ନ 10 ଘଟିକାରେ ଛାଡି ଏକ ସ୍ୱତନ୍ତ୍ର ଟ୍ରେନ୍ ଭାବରେ ହାଓଡ଼ା ଯାତ୍ରା କରିଛି। ଏହି ଟ୍ରେନର ନିୟମିତ ସେବା 14 ଏପ୍ରିଲ, 2022 ଠାରୁ ହାଓଡ଼ା ରୁ ପ୍ରତ୍ୟେକ ରବିବାର, ମଙ୍ଗଳବାର, ଗୁରୁବାର ଏବଂ ଶୁକ୍ରବାର ଦିନମାନଙ୍କରେ ଏବଂ 15 ଏପ୍ରିଲ, 2022 ଠାରୁ କଣ୍ଟାବାଞ୍ଜି ରୁ ପ୍ରତ୍ୟେକ ସୋମବାର, ବୁଧବାର, ଶୁକ୍ରବାର ଏବଂ ଶନିବାର ଦିନ ଚଳାଚଳ କରିବ। ସମ୍ପ୍ରସାରିତ ଅଂଶରେ ଏହି ଟ୍ରେନ୍ ସପ୍ତାହରେ 4 ଦିନ କଣ୍ଟାବାଞ୍ଜି ଓ ହାଓଡ଼ା ମଧ୍ୟରେ ଚଳାଚଳ କରିବ।

16 ଏପ୍ରିଲରୁ 13 ଅଗଷ୍ଟ, 2022 ମଧ୍ୟରେ ଏହି ଟ୍ରେନ ହାଓଡ଼ା ଠାରୁ ପ୍ରତି ସୋମବାର, ବୁଧବାର ଏବଂ ଶନିବାର ଦିନ ମାନଙ୍କରେ ଟିଟିଲାଗଡ ପର୍ଯ୍ୟନ୍ତ ଚଳାଚଳ କରିବ ଏବଂ 17 ଏପ୍ରିଲରୁ 14 ଅଗଷ୍ଟ 2022 ପର୍ଯ୍ୟନ୍ତ ଟିଟିଲାଗଡ଼ ଠାରୁ ପ୍ରତ୍ୟେକ ମଙ୍ଗଳବାର, ଗୁରୁବାର ଏବଂ ରବିବାର ଦିନ ମାନଙ୍କରେ ଯାତ୍ରା ପ୍ରାରମ୍ଭ କରି ହାଓଡ଼ା ଯାତ୍ରା କରିବ।

ଏହାପୂର୍ବରୁ, ମାନ୍ୟବର ଲୋକସଭା ସାଂସଦ ଶ୍ରୀମତୀ ସଂଗୀତା କୁମାରୀ ସିଂହଦେଓ କଣ୍ଟାବାଞ୍ଜି ରେଳ ଷ୍ଟେସନ ଠାରେ ପ୍ଲାଟଫର୍ମ ନମ୍ବର -1 ରୁ 2 କୁ ସଂଯୋଗ କରୁଥିବା ଫୁଟ୍ ଓଭର ବ୍ରିଜ୍ (FOB) ଏବଂ ଟ୍ରେନ କୋଚ ରହଣି ସ୍ଥାନ ଜାଣିବା ପାଇଁ କୋଚ୍ ଇଣ୍ଡିକେସନ୍ ବୋର୍ଡର ଉଦଘାଟନ କରିଥିଲେ।

ସମ୍ବଲପୁର ରେଳ ମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଶ୍ରୀ ପ୍ରଦୀପ କୁମାର ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ।