Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପରେ ଇତିହାସ ରଚିଲେ ନୀରଜ ଚୋପ୍ରା, ଅଭିନନ୍ଦନ ଜଣାଇଲେ ବଲିଉଡ ତାରକା

ନୂଆଦିଲ୍ଲୀ: ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପରେ ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ଜିତି ନୀରଜ ଚୋପ୍ରା ଇତିହାସ ସୃଷ୍ଟି କରିଛନ୍ତି। ହଙ୍ଗେରୀର ବୁଡାପେଷ୍ଟରେ ଚାଲିଥିବା ପୁରୁଷ ଜାଭେଲିନ୍ ଥ୍ରୋ ଫାଇନାଲରେ ବିଶ୍ଵର ଆଥଲେଟ୍ସଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରି ସେ ଦ୍ୱିତୀୟ ପ୍ରୟାସରେ ୮୮.୧୭ ମିଟର ବିଜୟ ଥ୍ରୋ ହାସଲ କରିଥିଲେ। ଏହି ସଫଳତା ହାସଲ କରି ନୀରଜ ଚୋପ୍ରା ସମଗ୍ର ଦେଶକୁ ଗର୍ବିତ କରିଛନ୍ତି। ଏହା ପରେ କରୀନା କପୁର ଖାନ, ସହିଦ କପୁର, ଆୟୁଷ୍ମାନ ଖୁରାନା, ଫରହାନ ଅଖତର, ମଲାଇକା ଆରୋରା, ଅଭିଷେକ ବଚ୍ଚନ, ଭୁମି ପେଡନେକର ଭଳି ବଲିଉଡ ତାରକା ତାଙ୍କୁ ଅଭିନନ୍ଦନ ଜଣାଉଛନ୍ତି।

Categories
ଆଜିର ଖବର ଜାତୀୟ ଖବର ମନୋରଂଜନ ସ୍ବାସ୍ଥ୍ୟ

ଆକ୍ରାନ୍ତ ହେଲେ ଅଭିନେତ୍ରୀ କଙ୍ଗନା: କହିଲେ ଖୁବଶୀଘ୍ର କରୋନା ଭୂତାଣୁକୁ ହରାଇବି

ନୂଆଦିଲ୍ଲୀ: କରୋନାରେ ଅନେକ ବଲିଉଡ ତାରକା ସଂକ୍ରମଣ ହୋଇସାରିଛନ୍ତି। ଏବେ ଅଭିନେତ୍ରୀ କଙ୍ଗନା ରଣାୱାତ ମଧ୍ୟ ସଂକ୍ରମଣ ହୋଇଛନ୍ତି। ଇନଷ୍ଟାଗ୍ରାମରେ ପୋସ୍ତ କରି କଙ୍ଗନା ଏହା ସୂଚନା ଦେଇଛନ୍ତି। ନିଜର ଟେଷ୍ଟ ରିପୋର୍ଟ ଇନଷ୍ଟାଗ୍ରାମରେ ସାର୍ବଜନୀନ କରି ପଜିଟିଭ ହୋଇଛନ୍ତି ବୋଲି କଙ୍ଗନା କହିଛନ୍ତି। ଏହାସହିତ ନିଜର ବର୍ତ୍ତମାନ ସ୍ଥିତି ମଧ୍ୟ ସେୟାର କରିଛନ୍ତି।

ଧ୍ୟାନରେ ବସିଥିବା ଏକ ଫଟୋ ଅପଲୋଡ କରି ପଜିଟିଭ ହୋଇଥିବା ଖବର କଙ୍ଗନା ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଛନ୍ତି। ତାଙ୍କୁ କିଛି ଦିନ ହେଲା ଦୁର୍ବଳତା ଅନୁଭବ ହେବା ସହ ଆଖି ସାମାନ୍ୟ ପୋଡୁଥିଲା। ତେଣୁ ସେ ଟେଷ୍ଟ କରିବା ପରେ ତାଙ୍କ ରିପୋର୍ଟ ପଜିଟିଭ ଆସିଛି। ବର୍ତ୍ତମାନ ସେ କ୍ଵାରେଣ୍ଟିନରେ ଅଛନ୍ତି। ଖୁବ ଶୀଘ୍ର ଏହି ଭୂତାଣୁକୁ ମୁଁ ଶେଷ କରିଦେବି ବୋଲି କଙ୍ଗନା ଇନଷ୍ଟାଗ୍ରାମରେ ଲେଖିଛନ୍ତି।