Categories
ଆଜିର ଖବର ଜାତୀୟ ଖବର

ବସବରାଜ ବୋମାଇ ହେଲେ କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: କର୍ଣ୍ଣାଟକର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ବସବରାଜ ବୋମାଇଙ୍କ ନାମ ବିଜେପି ଘୋଷଣା କରିଛି। ବର୍ତ୍ତମାନ କର୍ଣ୍ଣାଟକର ଗୃହମନ୍ତ୍ରୀ ଭାବେ ବସବରାଜ କାର୍ଯ୍ୟ କରୁଥିଲେ। ୨୦୦୪ ରୁ ୨୦୦୮ ପର୍ଯ୍ୟନ୍ତ ସେ କର୍ଣ୍ଣାଟକ ବିଧାନସଭା ସଦସ୍ୟ ମଧ୍ୟ ଥିଲେ। କର୍ଣ୍ଣାଟକର ଗୃହ, ଆଇନ, ସଂସଦୀୟ ବ୍ୟାପାର ମନ୍ତ୍ରୀ ସହ ହାଭେରୀ ଏବଂ ଉଡୁପୀ ଜିଲ୍ଲା ପ୍ରଭାରି ମନ୍ତ୍ରୀ ଭାବେ ସେ କାର୍ଯ୍ୟ କରିଥିଲେ। ଏହାପୂର୍ବରୁ ସେ ଜଳ ସମ୍ପଦ ଏବଂ ସହଯୋଗ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ।

ଜାନୁଆରୀ ୨୮ ତାରିଖ ୧୯୬୦ ମସିହାରେ ହୁବଲିରେ ବସବରାଜ ଜନ୍ମଗ୍ରହଣ କରିଥିଲେ। ସେ ୧୯୮୨ ମସିହାରେ ଭୁମାରାଡି କଲେଜ ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜିରୁ ବିଇ ଡିଗ୍ରୀ ହାସଲ କରିଥିଲେ।