Categories
ଆଜିର ଖବର ଜାତୀୟ ଖବର

ଜାମରାଣୀ ଡ୍ୟାମ୍ ବହୁମୁଖୀ ପ୍ରକଳ୍ପକୁ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ଅନୁମୋଦନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି (ସିସିଇଏ) ଜଳ ସମ୍ପଦ, ନଦୀ ବିକାଶ ଏବଂ ଗଙ୍ଗା ପୁନରୁଦ୍ଧାର ବିଭାଗର ପ୍ରଧାନମନ୍ତ୍ରୀ  କୃଷି ସିଞ୍ଚାଇ ଯୋଜନା – ତ୍ୱରିତ ଜଳସେଚନ ଲାଭ କାର୍ଯ୍ୟକ୍ରମ (ପିଏମକେଏସୱାଇ – ଏଆଇବିପି) ଅଧୀନରେ ଉତ୍ତରାଖଣ୍ଡର ଜାମରାଣୀ ଡ୍ୟାମ୍ ବହୁମୁଖୀ ପ୍ରକଳ୍ପକୁ ଅନ୍ତର୍ଭୁକ୍ତ କରିବାକୁ ଅନୁମୋଦନ କରିଛି।

ମାର୍ଚ୍ଚ ୨୦୨୮ ସୁଦ୍ଧା ୨,୫୮୪.୧୦ କୋଟି ଟଙ୍କା ବ୍ୟୟ ଅଟକଳର ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ କରିବା ପାଇଁ ସିସିଇଏ ଉତ୍ତରାଖଣ୍ଡକୁ ୧,୫୫୭.୧୮ କୋଟି ଟଙ୍କାର କେନ୍ଦ୍ରୀୟ ସହାୟତାକୁ ଅନୁମୋଦନ କରିଛି ।

ଏହି ପ୍ରକଳ୍ପରେ ଉତ୍ତରାଖଣ୍ଡ ରାଜ୍ୟର ନୈନିତାଲ ଜିଲ୍ଲାରେ ରାମ ଗଙ୍ଗା ନଦୀର ଉପନଦୀ ଗୋଲା ନଦୀ ଉପରେ ଜାମରାଣୀ ଗ୍ରାମ ନିକଟରେ ଏକ ଡ୍ୟାମ୍ ନିର୍ମାଣ କରାଯିବ । ୧୯୮୧ ମସିହାରେ ସମ୍ପୂର୍ଣ୍ଣ ହୋଇଥିବା ୪୦.୫ କିଲୋମିଟର ଦୀର୍ଘ କେନାଲ ବ୍ୟବସ୍ଥା ଓ ୨୪୪ କିଲୋମିଟର ଦୀର୍ଘ କେନାଲ ବ୍ୟବସ୍ଥା ଜରିଆରେ ଏହି ଡ୍ୟାମ୍ ବର୍ତ୍ତମାନର ଗୋଲା ବ୍ୟାରେଜକୁ ଜଳ ଯୋଗାଣ କରିବ ।

ଏହି ପ୍ରକଳ୍ପରେ ଉତ୍ତରାଖଣ୍ଡ ରାଜ୍ୟର ନୈନିତାଲ ଓ ଉଧମ ସିଂହ ନଗର ଜିଲ୍ଲା ଏବଂ ଉତ୍ତରପ୍ରଦେଶର ରାମପୁର ଓ ବରେଲି ଜିଲ୍ଲାରେ ୫୭,୦୬୫ ହେକ୍ଟର (ଉତ୍ତରାଖଣ୍ଡରେ ୯,୪୫୮ ହେକ୍ଟର  ଏବଂ  ଉତ୍ତରପ୍ରଦେଶରେ ୪୭,୬୦୭ ହେକ୍ଟର) ଅତିରିକ୍ତ ଜଳସେଚନର ଲକ୍ଷ୍ୟ ରଖାଯାଇଛି । ଏହି ପ୍ରକଳ୍ପ ଅଧୀନରେ ଦୁଇଟି ନୂଆ ଫିଡର କେନାଲ ନିର୍ମାଣ ସହ ପୂର୍ବରୁ ରହିଥିବା ୨୦୭ କିଲୋମିଟର କେନାଲର ପୁନରୁଦ୍ଧାର କରାଯିବା ସହ ୨୭୮ କିଲୋମିଟର ପକ୍କା ପଡ଼ିଆ କେନାଲ ନିର୍ମାଣ କରାଯିବ । ଏହା ବ୍ୟତୀତ ଏହି ପ୍ରକଳ୍ପରେ ୧୪ ମେଗାୱାଟ ଜଳ ବିଦ୍ୟୁତ  ଉତ୍ପାଦନ ସହ ୧୦.୬୫ ଲକ୍ଷରୁ ଅଧିକ ଲୋକ ଉପକୃତ ହେଉଥିବା ହଲଦ୍ୱାନୀ ଏବଂ ଏହାର ଆଖପାଖ ଅଞ୍ଚଳକୁ ୪୨.୭୦ ନିୟୁତ ଘନ ମିଟର (ଏମ୍‌ସିଏମ୍‌) ପାନୀୟ ଜଳ ଯୋଗାଣ ପାଇଁ ଲକ୍ଷ୍ୟ ରଖାଯାଇଛି ।

ପ୍ରକଳ୍ପର ଜଳସେଚନ ସୁବିଧାର ଯଥେଷ୍ଟ ଅଂଶ ପଡ଼ୋଶୀ ରାଜ୍ୟ ଉତ୍ତରପ୍ରଦେଶକୁ ପ୍ରବାହିତ ହେବ ଏବଂ ୨୦୧୭ରେ ସ୍ୱାକ୍ଷରିତ ବୁଝାମଣାପତ୍ର ଅନୁଯାୟୀ ଦୁଇ ରାଜ୍ୟ ମଧ୍ୟରେ ଖର୍ଚ୍ଚ / ଲାଭ ବଣ୍ଟନ କରାଯିବ । ତେବେ ପାନୀୟ ଜଳ ଏବଂ ବିଦ୍ୟୁତ୍ ସୁବିଧା ସମ୍ପୂର୍ଣ୍ଣ ଭାବେ ଉତ୍ତରାଖଣ୍ଡ ରାଜ୍ୟ ପାଇଁ ଉପଲବ୍ଧ ହେବ ।

ପୃଷ୍ଠଭୂମି :

୨୦୧୫ -୧୬ ବର୍ଷରେ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା (ପିଏମକେଏସୱାଇ) ଆରମ୍ଭ କରାଯାଇଥିଲା, ଯାହାର ଉଦ୍ଦେଶ୍ୟ ହେଉଛି ଚାଷ ଜମିରେ ଜଳର ଭୌତିକ ଉପଲବ୍ଧତା ବୃଦ୍ଧି କରିବା ଏବଂ ନିଶ୍ଚିତ ଜଳସେଚନ ଅଧୀନରେ ଚାଷ ଯୋଗ୍ୟ ଅଞ୍ଚଳର ସମ୍ପ୍ରସାରଣ କରିବା, କୃଷି କ୍ଷେତ୍ରରେ ଜଳ ବ୍ୟବହାର ଦକ୍ଷତାରେ ଉନ୍ନତି ଆଣିବା, ସ୍ଥାୟୀ ଜଳ ସଂରକ୍ଷଣ ପଦ୍ଧତି ପ୍ରଚଳନ ଇତ୍ୟାଦି । ଭାରତ ସରକାର ୨୦୨୧ – ୨୬ ରେ ୯୩,୦୬୮.୫୬ କୋଟି ଟଙ୍କା (୩୭,୪୫୪ କୋଟି ଟଙ୍କାର କେନ୍ଦ୍ରୀୟ ସହାୟତା) ବ୍ୟୟ ବରାଦ ସହିତ ପିଏମକେଏସୱାଇ କାର୍ଯ୍ୟକାରୀ କରିବାକୁ ଅନୁମୋଦନ କରିଛନ୍ତି । ପିଏମ୍‌କେଏସ୍‌ୱାଇର ତ୍ୱରାନ୍ୱିତ ଜଳସେଚନ ଲାଭ କାର୍ଯ୍ୟକ୍ରମ (ଏଆଇବିପି) ର ଉଦ୍ଦେଶ୍ୟ ହେଉଛି ବୃହତ୍ ଏବଂ ମଧ୍ୟମ ଜଳସେଚନ ପ୍ରକଳ୍ପ ମାଧ୍ୟମରେ ଜଳସେଚନ ବ୍ୟବସ୍ଥା ସୃଷ୍ଟି କରିବା । ପିଏମକେଏସୱାଇ – ଏଆଇବିପି ଅଧୀନରେ ବର୍ତ୍ତମାନ ସୁଦ୍ଧା ୫୩ଟି ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଛି ଏବଂ ୨୫.୧୪ ଲକ୍ଷ ହେକ୍ଟର ଅତିରିକ୍ତ ଜଳସେଚନ କ୍ଷମତା ସୃଷ୍ଟି ହୋଇଛି । ୨୦୨୧ – ୨୨ ରୁ ପିଏମକେଏସୱାଇ ୨.୦ର ଏଆଇବିପି ଉପାଦାନ ପରେ ୬ଟି ପ୍ରକଳ୍ପ ଅନ୍ତର୍ଭୁକ୍ତ କରାଯାଇଛି । ଜାମରାଣୀ ଡ୍ୟାମ ବହୁମୁଖୀ ପ୍ରକଳ୍ପ ହେଉଛି ସପ୍ତମ ପ୍ରକଳ୍ପ ଯାହା ତାଲିକାରେ ଅନ୍ତର୍ଭୁକ୍ତ ହୋଇଛି ।

Categories
ବିଶେଷ ଖବର

ସାବର ଡାଏରୀ ଠାରେ ଏକ ହଜାରରୁ ଅଧିକ କୋଟିର ବହୁମୁଖୀ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର ସାବରକାଂଠା ଅନ୍ତର୍ଗତ ଗାଧୋଡ଼ା ଚୌକି ସ୍ଥିତ ସାବର ଡାଏରୀ ଠାରେ ଏକ ହଜାର କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି। ଏହି ପ୍ରକଳ୍ପଗୁଡ଼ିକ ସ୍ଥାନୀୟ ଚାଷୀ ଓ ଦୁଗ୍ଧ ଉତ୍ପାଦନକାରୀଙ୍କ ଆୟ ବୃଦ୍ଧିରେ ମଧ୍ୟ ସହାୟକ ହେବା ସହ ସେ ଅଞ୍ଚଳର ଗ୍ରାମୀଣ ଅର୍ଥନୀତିରେ ଅଭିବୃଦ୍ଧି ଘଟିବ। ପ୍ରଧାନମନ୍ତ୍ରୀ ମଧ୍ୟ ସୁକନ୍ୟା ସମୃଦ୍ଧି ଯୋଜନାର ହିତାଧିକାରୀ ଓ ମହିଳାଙ୍କ ମଧ୍ୟରେ ସର୍ବଶ୍ରେଷ୍ଠ ଦୁଗ୍ଧ ଉତ୍ପାଦନକାରୀଙ୍କୁ ସମ୍ମାନିତ କରିଥିଲେ। ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ଭାଇ ପଟେଲ ମଧ୍ୟ ଅନ୍ୟମାନଙ୍କ ମଧ୍ୟରେ ସେଠାରେ ଉପସ୍ଥିତ ଥିଲେ।

ସମବେତ ଜନତାଙ୍କୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ “ଆଜି ସାବର ଡାଏରୀର ସମ୍ପ୍ରସାରଣ ଘଟିଛି। ଶହ ଶହ କୋଟି ଟଙ୍କାର ନୂତନ ପ୍ରକଳ୍ପ ଏଠାରେ ସ୍ଥାପିତ ହୋଇଛି। ଦୁଗ୍ଧ ଗୁଣ୍ଡ ଉତ୍ପାଦନ କାରଖାନା ସ୍ଥାପନ ସହ ସାବର ଡାଏରୀର ସାମର୍ଥ୍ୟ ଆହୁରି ବୃଦ୍ଧି ପାଇବ। ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ପ୍ରୟୋଗ ଯୋଗୁଁ ପ୍ୟାକିଂ ପଦ୍ଧତି ମଧ୍ୟ ପାଚନକ୍ରିୟା ବିହୀନ ହେବ।” ସାବର ଡାଏରୀର ଅନ୍ୟତମ ପ୍ରତିଷ୍ଠାତା ଭୂରେ ଭାଇ ପଟେଲଙ୍କ ମଧ୍ୟ ପ୍ରଧାନମନ୍ତ୍ରୀ ସ୍ମୃତିଚାରଣ କରିଥିଲେ। ପ୍ରଧାନମନ୍ତ୍ରୀ ସେ ଅଞ୍ଚଳ ଓ ଅଞ୍ଚଳବାସୀଙ୍କ ସହ ତାଙ୍କର ଦୀର୍ଘଦିନର ସମ୍ପର୍କର ମଧ୍ୟ ସ୍ମୃତିଚାରଣ କରିଥିଲେ।

ଦୁଇ ଦଶନ୍ଧି ପୂର୍ବେ ସେ ଞ୍ଚଳର ଦାରିଦ୍ର୍ୟ ଓ ମରୁଡ଼ି ବିଷୟରେ ପ୍ରଧାନମନ୍ତ୍ରୀ ମନେ ପକାଇଥିଲେ। ସେ କିପରି ମୁଖ୍ୟମନ୍ତ୍ରୀ ଥିବା ବେଳେ ସେ ଅଞଚଳର ସମସ୍ୟା ଦୂର କରିବା ପାଇଁ ଜନସାଧାରଣଙ୍କ ସହଯୋଗ ଲୋଡ଼ିଥିଲେ ତାହାର ସ୍ମୃତିଚାରଣ କରିଥିଲେ। ପଶୁପାଳନ ଓ ଦୁଗ୍ଧ ଉତ୍ପାଦନ ସେତେବେଳେ ପ୍ରମୁଖ କାର୍ଯ୍ୟ ଥିଲା। ସେ ମଧ୍ୟ ଗୋଖାଦ୍ୟ, ଔଷଧପତ୍ର ଓ ଆୟୁର୍ବେଦ ଉପଚାର ଜରିଆରେ ପଶୁ ସମ୍ପଦ ବିକାଶ ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ କହିଥିଲେ। ଗୁଜରାଟ ଜ୍ୟୋତିଗ୍ରାମ ଯୋଜନା କିପରି ବିକାଶକୁ ତ୍ୱରାନ୍ୱିତ କରିଥିଲା ତା’ର ଅବତାରଣା କରିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦୁଇ ଦଶନ୍ଧି ପୂର୍ବରୁ ନିଆଯାଇଥିବା ପଦକ୍ଷେପ ଯୋଗୁଁ ଆଜି ଗୁଜରାଟରେ ଦୁଗ୍ଧ ବଜାର ଏକ ଲକ୍ଷ କୋଟି ଟଙ୍କାର କାରବାର କରୁଛି। ୨ଠଠ୭ ଓ ୨ଠ୧୧ରେ ସେ ଏହି ଅଞ୍ଚଳ ପରିଦର୍ଶନ ବେଳେ କିପରି ମହିଳାଙ୍କ ସହଭାଗିତା ଅଧିକ ହେବ ତା’ର ସ୍ମରଣ କରାଇ ଦେଇଥିଲେ। ଆଜି ଅଧିକାଂଶ କମିଟିରେ ମହିଳାଙ୍କ ବେଶ ଭଲ ପ୍ରତିନିଧିତ୍ୱ ରହିଛି। କ୍ଷୀର ବାବଦ ଅର୍ଥ ପଇଠ ମହିଳାଙ୍କୁ କରାଯାଇଥାଏ ବୋଲି ସେ କହିଥିଲେ।

ଏହି ପରୀକ୍ଷାମୂଳକ ବ୍ୟବସ୍ଥା ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ କରାଯାଇଥାଏ। ଆଜି ଦେଶରେ ଦଶ ହଜାର ଚାଷୀ ଉତ୍ପାଦକ ସଂଘ (ଏଫପିଓଏସ) ପୁରା ଦମରେ କାର୍ଯ୍ୟ କରୁଛି। ଏହି ଏଫପିଓଗୁଡ଼ିକ ଜରିଆରେ କ୍ଷୁଦ୍ର ଚାଷୀଗଣ ସିଧାସଳଖ ଖାଦ୍ୟ ପ୍ରକ୍ରିୟାକରଣ, ମୂଲ୍ୟଭିତ୍ତିକ ରପ୍ତାନୀ ଓ ଯୋଗାଣ ବ୍ୟବସ୍ଥା ସହ ଯୋଡ଼ି ହୋଇପାରୁଛନ୍ତି। ଗୁଜରାଟର ଚାଷୀମାନେ ମଧ୍ୟ ଏହାଦ୍ୱାରା ଅନେକ ଲାଭ ପାଇବେ ବୋଲି ସେ କହିଛନ୍ତି।

ସେ କହିଥିଲେ ଯେ ଚାଷୀମାନଙ୍କ ଆୟ ବୃଦ୍ଧି ନିମନ୍ତେ ଗ୍ରହଣ କରାଯାଇଥିବା ବିକଳ୍ପ ରଣନୀତି ସଫଳ ହେବାକୁ ଯାଉଛି। ଉଦ୍ୟାନ କୃଷି, ମତ୍ସ୍ୟ ଚାଷ, ମହୁ ଉତ୍ପାଦନ ଚାଷୀମାନଙ୍କୁ ଭଲ ଆୟ ଦେଉଛି। ପ୍ରଥମ ଥର ପାଇଁ ଖଦୀ ଓ ଗ୍ରାମଦ୍ୟୋଗ କାରବାର ଏକ ଲକ୍ଷ କୋଟି ଟଙ୍କା ପାର କରିଛି। ଗ୍ରାମାଞ୍ଚଳରେ ଏହି କ୍ଷେତ୍ରରେ ଦେଢ଼ କୋଟି ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି। ପେଟ୍ରୋଲରେ ଇଥାନଲ ମିଶ୍ରଣ ଚାଷୀମାନଙ୍କ ନିମନ୍ତେ ଆୟର ନୂଆ ମାର୍ଗ ଖୋଲିଛି।

“୨ଠ୧୪ ମସିହା ପର୍ଯ୍ୟନ୍ତ ଦେଶରେ ୪ଠଠ ନିୟୁତ ଲିଟରରୁ କମ ଇଥାନଲ ମିଶ୍ରଣ ହେଉଥିଲା। ଆଜି ଏହା ୪ଠଠ କୋଟି ଲିଟରରେ ପହଂଚିଛି। ଆମ ସରକାର ମଧ୍ୟ ୩ କୋଟିରୁ ଅଧିକ ଚାଷୀଙ୍କୁ ସ୍ୱତନ୍ତ୍ର ଅଭିଯାନ ଜରିଆରେ ଗତ ଦୁଇ ବର୍ଷ ମଧ୍ୟରେ କିଶାନ କ୍ରେଡିଟ୍ କାର୍ଡ ପ୍ରଦାନ କରିଛି” ବୋଲି ସେ କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ନିମ ପ୍ରଲେପଯୁକ୍ତ ୟୁରିଆ ପାଇଁ ପଦକ୍ଷେପ, ବାଦ ପଡ଼ି ରହିଥିବା ସାର କାରଖାନାଗୁଡ଼ିକର ପୁନରୁଦ୍ଧାର, ବିଶ୍ୱ ବଜାରରେ ଦରବୃଦ୍ଧି ସତ୍ତ୍ୱେ ଛୋଟ ଛୋଟ ସାର କାରଖାନା ପ୍ରତିଷ୍ଠା କରି ସୁଲଭ ମୂଲ୍ୟରେ ୟୁରିଆ ଯୋଗାଣ ଉଭୟ ଦେଶ ଓ ଗୁଜରାଟର ଚାଷୀମାନଙ୍କୁ ଉପକୃତ କରିଛି। ସୁଜଳାଂ ସୁଫଳାଂ ଯୋଜନା ଯୋଗୁଁ ସାବରକଣ୍ଟା ଜିଲ୍ଲାର ଅଧିକାଂଶ ତହସିଲକୁ ଜଳ ଯୋଗାଣ ହୋଇଛି। ସେହିପରି ଜିଲ୍ଲା ଓ ତାହାର ଆଖପାଖ ଅଞ୍ଚଳକୁ ସଂଯୋଗୀକରଣ ମଧ୍ୟ ବୃଦ୍ଧି ପାଇଛି। ସେ ଅଞ୍ଚଳରେ ରାଜପଥ ଓରେଳପଥ ଯୋଗୁଁ ସଂଯୋଗୀକରଣରେ ଉନ୍ନତି ଘଟିଛି। ସଂଯୋଗୀକରଣ ଯୋଗୁ ପର୍ଯ୍ୟଟନ ବିଭବର ବୃଦ୍ଧି ଘଟିବା ସହ ଯୁବାଗୋଷ୍ଠୀ ନିମନ୍ତେ ଚାକିରି ମଧ୍ୟ ସୁନିଶ୍ଚିତ ହେଉଛି ବୋଲି ସେ କହିଥିଲେ।

ଆଜାଦୀ କା ଅମ୍ରିତ ମହୋତ୍ସବ ଉପରେ ଗୁରୁତ୍ୱ ଆରୋପ କରି ପ୍ରଧାନମନ୍ତ୍ରୀ ସ୍ଥାନୀୟ ଆଦିବାସୀ ନେତାମାନଙ୍କ ତ୍ୟାଗର ସ୍ମୃତିଚାରଣ କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭଗବାନ ବିର୍ସା ମୁଣ୍ଡାଙ୍କ ଜନ୍ମ ଦିବସ ୧୫ ନଭେମ୍ବରକୁ ସରକାର ଜନଜାତୀୟ ଗୌରବ ଦିବସ ଭାବେ ଘୋଷଣା କରିଛନ୍ତି। “ଦେଶବ୍ୟାପୀ ଆଦିବାସୀ ସ୍ୱାଧୀନତା ସଂଗ୍ରାମୀମାନଙ୍କ ସ୍ମୃତିରେ ଆମ ସରକାର ସ୍ୱତନ୍ତ୍ର ସଂଗ୍ରହାଳୟ ମାନ ନିର୍ମାଣ କରୁଛନ୍ତି।” ସେ ଆହୁରି କହିଥିଲେ ଯେ “ପ୍ରଥମଥର ନିମନ୍ତେ ଆଦିବାସୀ ସମାଜରୁ ଆସିଥିବା ଦେଶର ଜଣେ ଝିଅ ସର୍ବୋଚ୍ଚ ସାମ୍ବିଧାନିକ ପଦ ଅଳଙ୍କୃତ କରିଛନ୍ତି। ଦେଶ ଦ୍ରୌପଦୀ ମୁର୍ମୁ ଜୀଙ୍କୁ ଏହାର ରାଷ୍ଟ୍ରପତି ପଦରେ ଆସୀନ କରିଛି। ୧୩ଠ କୋଟି ଭାରତୀୟଙ୍କ ପାଇଁ ଏହା ଏକ ମହାନ ଗର୍ବର କ୍ଷଣ।” ସେ ଦେଶବାସୀଙ୍କୁ ବିପୁଳ ଉତ୍ସାହ ଉଦ୍ଦୀପନାର ସହ ହର ଘର ତ୍ରିରଙ୍ଗା ଅଭିଯାନରେ ଅଂଶଗ୍ରହଣ କରିବାକୁ ଅନୁରୋଧ କରିଥିଲେ।

ପ୍ରକଳ୍ପ ସମ୍ପର୍କରେ ସବିଶେଷ ବୃତ୍ତାନ୍ତ

ପ୍ରଧାନମନ୍ତ୍ରୀ ସାବର ଡାଏରୀରେ ଉଦଘାଟନ କରିଥିବା ପାଉଡ଼ର ପ୍ଲାଣ୍ଟର ଦୈନିକ କ୍ଷମତା ହେଉଛି ୧୨ଠ ନିୟୁତ ମେଟ୍ରିକ ଟନ। ସମ୍ପୂର୍ଣ୍ଣ ପ୍ରକଳ୍ପ ବାବଦ ଖର୍ଚ୍ଚ ପ୍ରାୟ ୩ଠଠ କୋଟି ଟଙ୍କାରୁ ଅଧିକ। ପ୍ଲାଣ୍ଟର ନିର୍ମାଣ ଶୈଳୀ ବୈଶ୍ୱିକ ଖାଦ୍ୟ ନିରାପତ୍ତା ମାନକ ପୂରଣ କରୁଛି। ଏହା ଖୁବ ଉଚ୍ଚ ଶକ୍ତିସମ୍ପନ୍ନ ଓ ବର୍ଜବ୍ୟସ୍ତୁ ଉଦଗୀରଣ ନାହିଁ କହିଲେ ଚଳେ। ଏହି କାରଖାନା ସମ୍ପୂର୍ଣ୍ଣ ଅତ୍ୟାଧୁନିକ ଓ ସ୍ୱୟଂକ୍ରିୟ ପଦ୍ଧତିରେ ନିର୍ମିତ ହୋଇଛି।

ପ୍ରଧାନମନ୍ତ୍ରୀ ସାବର ଡାଲରୀ ଏକ ପାଚନକ୍ରିୟା ବିହୀନ ଦୁଗ୍ଧ ପ୍ୟାକେଜିଂ ପ୍ଲାଣ୍ଟର ଉଦଘାଟନ କରିଛନ୍ତି। ଏହି କାରଖାନାର ଉତ୍ପାଦନ ସାମର୍ଥ୍ୟ ହେଉଛି ଦୈନିକ ୩ ଲକ୍ଷ ଲିଟର। ୧୨୫ କୋଟି ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇଛି। ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ସ୍ୱୟଂସକ୍ରିୟ ଓ ପରିବେଶ ଅନୁକୂଳ ଏବଂ ବୈଷୟିକ ଜ୍ଞାନ ଦ୍ୱାରା ପରିଚାଳିତ। ଏହି ପ୍ରକଳ୍ପ ଦୁଗ୍ଧ ଉତ୍ପାଦନକାରୀଙ୍କୁ ଉତ୍ତମ ରୋଜଗାର ପ୍ରଦାନ କରିବ।

ପ୍ରଧାନମନ୍ତ୍ରୀ ମଧ୍ୟ ସାବର ଛେନା ଓ ଘୋଳ ଦହି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଏହି ପ୍ରକଳ୍ପ ବାବଦ ପ୍ରାୟ ୬ଠଠ କୋଟି ଟଙ୍କା ଖର୍ଚ୍ଚ ହେବ। ଏହି କାରଖାନା କାର୍ଯ୍ୟକ୍ଷମ ହେଲେ ଦିନକୁ ୨ଠ ନିୟୁତ ଟନ୍ ଛେଦାର ଛେନା, ୧ଠ ନିୟୁତ ଟନ ମୋଜେରେଲା ଛେନା ଓ ୧୬ ନିୟୁତ ଟନ୍ ପ୍ରକ୍ରିୟାକୃତ ଛେନା ଉତ୍ପାନ କରିବ। କାର୍ଯ୍ୟ ଆମ୍ଭ କରିବା ପରେ ଛେନା ଡ୍ରାଇଙ୍ଗ ପ୍ଲାଣ୍ଟରେ ଦୈନିକ ୪ଠ ନିୟୁତ ଟନ ଡ୍ରାଇ ହେବ।

ସାବର ଡାଏରୀ ଗୁଜରାଟ ସମବାୟ ଦୁଗ୍ଧ ବିପଣନ ମହାସଂଘ (ଜିସିଏମଏମଏଫ) ଅଂଶବିଶେଷ ଭାବେ ସମସ୍ତ ଦୁଗ୍ଧ ଓ ଦୁଗ୍ଧଜାତ ସାମଗ୍ରୀ ଅମୂଲ ଛାପରେ ବଜାରକୁ ଛାଡ଼ିଥାଏ।