Categories
ଅପରାଧ ଆଞ୍ଚଳିକ

ଦେଶୀ ମଦ ଜବତ କଲା ନାକଟିଦେଉଳ ପୋଲିସ୍: ବାଇକ୍ ସହ ୨ ଗିରଫ

କନ୍ଦର୍ପ ବେହେରା
ରେଢାଖୋଲ: ଆଜି ନାକଟିଦେଉଳ ପୋଲିସ୍ ଚେମଟା ଗାଁ ରୁ ୨୦ ଲିଟର ଦେଶୀ ମଦ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣା ପଡିଛି।

ପୋଲିସ୍ ସୂତ୍ରରୁ ପ୍ରକାଶ ଯେ, ନାକଟିଦେଉଳ ଥାନା ସାଲେଭଟା ପଂଚାୟତର ଚେମେଟା ଗ୍ରାମର ଜୟ ବେହେରା (୩୦) ଓ ରାଜକିଶୋର ବେହେରା(୩୮) ହୋଣ୍ଡା ସାଇନ୍ (ଓଡି୨୮ ଏ ୭୧୩୫)ମୋଟର ସାଇକେଲରେ ୨୦ ଲିଟର ଦେଶୀ ମଦ ଧରି ଆସୁଥିବାର ନାକଟିଦେଉଳ ପୋଲିସ୍ ଖବର ପାଇ ସଦଳବଳେ ଚେମେଟା ଗାଁ ପାଖରେ ସେମାନଙ୍କୁ ଧରିବାରେ ସଫଳ ହୋଇଥିଲା। ସେମାନେ ଏକ ବଡ ଜାରରେ ରନ୍ଧା ଦେଶୀ ମଦକୁ ଆଣି ଚଢା ଦରରେ ବିକ୍ରୀ କରୁଥିବା ଜଣା ପଡିଛି।

ନାକଟିଦେଉଳ ପୋଲିସ୍ ଅବକାରୀ ମାମଲା ରୁଜୁ କରି ସେମାନଙ୍କୁ କୋର୍ଟ ଚାଲାଣ କରିଥିବା ନାକଟିଦେଉଳ ଥାନାଧିକାରୀ ବିଧୂଭୂଷଣ ମିଶ୍ର ପ୍ରକାଶ କରିଛନ୍ତି।