Categories
ଆଜିର ଖବର ରାଜ୍ୟ ଖବର

କାଳିଆ ଦର୍ଶନ କରି ଫେରୁଥିବା ବେଳେ ବାଇକ୍‌କୁ ଧକ୍କା ଦେଲା ଟ୍ରକ୍, ୨ ମୃତ

କୁଜଙ୍ଗ: କୁଜଙ୍ଗ ଥାନା ଅନ୍ତର୍ଗତ କଟକ ପାରାଦୀପ ରାସ୍ତା ୧୫ ନମ୍ବର ରାଜ୍ୟ ରାଜପଥ ଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଏଥିରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ମୃତକମାନେ ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ଛନ୍ଦା ରୋମିତ୍ ଗ୍ରାମର ଜିତେନ୍ ପାଲ (୫୨), ଅନ୍ୟ ଜଣେ ପାଟୁଲିପଙ୍କ ଗ୍ରାମର ପ୍ରଭାକର ଭୋଳ(୫୬)।

ସୂଚନା ମୁତାବକ, କଟକ ପାରାଦ୍ଵୀପ ରାଜ୍ୟ ରାଜପଥରେ ଗୁରୁବାର ସକାଳ ୭ ଟାରେ ଏକ ବାଇକ ନମ୍ବର୍ (ଓଡି – ୨୧ -୩୦୩୧)ରେ ଜିତେନ ଓ ସହଯୋଗୀ ପ୍ରଭାକର ପୁରୀରୁ କାଳିଆ ଦର୍ଶନ କରି ଫେରୁଥିଲେ। ଏତିକି ବେଳେ ରାଜ୍ୟ ରାଜପଥ ର ପନ୍ଦର ନମ୍ବର ଠାରେ ପାରାଦ୍ଵୀପ ଆଡୁ ଆସୁଥିବା ଏକ ଟ୍ରକ୍ ଓଡ଼ି – ୨୧ – ଏଲ୍- ୯୮୦୯ ଗାଡ଼ି ବାଇକକୁ ଧକ୍କା ଦେଇଥିଲା। ଫଳରେ ଉଭୟ ବାଇକ ଆରୋହୀ ଟ୍ରକର ଚକା ତଳେ ପଡ଼ି ଯାଇଥିଲେ। ଘଟଣା ସ୍ଥଳରେ ଦୁଇ ବାଇକ୍ ଆରୋହି ଙ୍କର ପ୍ରାଣହାନି ଘଟିଥିଲା।ଅନ୍ୟପକ୍ଷରେ ଦୁର୍ଘଟଣା ଘଟାଇ ଥିବା ଟ୍ରକ ଚାଳକ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲା।

ସୂଚନା ପାଇ ଦୁର୍ଘଟଣା ସ୍ଥଳରେ କୁଜଙ୍ଗ ପୋଲିସ ଟିମ, ଅଗ୍ନିଶମ ବାହିନୀ ଓ ଦେବଦୁତ୍ତ ବାହିନୀ ପହଞ୍ଚି ଉଭୟଙ୍କୁ କୁଜଙ୍ଗ ଡାକ୍ତରଖାନାକୁ ଆଣିଥିଲେ। ପରେ ମୃତକ ମାନଙ୍କ ପରିବାର ମେଡିକାଲ ରେ ପହଞ୍ଚିଥିଲେ। ପୋଲିସ ମୃତ ଦେହ ଉଭୟ ପରିବାର ଙ୍କୁ ହସ୍ତାନ୍ତର କରିଥିବା ଜଣାପଡିଛି। ଏହି ଘଟଣା ହେତୁ କଟକ ପାରାଦ୍ଵୀପ ରାସ୍ତା କିଛି ସମୟ ପାଇଁ ଯାତାୟତ ବାଧାପ୍ରାପ୍ତ ହୋଇଥିଲା। କୁଜଙ୍ଗ ପୋଲିସ ଦୁର୍ଘଟଣା ଘଟାଇ ଥିବା ଟ୍ରକ ଓ ମୃତକ ଙ୍କ ବାଇକ୍ କୁ ଜବତ୍ କରି ଏକ ମାମଲା ରୁଜ୍ଜୁ କରିଥିବା ଥାନା ଅଧିକାରୀ ରଶ୍ମି ରଞ୍ଜନ ଦାଶ ପ୍ରକାଶ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

ବର୍ତ୍ତମାନ ବାଇକ୍ ଏବଂ ସ୍କୁଟରରେ ମଧ୍ୟ ଉପଲବ୍ଧ ହେବ ଏୟାରବ୍ୟାଗ, ସେକେଣ୍ଡରେ ଖୋଲି ଆପଣଙ୍କୁ ଦେବ ସୁରକ୍ଷା

ନୂଆଦିଲ୍ଲୀ: କେବଳ ଭାରତରେ ନୁହେଁ ବିଶ୍ଵର ଅନ୍ୟାନ୍ୟ ଦେଶରେ ମଧ୍ୟ ଚାରି ଚକିଆ ଯାନ ସହିତ ଲୋକପ୍ରିୟତା ବଢୁଛି। ଏହାକୁ ଦୃଷ୍ଟିରେ ରଖି, ଦୁଇ ଚକିଆ ଯାନ ତିଆରି କରୁଥିବା କମ୍ପାନୀଗୁଡିକ ସେମାନଙ୍କ ମଡେଲରେ ନୂତନ ଏବଂ ଉନ୍ନତ ବୈଶିଷ୍ଟ୍ୟ ଯୋଡିବା ଜାରି ରଖନ୍ତି। ପ୍ରକାଶ ଯେ, ଖୁବ ଶୀଘ୍ର ଏୟାରବ୍ୟାଗ ବିଶିଷ୍ଟ ସ୍କୁଟର ଏବଂ ବାଇକରେ ମଧ୍ୟ ଉପଲବ୍ଧ ହେବ। ଦୁଇ ଚକିଆ ଡ୍ରାଇଭରଙ୍କ ସୁରକ୍ଷା ପାଇଁ ସ୍କୁଟର ଏବଂ ବାଇକରେ ଏୟାରବ୍ୟାଗ ବୈଶିଷ୍ଟ୍ୟ ଯୋଗାଇବା ପାଇଁ ପିଆଜିଓ ଅଟୋ କମ୍ପାନୀ କାର୍ଯ୍ୟ କରୁଛି। କମ୍ପାନୀ ଅଟୋଲିଭ୍ ସହିତ ଏକ ସହଭାଗୀତା ସ୍ଥାପନ କରିଛି। ଏଥିପାଇଁ ସ୍ୱୟଂଚାଳିତ ସୁରକ୍ଷା ବ୍ୟବସ୍ଥା ଯୋଗାଉଥିବା ଏକ କମ୍ପାନୀ। ଆସନ୍ତୁ ଦେଖିବା ଏହି ସିଷ୍ଟମ୍ କ’ଣ ଏବଂ ଏହା କିପରି କାମ କରିବ।

ସେକେଣ୍ଡରେ ଏୟାରବ୍ୟାଗ ଖୋଲିବ:

ରିପୋର୍ଟ ଅନୁଯାୟୀ, ଉଭୟ କମ୍ପାନୀ ଏହି ଟେକ୍ନୋଲୋଜି ଉପରେ ଏକାଠି କାମ କରୁଛନ୍ତି। ଦୁଇ ଚକିଆ ଯାନର ଫ୍ରେମରେ ଏୟାରବ୍ୟାଗ ଲଗାଯିବ। ଦୁର୍ଘଟଣା ହେଲେ ଏହି ଏୟାରବ୍ୟାଗ କିଛି ସେକେଣ୍ଡ ମଧ୍ୟରେ ଖୋଲିବ ଏବଂ ଏହାର ଚାଳକ ଏଥିରୁ ଅନେକ ସୁରକ୍ଷା ପାଇବେ।

କମ୍ପାନୀ ଟ୍ରାଏଲ ଆରମ୍ଭ କରିଛି:

ରିପୋର୍ଟ ଅନୁଯାୟୀ, ଅଟୋଲିଭ କମ୍ପାନୀ ଉନ୍ନତ ସିମୁଲେସନ ଉପକରଣ ସହିତ ଏହି ଏୟାରବ୍ୟାଗକୁ ବିକଶିତ କରିଛି। କମ୍ପାନୀ ସ୍କୁଟର ଏବଂ ବାଇକ୍ରେ ଏହି ଏୟାରବ୍ୟାଗର କ୍ରସ୍ ଟେଷ୍ଟ ମଧ୍ୟ କରିଛି। ବର୍ତ୍ତମାନ ଯେହେତୁ ଏହି କଂସେପ୍ଟ ଉପରେ ପିଆଜିଓ ସହିତ ହାତ ଯୋଡିଛନ୍ତି, ଏହା ଆହୁରି ଉନ୍ନତ ହେବ ଏବଂ ଏହା ଅଧିକ ସୁରକ୍ଷିତ ଏବଂ ବୈଶିଷ୍ଟ୍ୟ ସହିତ ସଜ୍ଜିତ ହୋଇପାରିବ।

ଅଟୋଲିଭ୍ କମ୍ପାନୀର ସିଇଓଙ୍କୁ ଏହି ଟେକ୍ନୋଲୋଜି ବିଷୟରେ କହିବାକୁ ପଡିଛି ଯେ, ଚାରି ଚକିଆ ଯାନରେ ଥିବା ଏୟାରବ୍ୟାଗ ଯୋଗୁଁ ଦୁର୍ଘଟଣା ସମୟରେ ବହୁ ସଂଖ୍ୟକ ଲୋକ ବଞ୍ଚିଛନ୍ତି। ଦୁଇ ଚକିଆ ଯାନରେ ଏହା ନୁହେଁ। ଏଭଳି ପରିସ୍ଥିତିରେ ଅନେକ ଲୋକ ଦୁର୍ଘଟଣାରେ ପ୍ରାଣ ହରାନ୍ତି। ଏହାକୁ ରୋକିବା ପାଇଁ ଦୁଇ ଚକିଆ ଯାନରେ ମଧ୍ୟ ଏହି ବୈଶିଷ୍ଟ୍ୟ ଦେବା ଉପରେ କାର୍ଯ୍ୟ ଆରମ୍ଭ ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର

ବାଲୁଗାଁରୁ ଫେରୁଥିବା ବେଳେ ବାଇକ୍ ସମ୍ମୁଖକୁ ଆସିଲା ଷଣ୍ଢ: ଦୁର୍ଘଟଣାରେ ଚାଲିଗଲା ଚାଳକଙ୍କ ଜୀବନ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥରେ ପୁଣି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି। ଏହି ଦୁର୍ଘଟଣାରେ ଜଣେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଛି।

ଖବର ମୁତାବକ ଟାଙ୍ଗୀ ଥାନା କାଳୁପଡ଼ା ଅନ୍ତର୍ଗତ ରାଜେନ୍ଦ୍ରପୁର ଗ୍ରାମର ଲିପିକାନ୍ତ ନାଥ (୫୦) ନିଜ ବାଇକ୍ ଯୋଗେ ବାଲୁଗାଁରୁ ଘରକୁ ଫେରୁଥିଲେ। ହଠାତ୍ ବ୍ରାହ୍ମଣ ଡିହ ଗ୍ରାମ ନିକଟରେ ଏକ ଷଣ୍ଢ ତାଙ୍କ ବାଇକ୍ ସମ୍ମୁଖକୁ ପଳିଆସିଥିଲା।

ଯାହାଫଳରେ ସେ ବ୍ରେକ ଦେବାରୁ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବାଇକ୍ ରୁ ଛିଟିକି ପଡିବାରୁ ଲିପିକାନ୍ତଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଲିପିକାନ୍ତଙ୍କୁ ଉଦ୍ଧାର କରି ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। କିନ୍ତୁ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଖବର ପାଇ ଟାଙ୍ଗୀ ପୋଲିସ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଶବ ଜବତ କରି ତଦନ୍ତ ଆରମ୍ଭ କରିଦେଇଛି।