Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବଡ଼ମାଳ ଗ୍ରାମରେ ବାଇକ ଚୋରି ଅଭିଯୋଗରେ ତିନି ଗିରଫ

କନ୍ଦର୍ପ ବେହେରା
ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ଚାରମାଳ ଥାନା ଅନ୍ତର୍ଗତ ରେଙ୍ଗାଲି ବଡ଼ମାଲ ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରୁ ବାଇକ ଚୋରି ଅଭିଯୋଗରେ ରବିବାର ତିନି ଜଣଙ୍କୁ ଗିରଫ କରିଛି ଚାରମାଳ ପୋଲିସ।

ପୋଲିସ ସୂତ୍ରରୁ ପ୍ରକାଶ ଯେ, ବଡ଼ମାଲ ଗ୍ରାମର ଶୁଭ୍ରଜିତ ସାହୁଙ୍କ ଘରୁ ଶନିବାର ରାତିରେ ଏକ ହିରୋ ପେଶନ ପ୍ରୋ ଗାଡି ଚୋରି ହୋଇଥିବା ନେଇ ବଡ଼ମାଳ ଫାଣ୍ଡିରେ ଅଭିଯୋଗ ହୋଇଥିଲା। ଏନେଇ ବଡ଼ମାଲ ଫାଣ୍ଡି ଅଧିକାରୀ ଗଣେଶ ବାରିକଙ୍କ ନେତୃତ୍ବରେ ଏକ ଟିମ୍ ଗ‌ଠନ କରି ବଡମାଳ ଗ୍ରାମର ଏକ ସାହିରେ ଚଢ଼ାଉ କରି ୩ଜଣକୁ ଥାନାକୁ ଅଣାଯାଇଥିଲା। ଏବଂ ତଦନ୍ତ ପରେ ଜଂଗଲ ଭିତରୁ ଭାଙ୍ଗିରୁଜି ପଡ଼ିଥିବା ଅବସ୍ଥାରେ ବାଇକ୍ ଟିକୁ ଉଦ୍ଧାର କରିଥିଲେ।

ଗିରଫ ଅଭିଯୁକ୍ତ ମାନେ ହେଲେ ଶଙ୍କର, ଘୁଙ୍ଘୁରୁ ଷଣ୍ଢ ଓ ମୋନଜ ନାୟକ ବୋଲି ଜଣାପଡିଛି। ଏ ସଂକ୍ରାନ୍ତରେ ଚାରମାଳ ପୋଲିସ କେସ ନଂ ୯୪ ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ଆସନ୍ତା କାଲି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ ସୂଚନା ଦେଇଛି।