Categories
ଅପରାଧ ଆଞ୍ଚଳିକ

ବାଇକ ଚୋରି ଅଭିଯୋଗରେ ଯୁବକ ଗିରଫ

ଦୁଷ୍ମନ୍ତ କୁମାର ପଣ୍ଡା

ଜୁନାଗଡ: କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ବଣ୍ଡାକୁଟ୍ରା ଗ୍ରାମରୁ ଏକ ବାଇକ ଚୋରି ଅଭିଯୋଗରେ ଜଣେ ଯୁବକ ଗିରଫ ହେବା ଘଟଣା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି।

ପୁଲିସ ସୂତ୍ରରୁ ପ୍ରକାଶ ଯେ, ଗତ ୫ ତାରିଖ ରାତିରେ ଜୁନାଗଡ଼ ଥାନା ଅନ୍ତର୍ଗତ ବଣ୍ଡାକୁଟ୍ରା ଗ୍ରାମର ବସନ୍ତ ପାନଙ୍କ ଏକ ହୋଣ୍ଡା ସାଇନ ମୋଟର ସାଇକେଲ ନଂ ଓଡ଼ି ୦୮ ଯେ ୪୯୨୩ ଚୋରିହୋଇଗଲା। ବାଇକ ଚୋରି ହେବା ନେଇ ବସନ୍ତ ପାନ ଜୁନାଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏନେଇ ଜୁନାଗଡ଼ ପୁଲିସ ପକ୍ଷରୁ କେଶ ନ. ୨୦୮ ତା ୦୬.୦୫.୨୦୨୨ ଆଇପିସି ଧାରା ୩୭୯ ରେ ଏକ କେଶ ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଥିଲେ।

ତଦନ୍ତ ବେଳେ ଧର୍ମଗଡ଼ ଥାନା ଅନ୍ତର୍ଗତ ସରଧାପୁର ଗ୍ରାମର ନକୁଳ ବିହାରୀଙ୍କ ପୁଅ ନାଗେଶ୍ୱର ବିହାରୀ(୨୦) ବାଇକ ଚୋରି ନେଇଥିବା ନେଇ ଜଣାପଡିଥିଲା। ଏନେଇ ଗତ ୨୦ ତାରିଖରେ ଚୋରି ଅଭିଯୋଗରେ ପୁଲିସ ନାଗେଶ୍ୱରଙ୍କୁ ଗିରଫ କରିବା ସହ ମୋଟର ସାଇକେଲ କୁ ଉଦ୍ଧାର କରିଥିଲେ। ଆଜି ଅଭିଯୁକ୍ତ ନାଗେଶ୍ୱର ବିହାରୀଙ୍କୁ ପୁଲିସ କୋର୍ଟ ଚାଲାଣ କରିଥିଲେ।