Categories
ଜାତୀୟ ଖବର ବିଶେଷ ଖବର

ଶ୍ରୀଲିଙ୍ଗରାଜ ବାଇ-ଲ ପ୍ରତ୍ୟାହାର ଦାବୀ କରି ସଂସ୍କୃତି ମନ୍ତ୍ରୀଙ୍କୁ ଭେଟିଲା ବିଜେଡି ସଂସଦୀୟ ଦଳ

ନୂଆଦିଲ୍ଲୀ, ପୁଣି ଥରେ ବିଜେଡିର ୭ ଜଣ ସାଂସଦ ନୂଆଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଭେଟିଛନ୍ତି। ଲିଙ୍ଗରାଜ ମନ୍ଦିରରେ ପ୍ରସ୍ତାବିତ ବାଇ-ଲ ପ୍ରତ୍ୟାହାର କରିବାକୁ ସେମାନେ ଦାବି କରିଛନ୍ତି। ପିନାକୀ ମିଶ୍ରଙ୍କ ନେତୃତ୍ୟରେ ସାଂସଦ ଭର୍ତ୍ତୃହରି ମହତାବ, ଅନୁଭବ ମହାନ୍ତି, ସୁଜିତ କୁମାର, ଏନ ଭାସ୍କର ରାଓ, ରାଜଶ୍ରୀ ମଲ୍ଲିକ ଓ ମଞ୍ଜୁଲତା ମଣ୍ଡଳ ସାମିଲ ହୋଇଛନ୍ତି।

ପୁରୀ ପରେ ବର୍ତ୍ତମାନ ଲିଙ୍ଗରାଜ ମନ୍ଦିର ବାଇ ଲ କୁ ନେଇ ବିବାଦ ସୃଷ୍ଟି ହୋଇଛି। ସେତେବେଳେ ନୂଆଦିଲ୍ଲୀରେ ଉଭୟ ବିଜେଡି ଓ ବିଜେପି ସାଂସଦମାନା ସଂସ୍କୃତି ମନ୍ତ୍ରୀଙ୍କୁ ଭେଟି ଶ୍ରୀମନ୍ଦିର ବାଇ ଲ ପ୍ରତ୍ୟାହାର କରିବାକୁ ଦାବୀ କରିଥିଲେ। ସେମାନଙ୍କ ଦାବୀ ମୁତାବିକ ସେତେେବେଳ ଏହା ପ୍ରତ୍ୟାହାର କରାଯାଇଥିଲା।

ଏହି ବିବାଦ ତୁଟିବା ପରେ ବର୍ତ୍ତମାନ ଲିଙ୍ଗରାଜ ମନ୍ଦିର ବାଇ ଲ କୁ ନେଇ ବିବାଦ ଆରମ୍ଭ ହୋଇଯାଇଛି। ଶ୍ରୀମନ୍ଦିର ପରି ଲିଙ୍ଗରାଜ ମନ୍ଦିର ବାଇ ଲ କୁ ପ୍ରତ୍ୟାହାର କରିବାକୁ ବିଭିନ୍ନ ମହଲରେ ଦାବୀ କରାଯାଇଛି। ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ କରି ଲିଙ୍ଗରାଜ ମନ୍ଦିରରେ ପ୍ରସ୍ତାବିତ ବାଇ-ଲ’ ପ୍ରତ୍ୟାହାର ଲାଗି ମଧ୍ୟ ଦାବୀ କରିଛନ୍ତି।

ବର୍ତ୍ତମାନ ଶ୍ରୀମନ୍ଦିର ପରି ଲିଙ୍ଗରାଜ ମନ୍ଦିର ଉନ୍ନତିରେ ଏହି ବାଇ-ଲ ବାଧକ ସାଜିଛି। ଏ ନେଇ ଗତକାଲି ଲିଙ୍ଗରାଜ ମନ୍ଦିର ସମ୍ମଖରେ ଦୀପଦାନ କରାଯାଇ ଥିଲା। ଏପରିକି ଏହି ବାଇ ଲ ନେଇ ଭୁବନେଶ୍ବର ସାଂସଦ କାହିଁକି ଚୁପ ବୋଲି ସାମାଜିକ ଗଣ ମାଧ୍ୟମରେ ଟ୍ରୋଲ ଚାଲିଛି।

ଅନ୍ୟପକ୍ଷରେ ଲିଙ୍ଗରାଜ ମନ୍ଦିର ପ୍ରଶାସନ ତରଫରୁ ମଧ୍ୟ ଏ ନେଇ କେନ୍ଦ୍ରକୁ ଚିଠି ଲେଖାଯାଇଛି। ଏଥିରେ ଲିଙ୍ଗରାଜ ମନ୍ଦିରର ଐତିହ୍ୟ ସହିତ ଜମିଜମା ଉପରେ ତଥ୍ୟ ପ୍ରଦାନ କରାଯାଇଛି। ଏହାକୁ ଆଧାର କରି ଲିଙ୍ଗରାଜ ମନ୍ଦିର ବିକାଶ କିପରି ମାଧ୍ୟମରେ ହେବ ତାହା ଉଲ୍ଲେଖ ମଧ୍ୟ କରାଯାଇଛି। କେନ୍ଦ୍ର ସରକାର ତୁରନ୍ତ ଏହି ବାଇ ଲ କୁ ପ୍ରତ୍ୟାହାର କରନ୍ତୁ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି।

ବର୍ତ୍ତମାନ ରାଜ୍ୟ ସରକାର ଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ ବିକାଶ କରିବା ପାଇଁ ଏହାକୁ ଐତିହ୍ୟ କରିଡୋର ଭାବେ ଘୋଷଣା କରିଛନ୍ତି। ସେହି ଅନୁସାରେ ମନ୍ଦିର ଚତୁଃପାର୍ଶରେ ଥିବା ଜବର ଦଖଲ ଉଚ୍ଛେଦ କରାଯିବା ସହିତ ଏହାର ବିକାଶ କାମ ଆରମ୍ଭ କରାଯାଇଛି।

ଏହି କାର୍ଯ୍ୟକୁ 5ଟି ମାଧ୍ୟମରେ ସାମିଲ କରାଯାଇ ଉନ୍ନୟନ କରାଯାଉଛି। ଫଳରେ 5ଟି ସଚିବ ଭିକେ ପାଣ୍ଡିୟାନ ବିଭିନ୍ନ ସମୟରେ ମନ୍ଦିର ପରିଦର୍ଶନ କରି ଏହାର କାମ ତ୍ବରାନିତ କରିବାରେ ଲାଗିଛନ୍ତି। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ମନ୍ଦିର ଗସ୍ତ କରି ଏହି ବିକାଶ କାମ ଉପରେ ସେବକମାନଙ୍କ ସହିତ ଆଲୋଚନା ମଧ୍ୟ କରିଛନ୍ତି। ଏପରି ବିକାଶ ଚାଲିଥିବା ବେଳେ ଏହି ବାଇ ଲ ସେଥିରେ ବାଧା ସୃଷ୍ଟି କରିବାକୁ ଯାଉଛି। ଯାହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ବିରୋଧ କରାଯାଉଛି।

Categories
ଆଜିର ଖବର ରାଜ୍ୟ ଖବର

ଶ୍ରୀ ଜଗନ୍ନାଥଧାମର ବାଇ-ଲ’ ପ୍ରତ୍ୟାହାର ଘୋଷଣାକୁ ସ୍ଵାଗତ କଲେ ଗଜପତି ମହାରାଜା

ପୁରୀ: ଶ୍ରୀ ଜଗନ୍ନାଥଧାମର ବାଇ-ଲ’ ପ୍ରତ୍ୟାହାର ଘୋଷଣାକୁ ଗଜପତି ମହାରାଜା ସ୍ଵାଗତ କରିଛନ୍ତି। ଶ୍ରୀମନ୍ଦିର ପ୍ରସଙ୍ଗରେ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ରାଜ୍ୟସରକାରଙ୍କ ସହ ଆଲୋଚନା ପାଇଁ ଗଜପତି କେନ୍ଦ୍ର ସରକାରଙ୍କୁ କହିଲେ। ଶ୍ରୀଜଗନ୍ନାଥ ଧାମର ରୂପାନ୍ତକରଣରେ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ସହଯୋଗିତାରେ ସମ୍ଭବ ହୋଇପାରି ବ‌ୋଲି ସେ କହିଛନ୍ତି।

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ପାଇଁ କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ଅଧୀନସ୍ଥ ଜାତୀୟ କୀର୍ତ୍ତିରାଜି କର୍ତ୍ତୃପକ୍ଷ(ଏନ୍‌ଏମ୍‌ଏ)ଙ୍କ ପ୍ରସ୍ତାବିତ ବାଇ-ଲ’ କୁ କେନ୍ଦ୍ର ସରକାର ଆଜି ପ୍ରତ୍ୟାହାର କରିଛନ୍ତି। ଏହି ପ୍ରସଙ୍ଗରେ ପୁରୀର ସେବାୟତଙ୍କ ଠାରୁ ଆରମ୍ଭ କରି ସ୍ଥାନୀୟ ଲୋକ ବିରୋଧ କରିଥିଲେ।