Categories
ଆଞ୍ଚଳିକ

ବାଣପୁର ଉପ କାରାଗାର ପରିସରରେ ଉଦଘାଟିତ ହେଲା ପାଠାଗାର

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ଉପ କାରାଗାର ପରିସରରେ ଏକ ପାଠାଗାର ଉଦଘାଟିତ ହୋଇଯାଇଛି। ସ୍ଥାନୀୟ ସେଣ୍ଟ ଜାଭିଅର ହାଇସ୍କୁଲ ପକ୍ଷରୁ ଉକ୍ତ ପାଠାଗାରକୁ ଉପ କାରାଗାର ପରିସରରେ ଖୋଲାଯାଇଛି। ଉକ୍ତ ମହତ କାର୍ଯ୍ୟରେ ସଂପୂର୍ଣ୍ଣ ସହଯୋଗ କରିଥିଲେ ଜେଲ ସୁପରିଟେଣ୍ଡେଣ୍ଟ ଜଗତ ବିହାରୀ ରାଉତରାୟ।

ଆଜିର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ବାଣପୁର ସେଣ୍ଟ ଜାଭିଅର ହାଇସ୍କୁଲ ପରିଚାଳକ ଡାକ୍ତର ଶକ୍ତି ପ୍ରସାଦ ମହାନ୍ତି, ବିଶିଷ୍ଟ ବାସ୍ତୁବିଦ, ରାଜ୍ୟ ସମାଜସେବୀ ମହାସଂଘର ପ୍ରତିଷ୍ଠାତା ପଣ୍ଡିତ ଶ୍ରୀପତି ଆଚାର୍ଯ୍ୟ, ବିଦ୍ୟାଳୟର ସଦସ୍ୟ ରବି ନାରାୟଣ ହୋତା ଏବଂ ସତ୍ୟ ନାରାୟଣ ପ୍ରଧାନ ଆଦି ଉପସ୍ଥିତ ଥିଲେ।

ତେବେ ଜେଲ ସୁପରିଟେଣ୍ଡେଣ୍ଟଙ୍କ ପ୍ରଚେଷ୍ଟା ଲାଗି ଏହା ସମ୍ଭବ ହୋଇପାରିଛି ବୋଲି ବିଦ୍ୟାଳୟ ପରିଚାଳକ ଡ଼ା ମହାନ୍ତି କହିବା ସହ ଏଥିନିମନ୍ତେ ତାଙ୍କୁ ପ୍ରଶଂସା ମଧ୍ୟ କରିଛନ୍ତି।  ତେବେ ଆଗକୁ ମଧ୍ୟ କାରାଗାରରେ ଏପରି ବିଭିନ୍ନ ସଂସ୍କାରମୂଳକ କାର୍ଯ୍ୟକ୍ରମ ଜାରି ରହିବ ବୋଲି ଜେଲ ସୁପରିଟେଣ୍ଡେଣ୍ଟଙ୍କ ଶ୍ରୀ ରାଉତରାୟ କହିଛନ୍ତି। ସେଣ୍ଟ ଜାଭିଅର ହାଇସ୍କୁଲର ଉକ୍ତ କାର୍ଯ୍ୟକୁ ସମସ୍ତେ ଭୂୟାଁସୀ ପ୍ରଶଂସା କରିଛନ୍ତି।