Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

ଆଜି ଦୀପାବଳି: ଭୁବନେଶ୍ବରରେ ଆପଣ ମାତ୍ର ଦୁଇ ଘଣ୍ଟା କରିପାରିବେ ଢୋ ଢା

ଭୁବନେଶ୍ୱର: ଆଜି ହେଉଛି ପବିତ୍ର ଦୀପାବଳି ଉତ୍ସବ। ଏହି ଉତ୍ସବରେ ବାଣଫୁଟ ଏକ ପ୍ରମୁଖ ପର୍ବ। ହେଲେ ଏହି ବାଣ ଫୁଟାଇବା ପାଇଁ କମିଶନରେଟ ପୋଲିସ ଜାରୀ କରିଛି ନିର୍ଦ୍ଦେଶନାମା।  ଆପଣ ଭୁବନେଶ୍ବରରେ ମାତ୍ର ୨ ଘଣ୍ଟା ବାଣ ଫୁଟାଇବା ଲାଗି କମିସନରେଟ୍‍ ଅନୁମତି ଦେଇଛି। ଯେଉଁ ନିର୍ଦ୍ଦେଶନାମା ଜାରୀ ହୋଇଛି ତାହା ହେଲା..

  • ରାତି ୮ଟାରୁ ୧୦ଟା ମଧ୍ୟରେ ବାଣ ଫୁଟାଇବାକୁ ଅନୁମତି
  • ନିଷିଦ୍ଧାଞ୍ଚଳ ଯଥା ହସ୍ପିଟାଲ୍‍, ଶିକ୍ଷାନୁଷ୍ଠାନ ଓ କୋର୍ଟରେ ବାଣ ଫୁଟାଇବା ମନା
  • ବାଣ ଦୋକାନଗୁଡ଼ିକ ପରସ୍ପରଠାରୁ ଅତି କମରେ ୩ ମିଟର ଦୂରତା
  • ଦୋକାନଗୁଡ଼ିକ ପରସ୍ପରର ମୁହାଁମୁହିଁ ହେବେ ନାହିଁ
  • ପ୍ରତ୍ୟେକ ଦୋକାନର ଚଟାଣ କ୍ଷେତ୍ର ୧୦-୧୨ ବର୍ଗ ମଧ୍ୟରେ ସୀମିତ
  • ତେଲରେ ଜଳୁଥିବା ଦୀପ, ଗ୍ୟାସ୍‍ ଲ୍ୟାମ୍ପ, ମହମବତୀ ବ୍ୟବହାର କରାଯିବ ନାହିଁ
  • ଦୋକାନ ଠାରୁ ୫୦ ମିଟର ମଧ୍ୟରେ ଆତସବାଜି ପ୍ରଦର୍ଶନ ଅନୁମତି ନାହିଁ
  • ଗୋଟିଏ କ୍ଲଷ୍ଟରରେ ୫୦ରୁ ଅଧିକ ଦୋକାନ ଅନୁମତି ଦିଆଯିବ ନାହିଁ
  • ଦୋକାନରେ ପର୍ଯ୍ୟାପ୍ତ ଅଗ୍ନି ନିର୍ବାପକ ଯନ୍ତ୍ର, ସୁବିଧା ଏବଂ ପ୍ରଥମ ସହାୟତା ଦୋକାନରେ ରଖାଯିବ
  • କେବଳ ସବୁଜ କ୍ରାକର (ଯାହା କମ୍‍ ପ୍ରଦୂଷିତ)ଗୁଡ଼ିକ ବିକ୍ରୟ ପାଇଁ ଅନୁମତି
Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ଭୁବନେଶ୍ବରରେ ଆଉ ସାତୋଟି ଜାଗାରେ ବାଣ ବିକ୍ରି ପାଇଁ ମିଳିଲା ଅନୁମତି

ଭୁବନେଶ୍ବର: ଆସୁଛି ଦୀପାବଳି। ଏହି ଉପଲକ୍ଷେ ବାଣଫୁଟା ପର୍ବ ଅନୁଷ୍ଠିତ ହେବ। କରୋନା ପାଇଁ ଦୁଇବର୍ଷ ଧରି ବାଣଫୁଟା ବନ୍ଦ ଥିଲା। ଚଳିତ ବର୍ଷ ବାଣଫୁଟା ପାଇଁ ଅନୁମତି ରହିଛି। ତେବେ ବାଣ ବିକ୍ରୀ ନେଇ ରହିଛି କଟକଣା। ଏଥର ରାଜ୍ୟ ସରକାର ଭୁବନେଶ୍ବରର ଆଉ ସାତୋଟି ସ୍ଥାନରେ ବାଣ ବିକ୍ରି କରିବା ପାଇଁ ଅନୁମତି ପ୍ରଦାନ କରିଛନ୍ତି।

ଏହି ସ୍ଥାନଗୁଡିକ ହେଲା ଶବର ସାହୀ ମେଳନ ପଡିଆ, ରସୁଲଗଡ ଦୁର୍ଗାପୂଜା ମଣ୍ଡପ, ପଳାଶୁଣି ଖେଳପଡିଆ, ୟୁନିଟ-01 ହାଇସ୍କୁଲ ପଛପାର୍ଶ, ଲକ୍ଷ୍ମୀସାଗର ମେଳଣ ପଡିଆ, ବଡଗଡ ଶ୍ମସାନ ସାମନା, ବଡଗଡ ବିଡିଏ ମାର୍କେଟ ପଛ। ଏ ନେଇ ଜିଏ ତରଫରୁ ବିଏମସିକୁ ଏକ ନୋଟିସ ମାଧ୍ୟମରେ ଜଣାଇ ଦିଆଯାଇଛି। ପୂର୍ବରୁ ରାଜଧାନୀରେ 21ଟି ସ୍ଥାନରେ ବିକ୍ରି ପାଇଁ ଅନୁମତି ଦିଆଯାଇଥିଲା। ଏବେ ମୋଟ 28ଟି ସ୍ଥାନରେ ବାଣ ବିକ୍ରିପାଇଁ ସରକାର ଅନୁମତି ରହିଛି।