Categories
ଆଜିର ଖବର ଜାତୀୟ ଖବର

ଲୋକସଭାରେ ଆଗତ ହେଲା ବଏଲର୍ସ ବିଲ୍ ୨୦୨୪

ନୂଆଦିଲ୍ଲୀ: କେନ୍ଦ୍ର ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ ମଙ୍ଗଳବାର ଲୋକସଭାରେ ବଏଲର୍ସ ବିଲ୍, ୨୦୨୪ ଆଗତ କରିଛନ୍ତି। ଏହା ମାଧ୍ୟମରେ ବଏଲର୍ସ ଆଇନ, ୧୯୨୩ (୧୯୨୩ ର ୫)ର ବିଲୋପ କରାଯାଇଛି। ଏହି ବିଲ୍ ପୂର୍ବରୁ ୪ ଡିସେମ୍ବର, ୨୦୨୪ରେ ରାଜ୍ୟସଭାରେ ଗୃହୀତ ହୋଇଥିଲା ଏବଂ ଏବେ ଲୋକସଭାରେ ଗୃହୀତ ହେବା ପରେ ଏହାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ପଠାଯିବ।

ପୁନଃପ୍ରଣୟନ ହୋଇଥିବା ଆଇନ ଦେଶର ଶିଳ୍ପ, ବଏଲରରେ କାମ କରୁଥିବା କର୍ମଚାରୀ ଏବଂ କାର୍ଯ୍ୟକାରୀ ଅଧିକାରୀଙ୍କ ସମେତ ସବୁ ଅଂଶୀଦାରମାନଙ୍କର ବର୍ତ୍ତମାନର ଆବଶ୍ୟକତା ପୂରଣ କରେ ଏବଂ ବର୍ତ୍ତମାନ ସମୟର ଆବଶ୍ୟକତା ଅନୁସାରେ।

ବିଲ୍‌ର ପ୍ରମୁଖ ବୈଶିଷ୍ଟ୍ୟଗୁଡ଼ିକ ନିମ୍ନରେ ଦିଆଗଲା:

ଏହାର ବ୍ୟବସ୍ଥାଗୁଡ଼ିକୁ ଅଧିକ ସ୍ପଷ୍ଟ କରିବା ପାଇଁ ଆଧୁନିକ ଡ୍ରାଫ୍ଟ ବ୍ୟବସ୍ଥା ଅନୁଯାୟୀ ବିଲ୍ ପ୍ରସ୍ତୁତ କରାଯାଇଛି। ବଏଲର୍ସ ଆଇନ, ୧୯୨୩ର ବିଭିନ୍ନ ସ୍ଥାନରେ ଥିବା ସମାନ ବ୍ୟବସ୍ଥାଗୁଡ଼ିକୁ ସହଜରେ ପଠନ ଏବଂ ବୁଝିବା ପାଇଁ ଏହି ଆଇନରେ ଛଅଟି ଅଧ୍ୟାୟରେ ଏକତ୍ର କରାଯାଇଛି। କୌଣସି ଦ୍ୱନ୍ଦ୍ୱକୁ ଏଡାଇବା ପାଇଁ, କେନ୍ଦ୍ର ସରକାର, ରାଜ୍ୟ ସରକାର ଏବଂ କେନ୍ଦ୍ରୀୟ ବଏଲର ବୋର୍ଡର ସମସ୍ତ କାର୍ଯ୍ୟ/କ୍ଷମତାକୁ ବିସ୍ତୃତ ଭାବରେ ଗଣନା କରାଯାଇଛି।

ଏହି ନୂତନ ବିଲ୍ ବ୍ୟବସାୟ କରିବା ସହଜତା (ଇଓଡିବି) ପାଇଁ ଏମଏସଏମଇ କ୍ଷେତ୍ର ସମେତ ବଏଲର ବ୍ୟବହାରକାରୀମାନଙ୍କୁ ଉପକୃତ କରିବ କାରଣ ବିଲ୍‌ରେ ଅପରାଧମୁକ୍ତିକରଣ ସମ୍ପର୍କିତ ବ୍ୟବସ୍ଥା ଅନ୍ତର୍ଭୁକ୍ତ କରାଯାଇଛି। ବଏଲର ଏବଂ ବଏଲର ସହିତ କାମ କରୁଥିବା କର୍ମଚାରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ସାତଟି ଅପରାଧ ମଧ୍ୟରୁ, ଜୀବନ ଏବଂ ସମ୍ପତ୍ତିର କ୍ଷତି କରିପାରୁଥିବା ଚାରୋଟି ପ୍ରମୁଖ ଅପରାଧ ପାଇଁ ଫୌଜଦାରୀ ଦଣ୍ଡକୁ ବଜାୟ ରଖାଯାଇଛି। ଅନ୍ୟାନ୍ୟ ଅପରାଧ ପାଇଁ, ଆର୍ଥିକ ଦଣ୍ଡ ଲାଗୁ କରାଯାଉଛି। ଏହା ସହିତ, ସମସ୍ତ ଅଣ-ଅପରାଧୀ କାର୍ଯ୍ୟ ପାଇଁ ‘ଜରିମାନା’କୁ ‘ଦଣ୍ଡ’ରେ ପରିବର୍ତ୍ତନ କରାଯାଇଛି, ଯାହା ପୂର୍ବ ପରି କୋର୍ଟ ବଦଳରେ କାର୍ଯ୍ୟନିର୍ବାହୀ ବ୍ୟବସ୍ଥା ମାଧ୍ୟମରେ ଲାଗୁ କରାଯିବ।

ବଏଲର ଭିତରେ କାମ କରୁଥିବା ଲୋକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ବିଲରେ ନିର୍ଦ୍ଦିଷ୍ଟ ବ୍ୟବସ୍ଥା କରାଯାଇଥିବାରୁ ପ୍ରସ୍ତାବିତ ବିଲ୍ ସୁରକ୍ଷାକୁ ବୃଦ୍ଧି କରିବ ଏବଂ ବଏଲର ମରାମତି ଯୋଗ୍ୟ ଏବଂ ଦକ୍ଷ ଲୋକଙ୍କ ଦ୍ୱାରା କରାଯିବା ସୁନିଶ୍ଚିତ କରିବ।

ଭାରତ ସରକାର ବର୍ତ୍ତମାନ ସମସ୍ତ ପୂର୍ବ ସମ୍ବିଧାନ ଆଇନଗୁଡ଼ିକୁ ବର୍ତ୍ତମାନ ସମୟରେ ଉପଯୁକ୍ତତା ଏବଂ ପ୍ରାସଙ୍ଗିକତା ଦୃଷ୍ଟିକୋଣରୁ ପରୀକ୍ଷା କରୁଛନ୍ତି।

ବଏଲର୍ସ ଆଇନ, ୧୯୨୩କୁ ୨୦୦୭ ମସିହାରେ ଭାରତୀୟ ବଏଲର୍ସ (ସଂଶୋଧନ) ଆଇନ, ୨୦୦୭ ଦ୍ୱାରା ବ୍ୟାପକ ସଂଶୋଧନ କରାଯାଇଥିଲା ଯାହା ସ୍ୱାଧୀନ ତୃତୀୟ ପକ୍ଷ ଯାଞ୍ଚ କର୍ତ୍ତୃପକ୍ଷଙ୍କ ଦ୍ୱାରା ଯାଞ୍ଚ ଏବଂ ପ୍ରମାଣପତ୍ର ପ୍ରଚଳନ କରିଥିଲା। ତଥାପି, ବିଦ୍ୟମାନ ଆଇନର ଅଧିକ ପରୀକ୍ଷା କରିବା ପରେ, ଆଇନର ସମୀକ୍ଷା କରିବା ଏବଂ ପବ୍ଲିକ୍ ଟ୍ରଷ୍ଟ (ସଂଶୋଧନ ବ୍ୟବସ୍ଥା) ଆଇନ, ୨୦୨୩ ଅନୁଯାୟୀ ଅପରାଧମୁକ୍ତ ବ୍ୟବସ୍ଥା ଅନ୍ତର୍ଭୁକ୍ତ କରିବାର ଆବଶ୍ୟକତା ଅନୁଭବ କରାଯାଇଛି।

ତଦନୁସାରେ, ବିଦ୍ୟମାନ ଆଇନର ସମୀକ୍ଷା କରାଯାଇଛି, ଯେଉଁଥିରେ ଅନାବଶ୍ୟକ/ଅପ୍ରଚଳିତ ବ୍ୟବସ୍ଥାଗୁଡ଼ିକୁ ବିଲୋପ କରାଯାଇଛି ଏବଂ ପୂର୍ବରୁ ପ୍ରଦାନ କରାଯାଇ ନଥିବା ନିୟମ ଏବଂ ନିୟମାବଳୀ ପାଇଁ କିଛି ମୂଳ ସକ୍ଷମ ବ୍ୟବସ୍ଥା କରାଯାଇଛି। ବିଲର ବ୍ୟବସ୍ଥାଗୁଡ଼ିକୁ ଅଧିକ ସ୍ପଷ୍ଟ କରିବା ପାଇଁ କିଛି ନୂତନ ପରିଭାଷା ମଧ୍ୟ ସନ୍ନିବେଶିତ ହୋଇଛି ଏବଂ କିଛି ବିଦ୍ୟମାନ ପରିଭାଷାକୁ ସଂଶୋଧନ କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ବିହାର, ଓଡ଼ିଶା ଏବଂ ପଶ୍ଚିମବଙ୍ଗରେ ମେଗା ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକର ସମୀକ୍ଷା କଲା ପିଏମଜି

ନୂଆଦିଲ୍ଲୀ: ଶିଳ୍ପ ଏବଂ ଆଭ୍ୟନ୍ତରୀଣ ବାଣିଜ୍ୟ ପ୍ରୋତ୍ସାହନ ବିଭାଗ (ଡିପିଆଇଆଇଟି)ର ପ୍ରୋଜେକ୍ଟ ମନିଟରିଂ ଗ୍ରୁପ୍ (ପିଏମଜି) ବିହାର, ପଶ୍ଚିମବଙ୍ଗ ଏବଂ ଓଡ଼ିଶାରେ ପ୍ରମୁଖ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକର ଏକ ସବିଶେଷ ସମୀକ୍ଷା କରିଛି।

ପିଏମଜିର ଅଧିକାରୀମାନେ ୧୯ଟି ପ୍ରମୁଖ ପ୍ରକଳ୍ପର ୨୩ଟି ପ୍ରସଙ୍ଗ ଉପରେ ଯାଞ୍ଚ କରିଥିଲେ, ଯେଉଁଥିରେ ମୋଟ ୬୩,୮୫୮ କୋଟି ଟଙ୍କାରୁ ଅଧିକ ନିବେଶ ହୋଇଛି। ଏଥିରେ ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରଣାଳୟ ଅଧୀନସ୍ଥ ପାଞ୍ଚଟି ପ୍ରକଳ୍ପ ଅନ୍ତର୍ଭୁକ୍ତ, ବିଶେଷକରି ତିନୋଟି ରାଜ୍ୟର କର୍ମଚାରୀ ରାଜ୍ୟ ବୀମା ନିଗମ (ଇଏସଆଇସି) ହସ୍ପିଟାଲ ଉପରେ ଫୋକସ କରାଯାଇଥିଲା। ଏହି ହସ୍ପିଟାଲଗୁଡ଼ିକର ଉଦ୍ଦେଶ୍ୟ ହେଉଛି ବୀମାକୃତ ନାଗରିକ ଏବଂ ସେମାନଙ୍କ ପରିବାରକୁ ସ୍ୱତନ୍ତ୍ର ଚିକିତ୍ସା, ଔଷଧ ଏବଂ ହସ୍ପିଟାଲରେ ଭର୍ତ୍ତି ସମେତ ଅତ୍ୟାବଶ୍ୟକ ସ୍ୱାସ୍ଥ୍ୟସେବା ସୁବିଧା ପ୍ରଦାନ କରିବା।

ଏହା ସହିତ, ଇସ୍ପାତ, କୋଇଲା, ସଡ଼କ ପରିବହନ ଏବଂ ରାଜପଥ, ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍, ରେଳ ଏବଂ ଶକ୍ତି ମନ୍ତ୍ରଣାଳୟ ସହ ଜଡିତ ପ୍ରକଳ୍ପଗୁଡ଼ିକର ସମୀକ୍ଷା କରାଯାଇଥିଲା ଯାହାଦ୍ୱାରା ପ୍ରତିବନ୍ଧକଗୁଡ଼ିକୁ ଚିହ୍ନଟ କରି ଦୂର କରାଯାଇପାରିବ ଏବଂ ସେଗୁଡ଼ିକୁ ସୁଗମ କାର୍ଯ୍ୟାନ୍ୱୟନ ସୁନିଶ୍ଚିତ କରାଯାଇପାରିବ। ଉଲ୍ଲେଖନୀୟ, ବିହାରର ବକ୍ସର ଥର୍ମାଲ ପାୱାର ପ୍ଲାଣ୍ଟ (୧୩୨୦ ମେଗାୱାଟ) ପ୍ରକଳ୍ପ, ଯାହାର ଆନୁମାନିକ ମୂଲ୍ୟ ୧୦,୪୩୯.୦୯ କୋଟି ଟଙ୍କା, ସମୀକ୍ଷାର ମୁଖ୍ୟ କେନ୍ଦ୍ର ଥିଲା।

ପ୍ରମୁଖ ଅର୍ଥନୈତିକ ପରାମର୍ଶଦାତା ଶ୍ରୀ ପ୍ରବୀଣ ମାହାତୋଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କେନ୍ଦ୍ରୀୟ ମନ୍ତ୍ରଣାଳୟ, ରାଜ୍ୟ ସରକାର ଏବଂ ପ୍ରକଳ୍ପ ସମ୍ବନ୍ଧୀୟ ସଂସ୍ଥାଗୁଡ଼ିକର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ ଏବଂ ପ୍ରକଳ୍ପ କାର୍ଯ୍ୟାନ୍ୱୟନକୁ ପ୍ରଭାବିତ କରୁଥିବା ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗଗୁଡ଼ିକୁ ଚିହ୍ନଟ ଏବଂ ଆଲୋଚନା କରିଥିଲେ। ଶ୍ରୀ ପ୍ରବୀଣ ମାହାତୋ ପ୍ରକଳ୍ପ ତଦାରଖ ପାଇଁ ସାଂସ୍ଥାଗତ ଢାଞ୍ଚାକୁ ସୁଦୃଢ଼ କରିବା ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ପୁନଃଦୋହରାଇଥିଲେ ଏବଂ ପଡ଼ି ରହିଥିବା ସମସ୍ୟାଗୁଡ଼ିକର ସମାଧାନରେ ତତ୍ପରତା ଦେଖାଇବାକୁ ଅଧିକାରୀମାନଙ୍କୁ ଅନୁରୋଧ କରିଥିଲେ। ପ୍ରକଳ୍ପ କାର୍ଯ୍ୟାନ୍ୱୟନକୁ ତ୍ୱରାନ୍ୱିତ କରିବା ପାଇଁ ପ୍ରକଳ୍ପ ମନିଟରିଂ ଗ୍ରୁପ୍ (ପିଏମଜି) ମେକାନିଜିମ୍ (https://pmg.dpiit.gov.in)କୁ ଉପଯୋଗ କରିବାରେ ସେ ଘରୋଇ ଅଂଶୀଦାରମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ। ଏହା ଉଲ୍ଲେଖନୀୟ ଯେ ଏହି ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକର ସମୟସୀମା ଏବଂ ଦକ୍ଷ କାର୍ଯ୍ୟାନ୍ୱୟନ ସୁନିଶ୍ଚିତ କରିବା ପାଇଁ କେନ୍ଦ୍ର ସରକାର, ରାଜ୍ୟ କର୍ତ୍ତୃପକ୍ଷ ଏବଂ ଘରୋଇ କ୍ଷେତ୍ର ମଧ୍ୟରେ ଉତ୍ତମ ସମନ୍ୱୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

ଡିପିଆଇଆଇଟି ଏହାର ପ୍ରକଳ୍ପ ମନିଟରିଂ ଗୋଷ୍ଠୀ ମାଧ୍ୟମରେ ଉଚ୍ଚ ପ୍ରଭାବଶାଳୀ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକୁ ସହଜ କରିବା ଜାରି ରଖିବ। ଏହା ସେମାନଙ୍କର ସମୟସୀମା ସମାପ୍ତିକୁ ସୁନିଶ୍ଚିତ କରିବ ଏବଂ ଭାରତର ଆର୍ଥିକ ଅଭିବୃଦ୍ଧିରେ ଯୋଗଦାନ ଦେବ।

Categories
ଆଜିର ଖବର ଜାତୀୟ ଖବର

ଜାତୀୟ ସିମେଣ୍ଟ ଏବଂ ଭବନ ସାମଗ୍ରୀ ପରିଷଦରେ ଇନ୍‌କ୍ୟୁବେସନ ସେଣ୍ଟର ଉଦଘାଟିତ

ନୂଆଦିଲ୍ଲୀ: ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟର ଡିପିଆଇଆଇଟିର ସଂଯୁକ୍ତ ସଚିବ ସଞ୍ଜୀବଙ୍କ କର ମଣ୍ଡଳରେ କମଳରେ ଜାତୀୟ ସିମେଣ୍ଟ ଏବଂ ଭବନ ସାମଗ୍ରୀ ପରିଷଦରେ ଇନ୍‌କ୍ୟୁବେସନ ସେଣ୍ଟର (ଏନ.ସି.ବି.-ଆରସି)ର ଉଦ୍‌ଘାଟନ ହୋଇଛି। ଏହି ଅବସରରେ, ଏନ୍‌ସିିବିର ଉପାଧ୍ୟକ୍ଷ ଏବଂ ଷ୍ଟାର ସିମେଣ୍ଟ ଲିମିଟେଡର ଉପାଧ୍ୟକ୍ଷ ଏବଂପ୍ରବନ୍ଧ ନିର୍ଦ୍ଦେଶକ ରାଜେନ୍ଦ୍ର ଚମାରିୟା, ଡାଲମିୟା ସିମେଣ୍ଟ (ବି) ଲିମିଟେଡର ରଣନୀତିକ ପରାମର୍ଶଦାତା ମହେନ୍ଦ୍ର ସିଂଧି ଏବଂ ଏନସିବି ବଲ୍ଲଭ ଗଡରେ ଏନସିବିର ମହାନିର୍ଦ୍ଦେଶକ ଡକ୍ଟର ଏଲ.ପି ସିଂହ ଉପସ୍ଥିତ ଥିଲେ।

 

ଶ୍ରୀ ସଂଜୀବ ଏନସିବି ସହିତ କାର୍ଯ୍ୟ କରୁଥିବା ବିକଳ୍ପ ଇନ୍ଧନ, ପ୍ରାକ୍ ଦହନ ପ୍ରଯୁକ୍ତି, ଥ୍ରୀଡି ପ୍ରିଣ୍ଟିଂ ଟେକ୍ନୋଲୋଜି, କାର୍ବନ କ୍ୟାପଚର ଏବଂ ଉପଯୋଗ ଇତ୍ୟାଦି ପ୍ରତିଶତବୃଦ୍ଧି ପାଇଁ କୃତ୍ରିମ ବୁଦ୍ଧିମତ୍ତାର ପ୍ରୟୋଗ କ୍ଷେତ୍ରରେ   ଲିଭ୍ ଏନସେନସ ଟେକ୍ନୋଲୋଜି, ଅଟୋବୋଡ, ଏଏଲଟିସ୍ଏଫ୍, ଓ୍ଵାନଲେମେଣ୍ଟ ଏବଂ ବାୟୋ ସହିତ ଆଲୋଚନା କରିଥିଲେ।

ଇନକ୍ୟୁବେସନ୍ ସେଣ୍ଟର ପ୍ରତିଷ୍ଠା ପାଇଁ ସେ ଏନସିବିକୁ ପ୍ରଶଂସା କରିଥିଲେ। ମାନୁଫାକ୍ଚରିଂ ସେକ୍ଟର ପାଇଁ ୫୦ଟି ଇନକ୍ୟୁବେଟର ପ୍ରତିଷ୍ଠା ପାଇଁ ସେ ତାଙ୍କର ଦୃଷ୍ଟିକୋଣ ବାଣ୍ଟିଥିଲେ ଏବଂ ଏନସିବି ଇନକ୍ୟୁବେସନ ସେଣ୍ଟର ଏହାର ଏକ ଜ୍ୱଳନ୍ତ ଉଦାହରଣ। ଦେଶର ଅଭିବୃଦ୍ଧି ଓ ବିକାଶ ପାଇଁ ସିମେଣ୍ଟ କ୍ଷେତ୍ର ଭାରତ ସରକାରଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର ବୋଲି ସେ କହିଥିଲେ । ପ୍ରଯୁକ୍ତିବିଦ୍ୟାର ଉନ୍ନତି, ସ୍ଥାୟୀତା ଏବଂ ଶକ୍ତି ଦକ୍ଷତା ଦ୍ୱାରା ପରିଚାଳିତ ସିମେଣ୍ଟ କ୍ଷେତ୍ର କ୍ରମାଗତ ଭାବରେ ବିକଶିତ ହେଉଛି । ସିମେଣ୍ଟ ଶିଳ୍ପରେ ଅଭିନବତା ଏବଂ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା ପାଇଁ ଆମର ଜାରି ରହିଥିବା ପ୍ରୟାସରେ ଏହି ପଦକ୍ଷେପ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ । ଅଭିନବତା, ଷ୍ଟାର୍ଟଅପ୍ କୁ ପ୍ରୋତ୍ସାହିତ କରିବା ଏବଂ ଦେଶର ଷ୍ଟାର୍ଟଅପ୍ ଇକୋସିଷ୍ଟମରେ ପୁଞ୍ଜିନିବେଶକୁ ପ୍ରୋତ୍ସାହିତ କରିବା ପାଇଁ ଏକ ସୁଦୃଢ଼ ଇକୋସିଷ୍ଟମ୍ ନିର୍ମାଣ କରିବା ଉଦ୍ଦେଶ୍ୟରେ ଭାରତ ସରକାର ୧୬ ଜାନୁଆରୀ ୨୦୧୬ରେ ଷ୍ଟାର୍ଟଅପ୍ ଇଣ୍ଡିଆ ପଦକ୍ଷେପ ଆରମ୍ଭ କରିଥିଲେ । ନିରନ୍ତର ପ୍ରୟାସ ଯୋଗୁଁ ଆଜି ସୁଦ୍ଧା ଡିପିଆଇଆଇଟି ସ୍ୱୀକୃତିପ୍ରାପ୍ତ ଷ୍ଟାର୍ଟଅପ୍ ସଂଖ୍ୟା ୧,୩୬,୫୮୪କୁ ବୃଦ୍ଧି ପାଇଛି ବୋଲି ସେ ସୂଚନା ଦେଇଛନ୍ତି। ଏହି ସମସ୍ତ ସାମଗ୍ରିକ ପ୍ରୟାସ ୨୦୪୭ ପୂର୍ବରୁ   ଭାରତକୁ ଏକ ବିକଶିତ ରାଷ୍ଟ୍ର ଭାବରେ ଆଗେଇ ନେବ।

ଏନସିବିଆଇସିରେ ଇନକ୍ୟୁବେଟି ଷ୍ଟାର୍ଟଅପ୍ /ଉଦ୍ୟୋଗୀମାନଙ୍କୁ ଏନସିବିର ବୈଜ୍ଞାନିକ ଏବଂ ସିମେଣ୍ଟ ଏବଂ ବିଲ୍ଡିଂ ମ୍ୟାଟେରିଆଲ ଶିଳ୍ପର ବିଶେଷଜ୍ଞମାନେ ବାଣିଜ୍ୟୀକରଣ ପାଇଁ ବଜାର ପ୍ରସ୍ତୁତ ଉତ୍ପାଦଗୁଡିକର ଅଧିକ ଉନ୍ନତି କରଣ ଏବଂ ବିକାଶ ପାଇଁ ପରାମର୍ଶ ଦେବେ। ଇନକ୍ୟୁବେଟି ଷ୍ଟାର୍ଟଅପ୍ ଉଦ୍ୟୋଗୀମାନେ ବିକାଶ କାର୍ଯ୍ୟ କରିବା ପାଇଁ ଏନସିବିର ଉନ୍ନତ ପରୀକ୍ଷାଗାରର ସହାୟତା ପାଇବେ।

ଆସନ୍ତା ୧୮ତମ ଏନସିବି ଆନ୍ତର୍ଜାତିକ ସମ୍ମିଳନୀ ଏବଂ ସିମେଣ୍ଟ, କଂକ୍ରିଟ ଏବଂ ବିଲ୍ଡିଂ ସାମଗ୍ରୀ ଉପରେ ପ୍ରଦର୍ଶନୀ ୨୭ରୁ ୨୯ ନଭେମ୍ବର ୨୦୨୪ ପର୍ଯ୍ୟନ୍ତ ନୂଆଦିଲ୍ଲୀର ଆଇଆଇସିସି ଦ୍ୱାରକାସ୍ଥିତ ଯଶୋଭୂମିଠାରେ ଅନୁଷ୍ଠିତ ହେବାକୁ ଥିବା ଅଫିସିଆଲ୍ ୱେବ୍ ଏବଂ ମୋବାଇଲ୍ ଆପ୍ଲିକେସନ୍ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉନ୍ମୋଚନ କରାଯାଇଥିଲା। ପୂର୍ବରୁ ଆୟୋଜିତ ୧୭ଟି ଏନସିବି ଅନ୍ତର୍ଜାତୀୟ ସମ୍ମିଳନୀର ଅନୁସରଣ ଭାବରେ ଏହି ସମ୍ମିଳନୀ ଆୟୋଜନ କରାଯାଇଛି। ଚଳିତ ବର୍ଷର ସମ୍ମିଳନୀର ବିଷୟବସ୍ତୁ ରହିଛି ‘ନେଟ୍ ଜିରୋ ଫ୍ୟୁଚରକୁ ସୁଦୃଢ଼ କରିବା’।

ଜାତୀୟ ସିମେଣ୍ଟ ଏବଂ ଭବନ ନିର୍ମାଣର ସାମଗ୍ରୀ ପରିଷଦ (ଏନସିବି) ସମ୍ପର୍କୀତ :ନ୍ୟାସନାଲ କାଉନସିଲ ଫର ସିମେଣ୍ଟ ଆଣ୍ଡ ବିଲ୍ଡିଂ ମ୍ୟାଟେରିଆଲ୍ସ (ଏନସିବିହେଉଛି ଭାରତ ସରକାରଙ୍କ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟର ଡିପିଆଇଆଇଟିର ପ୍ରଶାସନିକ ନିୟନ୍ତ୍ରଣରେ ଥିବା ଏକ ସର୍ବୋଚ୍ଚ ଗବେଷଣା ଓ ବିକାଶ ସଂସ୍ଥା। ଏନସିବି ସିମେଣ୍ଟ, ଆନୁଷଙ୍ଗିକ ନିର୍ମାଣ ସାମଗ୍ରୀ ଏବଂ ନିର୍ମାଣ ଶିଳ୍ପ ପାଇଁ ଗବେଷଣା, ପ୍ରଯୁକ୍ତି ବିକାଶ ଏବଂ ସ୍ଥାନାନ୍ତର, ଶିକ୍ଷା ଏବଂ ଶିଳ୍ପ ସେବା ପାଇଁ ସମର୍ପିତ।

Categories
ଆଜିର ଖବର ଜାତୀୟ ଖବର

ଭାରତ-ଇଟାଲୀ ମଧ୍ୟରେ ଶିଳ୍ପ ସମ୍ପ୍ରତି ଅଧିକାର ସହଯୋଗ ସଂକ୍ରାନ୍ତ ବୁଝାମଣାପତ୍ରକୁ କ୍ୟାବିନେଟର ଅନୁମୋଦନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର ମନ୍ତ୍ରିମଣ୍ଡଳ ବୈଠକରେ ଭାରତ-ଇଟାଲୀ ମଧ୍ୟରେ ସ୍ୱାକ୍ଷରିତ ଏକ ବୁଝାମଣାପତ୍ର ଅନୁମୋଦିତ ହୋଇଛି। ଭାରତ ସାଧାରଣତନ୍ତ୍ରର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ଅଧୀନସ୍ଥ ଶିଳ୍ପ ବିସ୍ତାର ଓ ଆଭ୍ୟନ୍ତରୀଣ ବାଣିଜ୍ୟ ବିଭାଗ ଓ ଶିଳ୍ପ ସମ୍ପଦ ନିରାପତା ମହାନିର୍ଦ୍ଦେଶାଳ୍‌ୟ ଇଟାଲୀ ସାଧାରଣତନ୍ତ୍ର ମଧ୍ୟରେ ଏହି ଶିଳ୍ପ ସମ୍ପତି ଅଧିକାର ବିଷୟଗତ ସହଯୋଗ ବିଭାଗ ମଧ୍ୟରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି।

ସୁବିଧା- ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହେବା ଫଳରେ ଦୁଇ ଦେଶ ମଧ୍ୟରେ ବୌଦ୍ଧିକ ସମ୍ପଦା ଓ ସୂଚନା ଓ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଦୁଇ ଦେଶର ଅଂଶୀଦାରଙ୍କ ମଧ୍ୟରେ ସହଯୋଗତ୍ମକ କାର୍ଯ୍ୟକଳାପ ବୃଦ୍ଧି ପାଇବ।

ପୃଷ୍ଠଭୂମି: ଜାତୀୟ ଓ ଆନ୍ତର୍ଜାତିକ ଆଇପିଆର ପଦ୍ଧତିରେ ବିଶେଷକରି ଷ୍ଟାର୍ଟଅପ୍ ଓ ଏସ୍‌ଏମ୍‌ଇ କ୍ଷେତ୍ରରେ ଏହି ବୁଝାମଣାପତ୍ର ଯୋଗୁଁ ଉଦ୍ୟୋଗମାନେ ଅନେକ ସୁବିଧା ପାଇବେ। ଏହି ବୁଝାବଣାପତ୍ର ଯୋଗୁଁ   ଆଇପିଆର ଆବେଦନପତ୍ରଗୁଡିକର ପଦ୍ଧତି ଗତ ସରଳୀକରଣ ହେବ । ଏହାକୁ ଲାଗୁ କରିବାରେ ମଧ୍ୟ ସୁବିଧା ହେବ।

ଏହି ବୁଝାମଣାପତ୍ର ଯୋଗୁଁ ଏହା ସବୁଠାରୁ ଉନ୍ନତ ଚଳଣି ଓ ବିନିମୟ କ୍ଷେତ୍ରରେ ତଥ୍ୟ ଆଦାନପ୍ରଦାନ  ଅଂଶୀଦାରମାନଙ୍କ ମଧ୍ୟରେ ସହଜ ହେବ।