Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ବରରେ ବାତ୍ୟାର ପ୍ରଭାବ, ଚାରୋଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣି ଜାରୀ

ଭୁବନେଶ୍ବର: ଆଜି ରାଜଧାନୀରେ ବାତ୍ୟା ମିଗଜୋମର ପ୍ରଭାବ ପରିଲକ୍ଷିତ ହୋଇଛି। ଆଜି ଭୁବନେଶ୍ବର ସକାଳୁ ପାଗ ମେଘୁଆ ରହିବା ପରେ ବର୍ଷା ପରିଲକ୍ଷିତ ହୋଇଥିଲା। ବର୍ତ୍ତମାନ ରାଜଧାନୀର ସମସ୍ତ ସ୍ଥାନରେ ଝିପଝିପ ବର୍ଷା ଲାଗି ରହିଛି। କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇଥିବାର ଜଣାପଡିଛି।

ତେବେ ବାତ୍ୟାର ପ୍ରଭାବକୁ ଲକ୍ଷ୍ୟ ରଖି ଭୁବନେଶ୍ବର ପାଣିପାଗ ବିଭାଗ ଚାରୋଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରୀ କରିଛି। ସେହି ଜିଲ୍ଲାଗୁଡିକ ହେଲା ନୂଆପଡା, ନବରଙ୍ଗପୁର, କୋରାପୁଟ ଏବଂ ମାଲକାନଗିରି ଜିଲ୍ଲା। ଆଗାମୀ ୨୪ ଘଣ୍ଟା ପାଇଁ ଦକ୍ଷିଣ ଓଡ଼ିଶାର ଏହି ଜିଲ୍ଲାଗୁଡିକରେ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ( ୭ ରୁ ୧୧ ସେମି) ସମ୍ଭାବନା ପାଇଁ ୟେଲୋ ଚେତବନୀ ଜାରି କରାଯାଇଛି।

ସେପଟେ ବାତ୍ୟା ମିଗଜୋମ ଦୁର୍ବଳ ହୋଇ କେନ୍ଦ୍ରୀୟ ଆନ୍ଧ୍ର ଉପକୂଳ ଅଂଚଳରେ ଗଭୀର ଅବପାତ ଭାବେ କେନ୍ଦ୍ରୀଭୂତ ରହିଛି। ଏହା ଉତ୍ତର ଆଡକୁ ଗତିକରିବା ସହ ଆଗାମୀ ୬ଘଣ୍ଟା ମଧ୍ୟରେ ଦୁର୍ବଳ ହୋଇ ଅବପାତ ଏବଂ ପରବର୍ତୀ ୬ଘଣ୍ଟାରେ ସୁଦୃଶଃ-ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ କହିଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ସ୍ଥଳଭାଗ ଆଡକୁ ମାଡି ଆସୁଛି ବାତ୍ୟା ମିଗଜୋମ, ଆରମ୍ଭ ହୋଇଗଲାଣି ତାଣ୍ଡବ

ଭୁବନେଶ୍ବର: ବର୍ତ୍ତମାନ ଭୀଷଣ ବାତ୍ୟା ମିଗଜୋମର କେନ୍ଦ୍ର ଚାରିପଟେ ଘୂର୍ଣ୍ଣାୟମାନ ଅବସ୍ଥାରେ ରହିଛି। ଏହାଫଳରେ ପବନର ବେଗ ୯୦ ରୁ ୧୦୦ କିମି ଝଟକା ପବନ ୧୧୦ କିମି ବେଗରେ ପ୍ରବାହିତ ହେଉଛି ବୋଲି ପାଣିପାଗ ବିଭାଗ କହିଛି।

ମଛଲିପଟନମ ରାଡ଼ାର ରୁ ଆଜି ସକାଳ ୮ଟା ୩୦ ର ମିଳିଥିବା ସୂଚନା ଅନୁଯାୟୀ ଗତ ୬ ଘଣ୍ଟାରେ ଭୀଷଣ ବାତ୍ୟା ମିଗଜୋମ ଘଣ୍ଟା ପ୍ରତି ବେଗ ୧୨ କିମି ବେଗରେ ଉତ୍ତର ଦିଗରେ ଅଗ୍ରସର ହେଉଛି। ଆଗାମୀ ୪ ଘଣ୍ଟା ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ କହିଛି।