Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ପୋଲସରା ବ୍ଳକ ଛକରେ ଗୁଳିକାଣ୍ଡ, ବାପା ମୃତ, ଝିଅ ଆହତ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ପୋଲସରା ବ୍ଳକ ଅଫିସ ଛକରେ ଗୁଳିକାଣ୍ଡ ଘଟି ଖଲ୍ଲିକୋଟ ଥାନା ଅନ୍ତର୍ଗତ କୁମୁଣ୍ଡ ଗ୍ରାମର ବିଜୟ ବେହେରାଙ୍କ ବିୟୋଗ ହୋଇଥିବା ବେଳେ ଝିଅ ଗାୟତ୍ରୀ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ଘଟଣାରୁ ପ୍ରକାଶ ଯେ, ବାଲିପଦର ଫାଣ୍ଡି ଅନ୍ତର୍ଗତ ଝୋଲରୀ ଗ୍ରାମର ପ୍ରଶାନ୍ତ ବେହେରା ନିଜ ଶଳାର ଶ୍ଵଶୁର ବିଜୟଙ୍କୁ ଗୁଳି ଚଳାଇ ହତ୍ୟା କରିଥିବା ଜଣାପଡିଛି। କାରଣ ଅସ୍ପଷ୍ଟ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ମୃତ ଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଆହତଙ୍କୁ ଚିକିତ୍ସା ପାଇଁ ପଠାଇଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ସଂଘବଦ୍ଧ ଆକ୍ରମଣରେ ବାପା ମୃତ, ପୁଅ ଗୁରୁତର

ଗଞ୍ଜାମ: ଗତକାଲି ରାତି ପ୍ରାୟ ୯ଟା ସମୟରେ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ସହର ଉପକଣ୍ଠସ୍ଥ ଝାଡ଼ାଙ୍କୁଲି ଗ୍ରାମରେ ସଂଘବଦ୍ଧ ଆକ୍ରମଣରେ ପୁଅର ଆଖି ସାମ୍ନାରେ ବାପାକୁ ହତ୍ୟା କରାଯାଇଛି। ବାପା ପୁଅ ଦୁହେଁ କୌଣସି କାମରେ ନିକଟସ୍ଥ ସାତକୁଟୁଣୀ ଗ୍ରାମକୁ ଯାଇ ଫେରୁଥିବା ବେଳେ ଝାଡ଼ାଙ୍କୁଲି ଗ୍ରାମ ନିକଟରେ ସେମାନଙ୍କ ଉପରେ ସଂଘବଦ୍ଧ ଆକ୍ରମଣ ହୋଇଥିଲା। ଦୁର୍ବୃତ୍ତମାନେ ଖଣ୍ଡା, କାତି, ଠେଙ୍ଗା ବାଡ଼ି ସାହାଯ୍ୟରେ ଆକ୍ରମଣ କରିଥିଲେ।

ଫଳରେ ଉଭୟେ ଗୁରୁତର ଭାବେ ଆହତ ହୋଇଥିଲେ। ଦୁହିଁଙ୍କୁ ଚିକିତ୍ସା ନିମନ୍ତେ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧିନ ଅବସ୍ଥାରେ ବାପା କୋରା ସେଠୀଙ୍କ ମୃତ୍ୟୁ ଘଟିଥିଲା। ପୁଅ ପ୍ରଶାନ୍ତଙ୍କ ଅବସ୍ଥା ଶଙ୍କଟାପନ୍ନ ହୋଇପଡିବାରୁ ପରବର୍ତ୍ତୀ ସମୟରେ ତାଙ୍କୁ ଅଧିକ ଚିକିତ୍ସା ନିମନ୍ତେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଘଟଣା ପରେ ଡ଼ାକ୍ତରଖାନାରେ ଏବଂ ଘଟଣାସ୍ଥଳରେ ସଦର ଥାନା ପୋଲିସ ଆଇଆଇସି ଓ ବୈଦ୍ୟନାପୁର ଥାନା ଆଇଆଇସି ଏବଂ ସଦର ଏସଡ଼ିପିଓ ବିଷ୍ଣୁ ପ୍ରସାଦ ପତି ପହଂଚି ଘଟଣାର ଅନୁଧ୍ୟାନ କରୁଛନ୍ତି। ସଦର ଥାନାରେ ଏ ସଂକ୍ରାନ୍ତରେ ଏକ ମାମଲା ରୁଜ୍ଜୁ ହୋଇଛି। ପୂର୍ବ ଶତୃତାକୁ କେନ୍ଦ୍ର କରି ଆକ୍ରମଣ ହୋଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ଘଟଣାରେ ଜଣକୁ ଅଟକ ରଖି ପଚରା ଉଚୁରା ଜାରୀ ରଖିଛି ପୋଲିସ।