Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ବ୍ୟକ୍ତିତ୍ୱ ରାଜ୍ୟ ଖବର

କିଏ ଏହି ମୋନିଦୀପା ସର୍ଖେଲ, ବିଜେଡିରେ ମିଶିବା ପରେ ପାରାଦୀପ ରାଜନୀତି ହୋଇଛି ହଲଚଲ

ଭୁବନେଶ୍ବର: ମୋନିଦୀପା ସର୍ଖେଲ। ନିକଟରେ ସେ ବିଜେଡିରେ ସାମିଲ ହୋଇଛନ୍ତି। ଯାହାକୁ ନେଇ ପାରାଦୀପ ରାଜନୀତି ହୋଇଉଠିଛି ସରଗରମ। କାରଣ ହେଲା, ସେ କଣ ଏଥର ପାରାଦୀପରୁ ବିଜେଡିର ପ୍ରାର୍ଥୀ ହେବେ କି ? ଏ ନେଇ ବିଜେଡି କର୍ମି ମହଲରେ ବେଶ ଗୁଂଜରଣ ସୃଷ୍ଟି ହେବାରେ ଲାଗିଛି। କେବଳ ପାରାଦୀପ ନୁହେଁ ଏପରିକି ବାଲିକୂଦା ଏରସମାରେ ମଧ୍ୟ ମୋନିଦୀପାଙ୍କୁ ନେଇ ଚାଲିଛି ଚର୍ଚ୍ଚା।

ତେବେ ଏହି ମୋନିଦୀପା କିଏ ସେ ? ସେ କଣ ଆଗରୁ କେଉଁ ଦଳରେ ଥିଲେ କି ?  ସେ କଣ ସକ୍ରିୟ ରାଜନୀତି କରୁଥିଲେ କି ? ତେବେ ଏହାର ଉତ୍ତର ହେବ ନା। କାରଣ ସେ କୌଣସି ଦଳରେ ନାହାଁନ୍ତି। ହେଲେ ତାଙ୍କର ବଡ ପରିଚୟ ହେଉଛି ସେ ହେଉଛନ୍ତି ପାରାଦୀପରେ ଦବଦବା ରଖିଥିବା ବାପି ସର୍ଖେଲଙ୍କ ଧର୍ମପତ୍ନୀ। ବାପି ହେଉଛନ୍ତି କଂଗ୍ରେସ ନେତା। ହେଲେ ପୂର୍ବରୁ ସେ ଜଣେ ପାରାଦୀପ ଅଞ୍ଚଳର ବ୍ୟବସାୟୀ ଭାବେ ବେଶ ପରିଚିତ।

ତାଙ୍କର ଧର୍ମପତ୍ନୀ ବିଜେଡିରେ ସାମିଲ ହୋଇସାରିଥିଲେ ମଧ୍ୟ ବାପି ଏ ପର୍ଯ୍ୟନ୍ତ କଂଗ୍ରେସରେ ଅଛନ୍ତି। ବାପି ଗତ ନିର୍ବାଚନରେ ଦାମୋଦର ରାଉତରାୟଙ୍କ ପୁଅ ସମ୍ବିତ ରାଉତରାୟଙ୍କଠାରୁ ହାରିଯାଇଥିଲେ। ହେଲେ ସେ ସମ୍ବିତଙ୍କୁ ବଡ ଟକ୍କର ଦେଇଥିଲେ। ୨୦୧୪ ନିର୍ବାଚନରେ ମଧ୍ୟ ବାପି ବିଜେଡିର ବରିଷ୍ଠ ନେତା ଦାମୋଦର ରାଉତଙ୍କ ବିରୋଧରେ ପ୍ରାର୍ଥୀ ହୋଇଥିଲେ। ହେଲେ ସେତେବେଳେ ମଧ୍ୟ ବାପି ହାରି ଯାଇଥିଲେ। ସେବେଠାରୁ ଦାମ ଏବଂ ବାପିଙ୍କ ମଧ୍ୟରେ ରାଜନୈତିକ ସହ ପାରିବାରିକ ତିକ୍ତତା ଲାଗି ରହିଛି।

ବର୍ତ୍ତମାନ ତାଙ୍କ ପତ୍ନୀ ମୋନିଦୀପା ବିଜେଡି ସାମିଲ ହେବା ପରେ ଉଭୟ ଦାମ ଏବଂ ସମ୍ବତିଙ୍କ ପାଇଁ ବିପଦ ବୋଲି ପାରାଦୀପ ଅଞ୍ଚଳରେ ଆଲୋଚନା ଆରମ୍ଭ ହୋଇଗଲାଣି। ମୋନିଦୀପା ବିଜେଡିରେ ସାମିଲ ହେଲା ବେଳ ତାଙ୍କ ସହିତ ଥିଲେ ପାରାଦୀପ ବିଧାୟକ ସମ୍ବିତ ରାଉତରାୟ। ସେ ମୋନିଦୀପାଙ୍କୁ ସମସ୍ତଙ୍କ ଆଗରେ ପରିଚୟ କରାଇଥିଲେ। ହେଲେ ମଧ୍ୟ ପାରାଦୀପର ବିଜେଡି କର୍ମି ଏବଂ ଖୋଦ ସମ୍ବିତଙ୍କର ଏହି ମିଶ୍ରଣଙ୍କୁ ନେଇ ସନ୍ଦେହ ବଢିବାରେ ଲାଗିଛି।

ପାରାଦୀପରେ ବାପି ସର୍ଖେଲଙ୍କ ରାଜନୈତିକ ପତିୟାରା ସହିତ ସାମାଜିକ ପତିୟାରା ମଧ୍ୟ ବେଶ ରହିଛି। କାରଣ ସେ ସେଠାରେ ଏକ ଅଣ ରାଜନୈତିକ ସଂଗଠନ କରି ସେହି ଅଞ୍ଚଳର ବିକାଶ ଦିଗରେ ଲାଗିପଢିଛନ୍ତି। ଯାହାର ନାମ ହେଲା ପାରଦୀପ ଏରସମା ଶିଳ୍ପାଞ୍ଚଳ ବିକାଶ ପରିଷଦ। ଏଥିରେ ମୋନିଦୀପା କାର୍ଯ୍ୟକାରୀ ସଭାପତି ରହିଛନ୍ତି। ଏହି ସଂଗଠନ ମାଧ୍ୟମରେ ବାପି ଗତ ପୌର ଓ ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀ ମଧ୍ୟ ଦେଇଥିଲେ। ସମସ୍ତ ଖର୍ଚ୍ଚ ବାପି କରିଥିଲେ। ଆଶ୍ଚର୍ଯ୍ୟର କଥା ସେଠାରେ ତାଙ୍କର ବହୁ ପ୍ରାର୍ଥୀ ବିଜୟ ଲାଭ କରିଛନ୍ତି।

ଏପରିକି ପାରାଦୀପ ପୌରପାଳିକାରେ ବାପିଙ୍କର ନଅ ଜଣ କାଉନସିଲର ଜିତିଥିବା ବେଳେ ତାଙ୍କ ପ୍ରାର୍ଥୀ ସେଠାକାର ଅଧ୍ୟକ୍ଷା ମଧ୍ୟ ହୋଇଛନ୍ତି। ଏହି ନିର୍ବାଚିତ ପ୍ରତିନିଧୀମାନେ ମୋନିଦୀପାଙ୍କ ସହିତ ସମସ୍ତେ ବିଜେଡିରେ ସାମିଲ ହୋଇଛନ୍ତି। ଏଥିରୁ ସ୍ପଷ୍ଟ ସୂଚନା ମିଳିଛି ଯେ, ମୋନିଦୀପା ନିଶ୍ଚିତ ଭାବେ ବିଧାୟକ ସମ୍ବିତ ରାଉତରାୟଙ୍କ ପାଇଁ କଣ୍ଟା ହୋଇ ଉଭା ହେବେ। ସେଥିପାଇଁ ତାଙ୍କର ବିଜେଡିରେ ଯୋଗଦାନକୁ ନେଇ ସମ୍ବତ ବେଶ ଟେନସନ୍ ରେ ଅଛନ୍ତି ବୋଲି ଜଣାପଡିଛି।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ବିଜେଡିରେ ସାମିଲ ହେଲେ ବାପି ସର୍ଖେଲଙ୍କ ପତ୍ନୀ ମୋନିଦୀପା

ଭୁବନେଶ୍ବର: ଆଜି ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି ବାପି ସର୍ଖେଲଙ୍କ ପତ୍ନୀ ମୋନିଦୀପା ସର୍ଖେଲ। ଭୁବନେଶ୍ବରର ଶଙ୍ଖ ଭବନରେ ସେ ଏବଂ ତାଙ୍କ ସମର୍ଥକମାନେ ବିଜେଡିରେ ନିସାମିଲ ହୋଇଛନ୍ତି। ମନୋଦୀପା ପାରଦ୍ବୀପ ଶିଳ୍ପାଞ୍ଚଳ ବିକାଶ ପରିଷଦର କାର୍ଯ୍ୟକାରୀ ସଭାପତି ଅଛନ୍ତି। ମନୋଦୀପାଙ୍କ ସହିତ ପାରଦ୍ବୀପ ମୁନିସିପାଲିଟର ଉପାଧ୍ୟକ୍ଷ ଛବିଲତା ରାଉତ ଏବଂ 9 ଜଣ କାଉନସିଲର ମଧ୍ୟ ବିଜେଡିରେ ସାମିଲ ହୋଇଛନ୍ତି।

ଏହି ମିଶ୍ରଣ ପର୍ବରେ ବିଧାୟକ ଅରୁଣ ସାହୁ, ସାଂସଦ ମାନସ ମଙ୍ଗରାଜ, ପାରାଦ୍ବୀପ ବିଧାୟକ ସଂବିତ ରାଉତରାୟ, ବିଜେଡି ମୁଖପାତ୍ର ପ୍ରିୟବ୍ରତ ମାଝି ଉପସ୍ଥିତ ଥିଲେ। ବାପି ସର୍ଖେଲ ହେଉଛନ୍ତି ପାରାଦ୍ବୀପରେ ଦବଦବା ଥିବା ଜଣେ ନେତା। ତାଙ୍କର ନିଜସ୍ବ ସଂଗଠନ ସେଠାରେ ରହିଛି। ଏହାଦ୍ବାରା ପାରାଦ୍ବୀପ ଏବଂ ଏରସମା ଅଞ୍ଚଳରେ ବିଜେଡିର ସଂଗଠନ ଆହୁରି ସୁଦୃଢ ହୋଇପାରିଛି।