Categories
ଅପରାଧ ଆଜିର ଖବର ଆଞ୍ଚଳିକ

ବନବିଭାଗର ରାତି ଅଧରେ ଚଢଉ: ବାର୍‌ହା ମାଂସ ଭୋଜି କରୁଥିବା ସମୟରେ ୨ଶିକାରୀ ଗିରଫ

କନ୍ଦର୍ପ ବେହେରା
ରେଢାଖୋଲ: ରେଢାଖୋଲ ବନଖଣ୍ଡ ଗୋଗୁଆ ଗ୍ରାମରେ ବାରହା ମାଂସ ଭୋଜି କରୁଥିବା ସମୟରେ ବନବିଭାଗ ୨ ଜଣ ଶିକାରୀଙ୍କୁ ଧରିବାରେ ସଫଳ ହୋଇଛି।

ପ୍ରକାଶ ଯେ, ଗତ କାଲି ରେଢାଖୋଲ ବନଖଣ୍ଡ ଗୋଗୁଆ ଗ୍ରାମର ନରୋତମ ସାହୁ ଓ ପୂର୍ଣଚନ୍ଦ୍ର ବାଗ୍ ଗୋଗୁଆ ହାଇସ୍କୁଲ ପଡିଆରେ ବାରହା ମାଂସ ଭୋଜି କରୁଥିବାର ବନବିଭାଗ କୌଣସି ସୂତ୍ରରୁ ଖବର ପାଇ ଚଢଉ କରିଥିଲା। ସେମାନଙ୍କ ଠାରୁ ବାରହା ମାଂସ ସହ ସେମାନଙ୍କୁ ବନ ବିଭାଗ ଧରିଥିଲା। ଗତକାଲି ଛୁଟିଥିବାରୁ ଶିକାରୀ ଦ୍ୱୟଙ୍କୁ ଆଜି ବନବିଭାଗ କୋର୍ଟଚାଲାଣ କରିଛି। ଶିକାରୀଦ୍ୱୟ ଏମିତି ପ୍ରତିଦିନ ଜଙ୍ଗଲରୁ ଅବାଧରେ ଜନ୍ତୁଶିକାର କରୁଥିବାର ବନ ବିଭାଗ କହିଛି। ଏମାନଙ୍କୁ ଧରିବାକୁ ବନବିଭାଗ ବହୁଦିନରୁ ଜାଲ ବିଛାଇଥିଲା ହେଲେ ଧରିବାରେ ସଫଳ ହୋଇପାରୁ ନ ଥିଲା।

ଗୋଗୁଆ ଅଂଚଳରେ ପ୍ରତ୍ୟେକ ଦିନ ଚୋରାରେ ବନ୍ଧୁକ ରଖି ଜନ୍ତୁ ଶିକାର କରି ବାହାର ଜିଲ୍ଲାକୁ ପ୍ୟାକେଟ୍ କରି ଅବାଧରେ ଚାଲାଣ ହେଉଛି ବାରହା ମାଂସ। ବନବିଭାଗ ସେମାନଙ୍କୁ ଧରିବାରେ ସଫଳ ହୋଇପାରୁନାହିଁ। ଏହି ଚଢଉରେ ଡଇଁଚା ଫରେଷ୍ଟର ଡୋଳାଧର ମେହେର, ଫରେଷ୍ଟଗାର୍ଡ ରାମନାରାୟଣ ମେଣ୍ଡୁଲୀ ଏବଂ ତାଙ୍କ ଟିମ୍ ଚଢଉ କରିଥିଲେ।