Categories
ଆଜିର ଖବର ରାଜ୍ୟ ଖବର

ବଡ଼ଦାଣ୍ଡ ସେବା ଅନୁଷ୍ଠାନ ପକ୍ଷରୁ ବିଶ୍ଵ ରେଡିଓ ଦିବସ ପାଳିତ

ପୁରୀ: ରେଡିଓ ସାଧାରଣ ଲୋକ ମାନଙ୍କର ବନ୍ଧୁ। ସୂଚନା, ଶିକ୍ଷା, ମନୋରଞ୍ଜନ ମାଧ୍ୟମରେ ସେ ଶିଶୁ ଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଆପଣାର କରିନିଏ ବୋଲି କହିଛନ୍ତି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ। ଆଜି ପୂର୍ବାହ୍ନରେ ମରିଚିକୋଟ ଛକଠାରେ ସାମାଜିକ ସଂଗଠନ ‘ବଡ଼ଦାଣ୍ଡ ସେବା’ ର ଚତୁର୍ଥ ବାର୍ଷିକୋତ୍ସବ ଅବସରରେ ବିଶ୍ଵ ରେଡିଓ ଦିବସ ପାଳିତ ହୋଇଯାଇଛି। ଏଥିରେ ଯୋଗ ଦେଇ ଶ୍ରୀ ସେଠୀ ସରକାରଙ୍କ ଜନ ହିତକର ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବା ଓ ଲୋକ ମାନଙ୍କ ଆବଶ୍ୟକତାକୁ ସରକାର ଓ ପ୍ରଶାସନ ନିକଟରେ ଉପସ୍ଥାପନ କରିବାରେ ରେଡ଼ିଓ’ର ଭୂମିକା ଗୁରୁତ୍ୱପୂର୍ଣ୍ଣ।

ବିପର୍ଯ୍ୟୟ ସମୟରେ ଅନ୍ୟ ମାଧ୍ୟମ ପ୍ରଭାବିତ ହେଉଥିବା ବେଳେ ବେତାର ମାଧ୍ୟମ ହିଁ ଲୋକ ମାନଙ୍କୁ ବିବିଧ ଜରୁରୀ ଓ ସତର୍କ ସୂଚନା ପ୍ରଦାନରେ ସହାୟକ ହୋଇ ଥାଏ ବୋଲି କହିଥିଲେ। ଆକାଶବାଣୀ ପୁରୀର କେନ୍ଦ୍ର ନିର୍ଦ୍ଦେଶକ ମାନସ ରଞ୍ଜନ ନାୟକ ରେଡିଓ ପାଖରେ ଥିଲେ କେବେହେଲେ କିଏ ଏକଲା ଅନୁଭବ କରିବ ନାହିଁ। ରେଡିଓ ସହିତ ବିଶ୍ବବାସୀ ଅଧିକ ପରିଚିତ। ୧୮୯୫ରୁ ଆରମ୍ଭ ହୋଇ ଥିବା ରେଡ଼ିଓ ସମାଜ କଲ୍ୟାଣରେ ତାହାର ଜୟ ଯାତ୍ରା ଜାରି ରଖିଛି ବୋଲି ସେ କହିଥିଲେ।

ଟାଉନ ଥାନା ଆଇଆଇସି ସୁନୀଲ କୁମାର ପ୍ରଧାନ ରେଡ଼ିଓ ସବୁ ସମୟରେ ସମସ୍ତଙ୍କୁ ସେବା ଯୋଗାଇ ଆସିଛି ବୋଲି କହିବା ସହ ଅନୁଷ୍ଠାନର ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଥିଲେ।  ଏହି ଅବସରରେ ବର୍ଷିୟାନ୍ ରେଡିଓ ପ୍ରେମୀ କୁମୁଦିନୀ ପାଢୀ, ବାଳକୃଷ୍ଣ ମହାପାତ୍ର ଓ ଜଗନ୍ନାଥ ପାଢୀଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅନୁଷ୍ଠାନର ପ୍ରତିଷ୍ଠାତା ମନୋଜ କୁମାର ସାହୁ କାର୍ଯ୍ୟକ୍ରମର ବିବରଣୀ ଉପସ୍ଥାପନ କରିଥିଲେ। କାର୍ଯ୍ୟକ୍ରମକୁ ସାମାଜିକ କର୍ମୀ ଶ୍ୟାମ ପ୍ରକାଶ ସେନାପତି ସଞ୍ଚାଳନ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସିନେମା

ଓଡିଶା ସିନେ ୱାର୍କର୍ସ ଆସୋସିଏସନ ର ବାର୍ଷିକୋତ୍ସବ

ଭୁବନେଶ୍ଵର: ଓଡିଶା ସିନେ ୱାର୍କର୍ସ ଆସୋସିଏସନ ର ବାର୍ଷିକୋତ୍ସବ ସ୍ଥାନୀୟ ଜୟଦେବ ଭବନ ଠରେ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଆ କଳା ଜଗତରେ ସାଧନା, କର୍ତ୍ତବ୍ୟ ପରାୟଣତା, ନିଷ୍ଠା, ନୈତିକତା ଓ ମାନବିକତାକୁ ଦୃଷ୍ଟିରେ ରଖି ଏହି ଅନୁଷ୍ଠାନ ଏକ ସମ୍ମାନର ପର୍ବ ପ୍ରତ୍ୟେକ ବର୍ଷ ଅନୁଷ୍ଠିତ କରିଥାଏ। ଚଳିତ ବର୍ଷ ମଧ୍ୟ ଏହି ପର୍ବ ଧୂମ୍ ଧାମ୍ ରେ ପାଳିତ ହୋଇଯାଇଛି। ସ୍କିଲ ଇଣ୍ଡିଆର, ମିଡାଆ ଓ ଏଣ୍ଟରଟେନମେଣ୍ଟ ଜନସଂପର୍କ ଅଧିକାରୀ ପୂଜା ଆରୋରା, ସିନେ ପ୍ରଯୋଜକ ଯତୀନ ନାୟକ, ଶୁଭ୍ରା ପଟ୍ଟନାୟକ, କାହାଣୀକାର ଦ୍ବାପାୟନ ପଟ୍ଟନାୟକ, ଅନୁଷ୍ଠାନର ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ବେହେରା, ଅଭିନେତା ଅମର ମହାପାତ୍ର ଏବଂ ଉପଦେଷ୍ଟା ପ୍ରଣୟ ଜେଠୀ ମଞ୍ଚ ଅଳଙ୍କୃତ କରିଥିଲେ। ଅନୁଷ୍ଠାନର ବାର୍ଷିକ ବିବରଣୀ ପୂର୍ଣ୍ଣଚନ୍ଦ୍ର ବେହେରା ପାଠ କରିଥିଲେ।

ସଭାରେ ଦୁଇଟି ଚଳଚ୍ଚିତ୍ର ଅପରେସନ ୧୨/୧୭ର ପ୍ରଯୋଜିକା ଶୁଭ୍ରା ପଟ୍ଟନାୟକ ଓ ଟିମ୍ ର କଳାକାର ଙ୍କୁ ଏବଂ “ଆକାଶବାଣୀ” ର ପ୍ରଯୋଜକ, ଅଭିନେତା ରୋହନ ଗର୍ଗ, ପୂର୍ଣ୍ଣିମା ବରାଳ (ପୂଜା), କ୍ୟାମେରାମ୍ୟାନ ବୁବୁ ଙ୍କୁ ସମ୍ମାନିତ କରାଯାଇଥିଲା।

ଚଳଚ୍ଚିତ୍ରଜଗତ ର ଅନ୍ୟାନ୍ୟ କଳାକାର ତଥା ଟେକ୍ନିସିଆନ ମାନଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା। ତା ସହିତ କବିତା ପାଠ, ବନ୍ଧୁ ମିଳନ, ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ହେଵା ସହିତ ସମ୍ବର୍ଦ୍ଧନା ପର୍ବ ହୋଇଥିଲା ଯେଉଁଥିରେ ସବୁ କଳା କ୍ଷେତ୍ରରେ ସ୍ବନାମ ଅର୍ଜନ କରିଥିବା କଳାକାର ଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା। ସମସ୍ତ ଟେକ୍ନିସିଆନଙ୍କୁ ସ୍କିଲ ଇଣ୍ଡିଆ ଅନ୍ତର୍ଭୁକ୍ତ କରି ସମସ୍ତ ସୁବିଧା ସୁଯୋଗ ଯୋଗାଇଦେବା କଥା ଦିଲ୍ଲୀ ରୁ ଆସିଥିବା ପୂଜା ଆରୋରା ଘୋଷଣା କରିଥିଲେ।

ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ବେହେରାଙ୍କ ଅଦମ୍ୟ ଚେଷ୍ଟା ବଳ ରେ ଏହି ଅନୁଷ୍ଠାନ ର ଉତ୍ପତି ହୋଇଛି। ଛୋଟ ଠାରୁ ବଡ଼ ସମସ୍ତ କଳାକାର ଜଣେ ଜଣେ ନିଜ କଳା ପ୍ରତିଭା ପାଇଁ ସମ୍ମାନ ପାଉ ଏହି ଲକ୍ଷ୍ୟ ନେଇ ଆପ୍ରାଣ ଚେଷ୍ଟା ଜାରି ରଖିଛନ୍ତି।

Categories
ଆଞ୍ଚଳିକ

ମହାତ୍ମାଗାନ୍ଧୀ ପବ୍ଲିକ ସ୍କୁଲର ବାର୍ଷିକୋତ୍ସବ

ରେଢାଖୋଲ (କନ୍ଦର୍ପ ବେହେରା): ନାକଟିଦେଉଳ ସ୍ଥିତ ମହାତ୍ମାଗାନ୍ଧୀ ପବ୍ଲିକ ସ୍କୁଲର ବାର୍ଷିକୋତ୍ସବ ଉପରମୁଣ୍ଡା ସତୀଘାଟଠାରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ନିର୍ଦ୍ଦେଶକ ପଦ୍ମ ଲୋଚନ ବିଶିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବାର୍ଷିକୋତ୍ସବରେ ନାକଟିଦେଉଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଶିକ୍ଷା ବିଭାଗର ଅଧ୍ୟାପକ ଡଃ.ପ୍ରଶାନ୍ତ କୁମାର ଦାଶ ମୁଖ୍ଯ ଅତିଥି ଭାବେ ଯୋଗଦେଇ ଶିଶୁମାନଙ୍କ ସାମଗ୍ରିକ ବିକାଶରେ ପରିବାର ଓ ବିଦ୍ୟାଳୟ ପରିବେଶର ଭୂମିକା ସଂପର୍କରେ ଆଲୋଚନା କରିଥିଲେ।ଅନୁଷ୍ଠାନର ଭାଇସ୍ ଚେୟାରମ୍ୟାନ ନନ୍ଦ କିଶୋର ପ୍ରଧାନ ବାର୍ଷିକ ବିବରଣୀ ପାଠ କରିଥିଲେ।

ଏହି ଅବସରରେ କୃତି ଛାତ୍ର ଛାତ୍ରୀମାନଙ୍କ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ପ୍ରଧାନ ଶିକ୍ଷକ ତୁଳସୀ ସାହୁ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ରୋଜାଲିନ ବିଶି, ପୁଷ୍ପାଞ୍ଜଳୀ ଧଳ, ବିକାଶ ପ୍ରଧାନ ଓ ଅଭିଭାବକଗଣ ସହଯୋଗ କରିଥିଲେ। ଶେଷରେ ଶିକ୍ଷୟିତ୍ରୀ ମାନୁ ଥପା ଧନ୍ୟବାଦ ଅର୍ପଣ କରିଥିଲେ।