Categories
ଆଞ୍ଚଳିକ

ଗୋଦାବରୀଶ ସରକାରୀ ହାଇସ୍କୁଲର ୬୩ ତମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ

ସୀତାରାମ ଅଗ୍ରୱାଲ
ବାଣପୁର: ବାଣପୁର ଵ୍ଲକ ଅଧୀନ ନାଚୁଣୀ ସ୍ଥିତ ଗୋଦାବରୀଶ ସରକାରୀ ହାଇସ୍କୁଲର ୬୩ ତମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ଅର୍ଜୁନ ସ୍ଵାଇଁ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଆଲମୁନି ସ°ଘ ସଭାପତି ବସନ୍ତ କୁମାର ସାହୁ, ମୁଖ୍ୟ ବକ୍ତା ଭାବେ ହାଇସ୍କୁଲ ଶିକ୍ଷା ପରିଚାଳନା କମିଟି ଅଧ୍ୟକ୍ଷ ପ୍ରଦୋଷ କୁମାର ଦାସ, ସମ୍ମାନିତ ଅତିଥି ଭାବେ ଏସ୍ ଏମସି ସଭ୍ୟା ରୀନା ସିଂ, ଅନ୍ୟତମ ସଭ୍ୟ ଯଥା ସୁରେଶ କୁମାର ପଲେଇ, ପୁରୁଷୋତ୍ତମ ସେଣ, ଦୀପକ୍ କୁମାର ପାତ୍ର, ମମତା ପ୍ରଧାନ, ସୁବର୍ଣ୍ଣୀ ପ୍ରଧାନ, ବରିଷ୍ଠ ଶିକ୍ଷକ ବସନ୍ତ ଶଵର ଯୋଗ ଦେଇ ପ୍ରେରଣାଦାୟକ ବକ୍ତବ୍ୟ ରଖିବା ସହିତ ପୂର୍ଵ୍ବ ଆୟୋଜିତ ବିଭିନ୍ନ କ୍ରୀଡା ଓ ସୃଜନଶୀଳତା ପ୍ରତିଯୋଗୀତା ରେ ଉତ୍ତୀର୍ଣ୍ଣ କୃତି ମେଧାବୀ ଙ୍କୁ ପୁରସ୍କାର ବିତରଣ କରିଥିଲେ।

ବରିଷ୍ଠ ଶିକ୍ଷୟିତ୍ରୀ ସ୍ୱାଗତିକା ସ୍ବାଇଁ ସଭା ସଞ୍ଚାଳନ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ସଭା ଆରମ୍ଭରେ ଶିକ୍ଷକ ରାମଚନ୍ଦ୍ର ଦାଶ ବେଦ ପାଠ କରିଥିଲେ। ବରିଷ୍ଠ ଶିକ୍ଷକ ବାଣୀ କାନ୍ତ ସାହୁ, ର°ଜିତ କୁମାର ସାହୁ, ସୁନିଲ୍ କୁମାର୍ ସାହୁ, କିଶୋର କୁମାର ପ୍ରଧାନ,ସୈ।ମ୍ୟକାନ୍ତ ସାହୁ, ସୋନାଲି ନାୟକ, ସଂଯୁକ୍ତା ଘଡେ଼ଇ ବରିଷ୍ଠ ଶିକ୍ଷୟିତ୍ରୀ ସବିତା ଦେଇ, ମୋନିକା ମହାରଣା, ବିଶ୍ଵ ଭୁଷଣ ହରିଚନ୍ଦନ, ଵନୀତା ପରିଡ଼ା, ଶ୍ରଦ୍ଧାନନ୍ଦ ନାୟକ ପୁରସ୍କାର ବିତରଣରେ ସହଯୋଗ ପ୍ରଦାନ କରିଥିଲେ।

ଏହି ଅବସରରେ ସମସ୍ତ କୃତି ମେଧାବୀଙ୍କୁ ପୁରସ୍କାର ସହ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ସୋଆ ପ୍ରଫେସର ଏମ୍‌ଆର୍‌ଏସ୍‌ଆଇ ବାର୍ଷିକ ପୁରସ୍କାରରେ ସମ୍ମାନିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରଫେସର ତଥା ସେଂଟର ଫର୍ ନାନୋ ସାଇନ୍ସ ଆଣ୍ଡ ନାନୋ ଟେକ୍ନୋଲୋଜିର ନିର୍ଦ୍ଦେଶକ ପ୍ରଫେସର କୁଳମଣି ପରିଡ଼ାଙ୍କୁ ଆଇଆଇଟି ଯୋଧପୁର ଠାରେ ନିକଟରେ ଚତୁର୍ଥ ଇଣ୍ଡିଆନ୍ କନ୍‌କ୍ଲେଭ୍ ଆଣ୍ଡ ଇଂଟରନ୍ୟାସ୍‌ନାଲ୍ ୟୁନିୟନ୍ ଅଫ୍ ମ୍ୟାଟେରିଆଲ୍ସ ରିସର୍ଚ୍ଚ ସୋସାଇଟି- ଇନ୍‌ଟରନ୍ୟାସ୍‌ନାଲ କନ୍‌ଫରେନ୍ସ ଇନ୍ ଏସିଆ କାର୍ଯ୍ୟକ୍ରମରେ ମ୍ୟାଟେରିଆଲ୍ସ ରିସର୍ଚ୍ଚ ସୋସାଇଟି ଅଫ୍ ଇଣ୍ଡିଆ (ଏମ୍‌ଆର୍‌ଏସ୍‌ଆଇ) ବାର୍ଷିକ ପୁରସ୍କାରରେ ସମ୍ମାନିତ କରାଯାଇଛି।

ସୌରଶକ୍ତିକୁ ରାସାୟନିକ ଶକ୍ତିରେ ପରିବର୍ତନ କରି ପଦାର୍ଥଗୁଡ଼ିକୁ ପ୍ରସ୍ତୁତ କରିବାରେ ପ୍ରଫେସର ପରିଡ଼ାଙ୍କ ପାରଦର୍ଶିତା ସହ ଶକ୍ତି ସଂଚୟ ଏବଂ ପରିବେଶ ଉପଚାର କ୍ଷେତ୍ରରେ ତାଙ୍କର ବିଚାରମତ ବିଶେଷ ଗୁରୁତ୍ୱ ବହନ କରେ।

ପ୍ରଫେସର ପରିଡାଙ୍କର ପଦାର୍ଥ ବିଜ୍ଞାନ କ୍ଷେତ୍ରର ବିକାଶରେ ଅନେକ ଅବଦାନ ରହିଥିବା ବେଳେ ଯୁବ ଗବେଷକମାନଙ୍କୁ ପ୍ରୋତ୍ସାହିତ କରିବାରେ ତାଙ୍କର ବେଶ ଭୂମିକା ରହିଛି। ବିଭିନ୍ନ ଗୁରୁତ୍ୱପୂର୍ଣର୍ ଜର୍ନାଲ୍‌ଗୁଡ଼ିକରେ ତାଙ୍କର ୫୦୦ ରୁ ଅଧିକ ପ୍ରବନ୍ଧ ପ୍ରକାଶିତ ହୋଇଥିବା ବେଳେ ତାଙ୍କର ୩୨ଟି ଭାରତୀୟ ପାଟେଂଟ ଗୃହୀତ ହୋଇସାରିଛି। ତାଙ୍କ ଅଧିନରେ ୫୨ ଜଣ ଗବେଷକ ପିଏଚ୍‌ଡି ଲାଭ କରିସାରିଛନ୍ତି।

ସୋଆର ସେଂଟର ଫର୍ ନାନୋ ସାଇନ୍ସ ଆଣ୍ଡ ନାନୋ ଟେକ୍ନୋଲୋଜିରେ ବର୍ତମାନ ୨୦ ଜଣ ସ୍କଲାର୍ ଆର୍ଟିଫିସିଆଲ୍ ଫଟୋସିନ୍‌ଥେସିସ୍ ଏବଂ ଇଲେକ୍ଟ୍ରୋକ୍ୟାଟାଲିସିସ୍ ସମ୍ବନ୍ଧୀୟ ଆପ୍ଲିକେସନ୍‌ରେ ଗବେଷଣାରତ ଅଛନ୍ତି। ୨୦୨୦ ମସିହାରୁ ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରସ୍ତୁତ ବିଶ୍ୱର ୨ ପ୍ରତିଶତ ବିଶିଷ୍ଟ ବୈଜ୍ଞାନିକଙ୍କ ତାଲିକାରେ ଗତ ୩ ବର୍ଷ ଧରି ପ୍ରଫେସର ପରିଡ଼ାଙ୍କୁ ସ୍ଥାନିତ କରାଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ତାଙ୍କୁ ପଠାଣି ସାମନ୍ତ ପୁରସ୍କାର ଓ ବିଜ୍ଞାନରେ ଉତ୍କର୍ଷତା ନିମନ୍ତେ ବିଜୁ ପଟ୍ଟନାୟକ ସମ୍ମାନରେ ମଧ୍ୟ ସମ୍ମାନିତ କରାଯାଇଛି।