ଭୁବନେଶ୍ବର: ଆଜି ଭୁବନେଶ୍ଵର କୋର୍ଟ ପରିସରକୁ ୩ ଦିନ ପାଇଁ ସିଲ୍ କରାଯାଇଛି। କୋର୍ଟ ପରିସରରୁ ୧୫ ଜୁଡିସିଆଲ କର୍ମଚାରୀ ଓ ଆଇନଜୀବି ପଜିଟିଭ ଚିହ୍ନଟ ପରେ ବିଏମସି ଏଭଳି ପଦକ୍ଷେପ ନେଇଛି। ଆଜିଠାରୁ ୨୬ ତାରିଖ ପର୍ଯ୍ୟନ୍ତ କୋର ପରିସରକୁ ସିଲ୍ କରାଯାଇଛି। ଏହି ସମୟରେ ଜିଲ୍ଲା କୋର୍ଟ, ଦେବୋତ୍ତର କମିଶନରଙ୍କ ଅଫିସ ବନ୍ଦ ରହିବ। ପରିସର ମଧ୍ୟରେ ଥିବା ବାର ଆସିସିଏସନକୁ ମଧ୍ୟ ୨୬ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ। ତେବେ ସବୁ କର୍ମଚାରୀମାନଙ୍କ ଆରଟିପିସିଆର ଟେଷ୍ଟ ପାଇଁ ୨୭ ତାରିଖ କ୍ୟାମ୍ପ ଖୋଲାଯିବ।
