Categories
ଆଞ୍ଚଳିକ

ବିଭିନ୍ନ ମାମଲାରେ ୨ ଅଭିଯୁକ୍ତଙ୍କୁ ଗିରଫ କଲା କୁଜଙ୍ଗ ପୋଲିସ

କୁଜଙ୍ଗ: କୁଜଙ୍ଗ ଥାନା ପୋଲିସ୍ ପକ୍ଷରୁ ଗତକାଲି ବିଳମ୍ବିତ ରାତିରେ ବାଲିତୁଠ ପଂଚାୟତ ବାଲିସାହି ଗ୍ରାମରେ ଅଚାନକ ଭାବେ ଚଢ଼ାଉ କରି ୯ ଲିଟର ବିଦେଶୀ ଚୋରା ମଦ ଜବତ କରିବା ସହିତ ଚୋରା ବେପାରୀଙ୍କୁ ଗିରଫ କରିଛି। ବେପାରି ଜଣଙ୍କ ହେଲେ ଉକ୍ତ ଗ୍ରାମର ସୁଶାନ୍ତ ପଲାଇ ଓରଫ୍ ସୁଶିଆ। ସୁଶାନ୍ତଙ୍କ ନାମରେ ପୂର୍ବରୁ ଚୋରା ମଦ କାରବାର ସଂପୃକ୍ତି ନେଇ ୪ ଗୋଟି ମାମଲା କୁଜଙ୍ଗ ଥାନାରେ ଥିବାବେଳେ ସେ ଅନେକ ବାର ଜେଲ୍ ଯାଇଥିବା ଥାନା ଅଧିକାରୀ ରଶ୍ମୀରଞ୍ଜନ ଦାସ ସୂଚନା ପ୍ରଦାନ କରିବା ସହିତ ଆଗାମୀ ଦିନରେ ଚୋରାମଦ ବେପାର କରୁଥିବା ସପୃକ୍ତ ବେପାରୀଙ୍କୁ ଯେଉଁ ସରକାରୀ ପଞ୍ଜିକୃତ ମଦ ଚାଲାଣ କରନ୍ତି ତେବେ ତାଙ୍କ ନାମରେ ମାମଲା ରୁଜ୍ଜୁ କରାଯିବ ବୋଲି କହିଛନ୍ତି।

ପ୍ରକାଶ ଯେ, ଆଗକୁ ସାଧାରଣ ନିର୍ବାଚନ ଥିବାରୁ ଏବେ ନିଶାବେପାରୀ ଓ ଅପରାଧ ଘଟାଉଥିବା ବ୍ୟକ୍ତିବିଶେଷ ଉପରେ କଡା଼ ନଜର ରଖିବାକୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାହୁଲ ପି.ଆର ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ଏହି କ୍ରମରେ ନିଶା ବେପାରରେ ସଂପୃକ୍ତ ଥିବା ବ୍ୟକ୍ତିଙ୍କ ନାମରେ ୩ ରୁ ଉର୍ଦ୍ଧ୍ୱ ମାମଲା ଥିଲେ ତାକୁ ପୋଲିସ୍ କ୍ରମାଗତ ଭାବେ ଗରିଫ କରିବ। ଏବେ କୁଜଙ୍ଗ ପୋଲିସ କୁଜଙ୍ଗ ଅଂଚଲରେ ୨୩ ଜନ ଚୋରାମଦ କାରବାରରେ ସଂପୃକ୍ତ ଥିବ ଏକ ତାଲିକ ପ୍ରସ୍ତୁତ୍ କରି ତାଙ୍କୁ ଗିରଫ କରିବା ଆରମ୍ଭ କରିଦେଇଛି।

ଏହି ପରିପ୍ରେକ୍ଷୀରେ ଗତକାଲି ବାଲିତୁଠ ପଂଚାୟତ ବାଲିସାହି ଗ୍ରାମରେ ସୁଶାନ୍ତ ଚୋରାମଦ କାରବାର କରୁଥିବା ପୋଲିସ୍‌କୁ ସୂଚନା ମିଳିଥିଲା। ପୋଲିସ୍ ତୁରନ୍ତ ଛଦ୍ମବେଶରେ ଘଟଣାସ୍ଥଳରେ ପହଁଚି ମଦ ବିକ୍ରୟ କରୁଥିବା ବେଳେ ସୁଶାନ୍ତକୁ ମାଡ଼ିବସିଥିଲେ । ତାଠାରୁୟ ୯ ଲିଟରରୁ ଉର୍ଦ୍ଧ୍ୱ ବିଦେଶୀ ମଦ ଜବତ କରାଯାଇଥିଲା। ଏନେଇ କୁଜଙ୍ଗ ପୋଲିସ୍ ଥାନା ଅଧିକାରୀ ଶ୍ରୀ ଦାଶ ସୁଶାନ୍ତଙ୍କ ନାମରେ ୫୩୦/୨୩ ରେ ମାମଲା ରୁଜ୍ଜୁ କରି ତାକୁ କୋର୍ଟ ଚାଲାଣ କରିଥିଲେ। ମାତ୍ର ସେଠାରେ ତାର ଜାମିନ୍ ନାମାଞ୍ଜୁର ହେବାରୁ ତାକୁ ସମାଗୋଳସ୍ଥିତ ବିଚାରବିଭାଗୀୟ ହାଜତକୁ ପଠାଇଦିଆଯାଇଛିି।

ସୂଚନାଯୋଗ୍ୟ ଜିଲ୍ଲା ପୋଲିସ୍ କାର୍ଯ୍ୟାଳୟରେ କ୍ରାଇମ୍ ମିଟିଂରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ରାହୁଲ ପି.ଆରଙ୍କ ନିର୍ଦ୍ଦେଶ କ୍ରମେ ପ୍ରତ୍ୟେକ ଥାନାରେ କିଛି ବଛା ବଛା ପୋଲିସ କର୍ମଚାରୀମାନଙ୍କୁ ନେଇ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି ଏହି ଟିମ୍‌ର ମୁଖ୍ୟ ପରିଚାଳକ ଅଛନ୍ତି ଖୋଦ୍ ଥାନାର ଥାନା ଅଧିକାରୀ। ଉକ୍ତ ଟିମ୍ ବିଭିନ୍ନ ଅଂଚଳରେ ଚୋରା ମଦ, ଧଳା ଜହର, ଗଞ୍ଜେଇ କାରବାର କରୁଥିବା ବ୍ୟକ୍ତି, ବିଭିନ୍ନ ଅପରାଧିକ କାର୍ଯ୍ୟ କଳାପରେ ସଂପୃକ୍ତି ଓ ସେମାନଙ୍କ ନାମରେ ୩ ରୁ ଉର୍ଦ୍ଧ୍ୱ ମାମଲା ଥିଲେ ସେମାନଙ୍କ ଉପରେ କଡ଼ା ନଜର ରଖିବ ଏହି ଟିମ୍।

ସେହିପରି କଟକ-ପାରାଦ୍ୱୀପ ରାଜ୍ୟ ରାଜପଥରେ ମଦ୍ୟପାନ କରି ବେପରୁଆଭାବେ ଗାଡ଼ି ଚାଳନ କରୁଥିବା କେନ୍ଦ୍ରାପଡ଼ା ଜିଲ୍ଲା କଳାଘର ଗ୍ରାମର ନରେଶ ରାଉତକୁ ଗିରଫ କରିଛି । ତତ୍‌ସହିତ ଗାଡ଼ି ନମ୍ବର ଓଡି-୨୧-୨୧୨୬ ମଟର ସାଇକେଲଟିକୁ ଯବତ କରିଥିବା ଥାନା ଅଧିକାରୀ ସୂଚନା ପ୍ରଦାନ କରିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ମଦ ବେପାରୀର ଆକ୍ରୋଶର ଶୀକାର ହେଲେ ମହିଳା

କୁଜଙ୍ଗ: ଚୋରାମଦ ବ୍ୟବସାୟ କରୁଥିବା ବ୍ୟକ୍ତିଙ୍କ ଆକ୍ରୋଶର ଶୀକାର ହେଇଛନ୍ତି କୁଜଙ୍ଗ ଥାନା ବାଲିତୁଠ ପଂଚାୟତର ୱାର୍ଡ ସଭ୍ୟା ରାନୁ ସାମନ୍ତରାୟ। ଏ ନେଇ କୁଜଙ୍ଗ ଥାନାରେ ମହିଳା ଜଣଙ୍କ ଲିଖିତ ଅଭିଯୋଗ କରିବା ପରେ କୁଜଙ୍ଗ ପୋଲିସ ଚୋରାମଦ ବେପାରୀ ଅନିଲ ବେହେରା ଓ ତାର ସହଯୋଗୀ ବିରଂଚି ନାରାୟଣ ବେଗ୍‌କୁ ଉଠାଇଆଣି ପଚରାଉଚରା କରୁଥିବା ଜଣାପଡିଛି।

ସୂଚନାଯୋଗ୍ୟ ବାଲିତୁଠ ଅଂଚଳରେ ଦୀର୍ଘଦିନ ଧରି ଅନିଲ ଏକ ଭେରାଇଟ୍ ଷ୍ଟୋର କରି ସେଥିରେ ଚୋରା ମଦ କାରବାର କରିଆସୁଥିଲା। ସ୍ଥାନିୟ ଅଂଚଳବାସୀ ଅଭିଯୋଗ କଲେ ମଧ୍ୟ ତତ୍କାଳୀନ ଥାନା ଅଧିକାରୀ କୌଣସି କାର୍ଯ୍ୟାନୁଷ୍ଠାନ କରି ନଥିଲେ। ମାତ୍ର କୁଜଙ୍ଗ ଥାନାରେ ଗତମାସରେ ନୂତନ ଥାନାଅଧିକାରୀ ଭାବେ ରଂଶ୍ମୀରଞ୍ଜନ ଦାଶ ଯୋଗଦେବା ପରେ ସ୍ଥାନିୟ ବାଲିତୁଠ ଅଂଚଳରେ ‘ଆମ ପୋଲିସ୍‌’ କାର୍ଯ୍ୟକ୍ରମ କରିଥିଲେ। ସେଠାରେ ସ୍ଥାନିୟ ଅଂଚଳରେ କିଛି ବ୍ୟକ୍ତି ଚୋରା ମଦ ବ୍ୟବସାୟ କରୁଥିବା ନେଇ ମହିଳା ୱାର୍ଡ଼ ସଭ୍ୟା ସମେତ କିଛି ମହିଳା ଥାନା ଅଧିକାରୀଙ୍କ ଦୃଷ୍ଟି ଗୋଚରକୁ ଆଣିଥିଲେ। ଥାନା ଅଧିକାରୀ ଘଟଣା ସଂପର୍କରେ ଅବଗତ ହେବା ପରେ ଛଦ୍ମବେଶରେ ଅନିଲ୍‌ର ଦୋକାନରେ ଚଢ଼ାଉ କରି ୩୬ ଲିଟର ମଦ ଜବତ କରିଥିଲେ।

ଏହି ଘଟଣାରେ ଅନିଲ ଜେଲ୍ ଯାଇଥିଲା। ଜେଲ୍‌ରୁ ଫେରିବା ପରେ ଗତକାଲି ରାତିରେ ଅନିଲ୍ ଓ ତାହାର ସହଯୋଗୀ ବିରଂଚି ଆକ୍ରୋଶ ମୂଳକ ଭାବେ ଉକ୍ତ ମହିଳା ୱାର୍ଡ ସଭ୍ୟାଙ୍କୁ ଗାଳିଗୁଲଜ ସହିତ ଆକ୍ରମଣ କରିଥିଲା। ଉକ୍ତ ମହିଳା ଜଣଙ୍କ କୁଜଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ଏହି ଘଟଣାରେ ଆଜି କୁଜଙ୍ଗ ପୋଲିସ୍ କେସ୍ ନଂ-୪୩୧/୨୩ରେ ମାମଲା ରୁ୍‌ଜୁ କରିବା ସହିତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଥାନା ଅଧିକାରୀ ରଂଶ୍ମୀରଞ୍ଜନ ଦାଶ ପ୍ରକାଶ କରିଛନ୍ତି।