Categories
ଆଞ୍ଚଳିକ

ଆସନ୍ତାକାଲି ଚିଲିକାରେ ୧୦ ଘଣ୍ଟା ବିଦ୍ୟୁତ କାଟ୍, କେବଳ ଏହି ଅଞ୍ଚଳରେ ଜାରି ରହିବ ସେବା

 ଚିଲିକା: ଆସନ୍ତାକାଲି ଚିଲିକା ନିର୍ବାଚନମଣ୍ଡଳୀରେ ଦଶ ଘଣ୍ଟା ପାଇଁ ବିଦ୍ୟୁତ ସରବରାହ ସମ୍ପୂର୍ଣ୍ଣ ବନ୍ଦ ରହିବ। ଏନେଇ ଟି.ପି.ସି.ଓ.ଡି.ଏଲ ବାଲୁଗାଁ ଉପଖଣ୍ଡ ଅଧିକାରୀ ଟୁକୁନା ଦଳେଇ ସୂଚନା ଦେଇଛନ୍ତି। ୧୩୨/୩୩ ବାଲୁଗାଁ ଗ୍ରୀଡ଼ର ବାର୍ଷିକ ରକ୍ଷଣାବେକ୍ଷଣ କାର୍ଯ୍ୟ ନିମନ୍ତେ ଆସନ୍ତାକାଲି ସକାଳ ୮ ଘଟିକାରୁ ସନ୍ଧ୍ୟା ୬ ଘଟିକା ଯାଏଁ ବାଣପୁର, ବାଲୁଗାଁ ଏବଂ ଚିଲିକା ଅଞ୍ଚଳରେ ବିଦ୍ୟୁତ ସରବରାହ ବନ୍ଦ ରହିବ। ନାଭାଲ ଗ୍ରୀଡ଼ ଅଧୀନରେ ଆସୁଥିବା ସମସ୍ତ ବିଦ୍ୟୁତ ଉପଭୋକ୍ତାମାନଙ୍କୁ ଏହି ପରିପ୍ରେକ୍ଷୀରେ ସହଯୋଗ କରିବାକୁ ଶ୍ରୀ ଦଳେଇ ନିବେଦନ କରିଛନ୍ତି।

ମିଳିଥିବା ସୂଚନା ଅନୁସାରେ ବାଣପୁର ବ୍ଲକର ସମସ୍ତ ଅଞ୍ଚଳ, ବାଣପୁର ଏନଏସି, ବାଲୁଗାଁ ଏନଏସିର ସମସ୍ତ ଅଞ୍ଚଳରେ ବିଦ୍ୟୁତ ସରବରାହ ବନ୍ଦ ରହିବ ବୋଲି ସୂଚନା ରହିଛି। ସେହିପରି ଚିଲିକା ବ୍ଲକ୍‌ର ସୋରଣ, ଜରିପଡ଼ା ଏବଂ କଳକଳେଶ୍ଵର ପଞ୍ଚାୟତକୁ ‌ବାଦ୍‌ ଦେଇ ଅନ୍ୟ ସମସ୍ତ ଅଞ୍ଚଳରେ ବିଦ୍ୟୁତ୍‌ ସରବରାହ ବନ୍ଦ ରହିବ ବୋଲି ସୂଚନା ରହିଛି।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକା: ଆସନ୍ତାକାଲି ଏହି ସବୁ ଅଞ୍ଚଳରେ ୧୦ ଘଣ୍ଟା ପାଇଁ ବନ୍ଦ ରହିବ ବିଦ୍ୟୁତ ସରବରାହ

ସୀତାରାମ ଅଗ୍ରୱାଲ

ଚିଲିକା: ଆସନ୍ତାକାଲି ଚିଲିକା ନିର୍ବାଚନମଣ୍ଡଳୀ ରେ ଦଶ ଘଣ୍ଟା ପାଇଁ ବିଦ୍ୟୁତ ସରବରାହ ସମ୍ପୂର୍ଣ୍ଣ ବନ୍ଦ ରହିବ। ଏନେଇ ଟି.ପି.ସି.ଓ.ଡି.ଏଲ ବାଲୁଗାଁ ଉପଖଣ୍ଡ ଅଧିକାରୀ ଟୁକୁନା ଦଳେଇ ସୂଚନା ଦେଇଛନ୍ତି। ୧୩୨/୩୩ ନାଭାଲ ଗ୍ରୀଡ଼ର ବାର୍ଷିକ ରକ୍ଷଣାବେକ୍ଷଣ କାର୍ଯ୍ୟ ନିମନ୍ତେ ଆସନ୍ତାକାଲି ସକାଳ ୭ ଘଟିକାରୁ ଅପରାହ୍ନ ୫ ଘଟିକା ଯାଏଁ ବାଣପୁର, ବାଲୁଗାଁ ଏବଂ ଚିଲିକା ଅଞ୍ଚଳରେ ବିଦ୍ୟୁତ ସରବରାହ ବନ୍ଦ ରହିବ। ନାଭାଲ ଗ୍ରୀଡ଼ ଅଧୀନରେ ଆସୁଥିବା ସମସ୍ତ ବିଦ୍ୟୁତ ଉପଭୋକ୍ତା ମାନଙ୍କୁ ଏହି ପରିପ୍ରେକ୍ଷୀରେ ସହଯୋଗ କରିବାକୁ ନିବେଦନ କରିଛନ୍ତି ଉପଖଣ୍ଡ ଅଧିକାରୀ ଶ୍ରୀ ଦଳେଇ।

ମିଳିଥିବା ସୂଚନା ଅନୁସାରେ ବାଣପୁର ବ୍ଲକର ସମସ୍ତ ଅଞ୍ଚଳ, ବାଣପୁର ଏନଏସି, ବାଲୁଗାଁ ଏନଏସିର ସମସ୍ତ ଅଞ୍ଚଳରେ ବିଦ୍ୟୁତ ସରବରାହ ବନ୍ଦ ରହିବ ବୋଲି ସୂଚନା ରହିଛି। ସେହିପରି ଚିଲିକା ବ୍ଲକ୍‌ର ସୋରଣ, କଳକଳେସ୍ୱର ଓ ଚଣ୍ଡେଶ୍ବର ପଞ୍ଚାୟତ‌ ବାଦ୍‌ ଅନ୍ୟ ସମସ୍ତ ଅଞ୍ଚଳରେ ବିଦ୍ୟୁତ୍‌ ସରବରାହ ବନ୍ଦ ରହିବ ବୋଲି ସୂଚନା ରହିଛି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଆସନ୍ତାକାଲି ଚିଲିକା ନିର୍ବାଚନମଣ୍ଡଳୀରେ ବିଦ୍ୟୁତ ସରବରାହ ବନ୍ଦ ରହିବ: ଜାଣନ୍ତୁ କେଉଁ ଅଞ୍ଚଳ ଏଥିରୁ ବାଦ୍ ପଡ଼ିବ

  • ସୀତାରାମ ଅଗ୍ରୱାଲ

ଚିଲିକା: ଆସନ୍ତାକାଲି ଚିଲିକା ନିର୍ବାଚନମଣ୍ଡଳୀରେ ଛଅ  ଘଣ୍ଟା ପାଇଁ ବିଦ୍ୟୁତ ସରବରାହ ସମ୍ପୂର୍ଣ୍ଣ ବନ୍ଦ ରହିବ। ଏନେଇ ଟି.ପି.ସି.ଓ.ଡି.ଏଲ ବାଲୁଗାଁ ଉପଖଣ୍ଡ ଅଧିକାରୀ ଟୁକୁନା ଦଳେଇ ସୂଚନା ଦେଇଛନ୍ତି। ୩୩/୧୧ କେଭି ବାଲୁଗାଁ ପ୍ରାଥମିକ ସବଷ୍ଟେସନର   ରକ୍ଷଣାବେକ୍ଷଣ କାର୍ଯ୍ୟ ନିମନ୍ତେ ଆସନ୍ତାକାଲି ସକାଳ ୧୦ ଘଟିକାରୁ ଅପରାହ୍ନ ୪ ଘଟିକା ଯାଏଁ ବାଣପୁର, ବାଲୁଗାଁ ଏବଂ ଚିଲିକା ଅଞ୍ଚଳରେ ବିଦ୍ୟୁତ ସରବରାହ ବନ୍ଦ ରହିବ। ୩୩/୧୧ କେଭି ବାଲୁଗାଁ ପ୍ରାଥମିକ ସବଷ୍ଟେସନ ଅଧୀନରେ ଆସୁଥିବା ସମସ୍ତ ବିଦ୍ୟୁତ ଉପଭୋକ୍ତା ମାନଙ୍କୁ ଏହି ପରିପ୍ରେକ୍ଷୀରେ ସହଯୋଗ କରିବାକୁ ନିବେଦନ କରିଛନ୍ତି ଉପଖଣ୍ଡ ଅଧିକାରୀ ଶ୍ରୀ ଦଳେଇ।

ଜାଣନ୍ତୁ କେଉଁ ଅଞ୍ଚଳରେ ବିଦ୍ୟୁତ ସରବରାହ ଚାଲୁ ରହିବ ଏବଂ କେଉଁ ଅଞ୍ଚଳରେ ୬ ଘଣ୍ଟା ପାଇଁ ବନ୍ଦ ରହିବ:

୧- ବାଣପୁର ବ୍ଲକ ଏବଂ ବାଣପୁର ଏନ.ଏ.ସି-

(କ) ଦାମିଆ ବରବରା ପଞ୍ଚାୟତ

(ଖ) ନୀଳାଦ୍ରି ପ୍ରସାଦ ପଞ୍ଚାୟତ

(ଗ) ତୋରସିଂହ ପଞ୍ଚାୟତ

(ଘ) ଭେଟେଶ୍ଵର ପଞ୍ଚାୟତ

(ଙ) ନନ୍ଦପୁର ପଞ୍ଚାୟତ

(ଚ) ଗାଲୁଆ ପଞ୍ଚାୟତ

(ଛ) ଗମ୍ଭାରିମୁଣ୍ଡା ପଞ୍ଚାୟତ

(ଜ) ଆୟତପୁର ପଞ୍ଚାୟତ

(ଝ) କୁଲେଇ ପଞ୍ଚାୟତ

(ଞ) ନାଚୁଣୀ ପଞ୍ଚାୟତ

ଏହି ସବୁ ପଞ୍ଚାୟତକୁ ବାଦ ଦେଇ ଅନ୍ୟ ସବୁ ପଞ୍ଚାୟତରେ ବିଦ୍ୟୁତ ସରବରାହ ଛଅ ଘଣ୍ଟା ପାଇଁ ବନ୍ଦ ରହିବ। ଏହା ସହ ବାଣପୁର ବିଜ୍ଞପିତ ଅଞ୍ଚଳର ସମସ୍ତ ୱାର୍ଡରେ  ବିଦ୍ୟୁତ ସରବରାହ ଛଅ ଘଣ୍ଟା ପାଇଁ ବନ୍ଦ ରହିବ।

୨- ଚିଲିକା ବ୍ଲକ ଏବଂ ବାଲୁଗାଁ ଏନ.ଏ.ସି:

(କ) ନଇରୀ ପଞ୍ଚାୟତ

(ଖ) ବଉଳାବନ୍ଧ ପଞ୍ଚାୟତ

(ଗ) ହରିପୁର ପଞ୍ଚାୟତ

(ଘ) କଳକଳେଶ୍ଵର ପଞ୍ଚାୟତ

(ଙ) ସୋରଣ ପଞ୍ଚାୟତ

ଏହି ୫ ଟି ପଞ୍ଚାୟତକୁ ବାଦ ଦେଇ ବାକି ସମସ୍ତ ପଞ୍ଚାୟତରେ ଆସନ୍ତାକାଲି ବିଦ୍ୟୁତ୍‌ ସରବରାହ ବନ୍ଦ ରହିବ। ସେହିପରି ବାଲୁଗାଁ ଏନଏସିର ସମସ୍ତ ଅଞ୍ଚଳରେ ୬ ଘଣ୍ଟା ପାଇଁ ବିଦ୍ୟୁତ୍‌ ସରବରାହ ବନ୍ଦ ରହିବ ବୋଲି ସୂଚନା ରହିଛି।