Categories
ଆଜିର ଖବର ରାଜ୍ୟ ଖବର

ଉପନିର୍ବାଚନ : ବାଲେଶ୍ବରରେ ବିଜେଡି ପ୍ରାର୍ଥୀ ଆଗୁଆ

ବାଲେଶ୍ବର : ଆଜି ରାଜ୍ୟର ଦୁଇଟି ଉପନିର୍ବାଚନର ଭୋଟ୍‌ ଗଣତିଚାଲିଛି । ଉଭୟ ବାଲେଶ୍ବର ସଦର ଓ ତିର୍ତ୍ତୋଲ୍‌ରେ ବିଜେଡି ଆଗୁଆ ରହିଛି । 15 ରାଉଣ୍ଡ ସୁଦ୍ଧା ବାଲେଶ୍ବରରେ ବିଜେଡି 6251 ଭୋଟ୍‌ରେ ଆଗୁଆ ରହିଛି । ବିଜେଡି 53ହଜାର 718 ଭୋଟ୍‌ ପାଇଥିବାବେଳେ ବିଜେପି 47ହଜାର 467 ଓ କଂଗ୍ରେସ 3 ହଜାର 593ଟି ଭୋଟ୍‌ ପାଇଛି । ବାଲେଶ୍ୱରରେ ବିଜେଡ଼ିରୁ ସ୍ୱରୂପ ଦାସ, ବିଜେପିରୁ ମାନସ ଦତ୍ତ ଓ କଂଗ୍ରେସରୁ ମମତା କୁଣ୍ଡୁ ଲଢ଼ୁଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି, ଜାଣନ୍ତୁ କାହାକୁ ଦେଲା ଟିକେଟ

ଭୁବନେଶ୍ବର :  ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି । ବାଲେଶ୍ବର ସଦର ଓ ତିର୍ତ୍ତୋଲ ପାଇଁ  ପ୍ରାର୍ଥୀ ଘୋଷଣା କଲା ବିଜେଡି । ତିର୍ତ୍ତୋଲ ପାଇଁ ବିଜୟ ଶଙ୍କର ଦାସଙ୍କୁ ପ୍ରାର୍ଥୀ କରିଥିବାବେଳେ ବାଲେଶ୍ବର ସଦର ପାଇଁ ସ୍ବରୂପ ଦାସଙ୍କୁ ପ୍ରାର୍ଥୀ କରିଛି । ତିର୍ତ୍ତୋଲରେ  ବିଜେଡି ପ୍ରାର୍ଥୀ ହୋଇଥିବା ବିଜୟ ଶଙ୍କର ଦାସ ହେଉଛନ୍ତି ପୂର୍ବତନ ମନ୍ତ୍ରୀ ବିଷ୍ଣୁଦାସଙ୍କ ପୁଅ।

ଗତକାଲି ବିଜେପି ପ୍ରାର୍ଥୀ ଘୋଷଣା କରିଥିଲା ।ବିଜେପି ତରଫରୁ ବାଲେଶ୍ବର ସଦରର ପ୍ରାର୍ଥୀ ହୋଇଛନ୍ତି ମାନସ କୁମାର ଦତ୍ତ । ସେହିପରି ତିର୍ତ୍ତୋଲ ପାଇଁ ବିଜେପି ରାଜକିଶୋର ବେହେରାଙ୍କୁ ପ୍ରାର୍ଥୀ କରିଛି  ସୂଚନାଯୋଗ୍ୟ, ନଭେମ୍ବର ତିନି ତାରିଖରେ ଭୋଟ୍ ଗ୍ରହଣ ଅନୁଷ୍ଠିତ ହେବ। ନଭେମ୍ବର 10 ତାରିଖରେ ଭୋଟ ଗଣତି ହୋଇ ଫଳ ପ୍ରକାଶ ପାଇବ। କରୋନା କଟକଣା ମଧ୍ୟରେ ମତଦାନ କରିବେ ଭୋଟର ।

 

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

କୋଭିଡ କଟକଣା ଭିତରେ ଓଡିଶାର ଦୁଇ ଉପନିର୍ବାଚନରେ ହେବ ଭୋଟ ଗ୍ରହଣ, ଜାଣନ୍ତୁ କିପରି

ଭୁବନେଶ୍ବର, ଓଡିଶାର ଦୁଇଟି ନିର୍ବାଚନ ମଣ୍ଡଳୀ ତିର୍ତ୍ତୋଲ ଏବଂ ବାଲେଶ୍ବର ସଦର ଆସନରେ ଉପନିର୍ବାଚନ ହେବ। ଏ ନେଇ ଆଜି ଉପନିର୍ବାଚନର ସମସ୍ତ ତଥ୍ୟ ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରଦାନ କରିଛନ୍ତି। ସେହି ଅନୁସାରେ ଆସନ୍ତା ନଭେମ୍ବର ୩ ତାରିଖରେ ହେବ ଭୋଟଗ୍ରହଣ ।

ଏହି ଦୁଇ ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ପକ୍ରିୟା ନିମ୍ନ ତାରିଖ ଧାର୍ଯ୍ୟ କରାଯାଇଛି।

ଅକ୍ଟୋବର ୯- ପ୍ରକାଶ ପାଇବ ବିଧିବଦ୍ଧ ବିଜ୍ଞପ୍ତି

ଅକ୍ଟୋବର ୧୬- ନାମାଙ୍କନ ଦାଖଲର ଶେଷ ତାରିଖ

ଅକ୍ଟୋବର ୧୭- ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ

ଅକ୍ଟୋବର ୧୯-ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିପାରିବେ ପ୍ରାର୍ଥୀ

ନଭେମ୍ବର ୩-ଭୋଟଗ୍ରହଣ

ନଭେମ୍ବର ୧୦-ଭୋଟଗଣତି

ନଭେମ୍ବର ୧୨- ସମସ୍ତ ନିର୍ବାଚନ ପକ୍ରିୟା ଶେଷ ହୋଇ ଆଚରଣ ବିଧି ପ୍ରତ୍ୟାହାର

ତେବେ ଏଥର ଭୋଟ ଗ୍ରହଣ ପକ୍ରିୟା ପୁରା କୋଭିଡ କଟକଣା ଭିତରେ କରାଯିବ ବୋଲି ନିର୍ବାଚନ ଅଧିକାରୀ କହିଛନ୍ତି। ସେହି ଅନୁସାରେ

୧-ପ୍ରାର୍ଥୀମାନେ ସେମାନଙ୍କର ପ୍ରାର୍ଥୀପତ୍ର ଉଭୟ ଅନଲାଇନ୍ ଓ ଅଫଲାଇନରେ ଦାଖଲ କରିପାରିବେ

୨- ସିଧା ବା ଅଫଲାଇନ୍ ନାମାଙ୍କନ ସମୟରେ ପ୍ରାର୍ଥୀ ମାତ୍ର ଦୁଇ ଜଣଙ୍କୁ ସାଥୀରେ ନେଇ ଯାଇପାରିବେ

୩-ପ୍ରାର୍ଥୀ ନାମାଙ୍କନ ସମୟରେ ୨ଟିରୁ ଅଧିକ ଗାଡି ନେଇ ଯାଇପାରିବେ ନାହିଁ

୪-ନିର୍ବାଚନ ପ୍ରଚାର ସମୟରେ ୫ରୁ ଅଧିକ ଲୋକ କାହା ଘରକୁ ଯାଇପାରିବେ ନାହିଁ

୫-ଡିଜିଟାଲ ମାଧ୍ୟମରେ ପ୍ରାର୍ଥୀଙ୍କ ପ୍ରଚାରକୁ ଅଧିକ ଗୁରୁତ୍ୱ ଦେବା ପାଇଁ ପ୍ରାର୍ଥୀମାନଙ୍କୁ କୁହାଯିବ

୬-ମତଦାନ ସମୟରେ ଜନଗହଳି ନିୟନ୍ତ୍ରଣ ଉପରେ ଧ୍ୟାନ ଦିଆଯିବ, ମାତ୍ର ଏକ ହଜାର ଭୋଟରଙ୍କୁ ନେଇ ବୁଥ କରାଯିବ

୭-ଉପ-ନିର୍ବାଚନରେ କରୋନା ପୀଡିତ ବି କରିପାରିବେ ମତଦାନ, ସେମାନେ ଶେଷ ସମୟରେ ଭୋଟ୍ ଦେବା ପାଇଁ ଅନୁମତି ଦିଆଯିବ

ଭୋଟଗ୍ରହଣ ସମୟରେ ଭିଡ ବା ଲୋକ ଗହଳି ହ୍ରାସ କରିବା ପାଇଁ ଏଥର ଅଧିକ ବୁଥର ଯୋଜନା କରାଯାଇଛି। ସେହି ଅନୁସାରେ ବାଲେଶ୍ବର ପାଇଁ ମୋଟ ବୁଥ ସଂଖ୍ୟା ୩୪୬ଟି କରାଯାଇଥିବା ବେଳେ ସେଥିରେ ମୁଖ୍ୟ ବୁଥ ୧୯୮ଟି ଏବଂ ଶାଖା ବୁଥ ୧୪୮ଟି କରାଯାଇଛି। ସେହିପରି ତିର୍ତ୍ତୋଲ ପାଇଁ ମୋଟି ଭୋଟ ଗ୍ରହଣ କେନ୍ଦ୍ର ୩୭୩ଟି ମଧ୍ୟରୁ ମୁଖ୍ୟ ବୁଥ ୨୬୫ ଏବଂ ଶାଖା ବୁଥ ୧୦୮ଟି କରାଯାଇଛି।

ବର୍ତ୍ତମାନ ଏହି ଉପନିର୍ବାଚନ ପକ୍ରିୟାରେ ଦୁଇଟି ଆସନରୁ ଯେଉଁ ସଂଖ୍ୟାରେ ଭୋଟର ଅଛନ୍ତି ତାହା ହେଲା

ବାଲେଶ୍ବର ନିର୍ବାଚନ ମଣ୍ଡଳିର ଭୋଟର ସଂଖ୍ୟା ହେଲା

ମୋଟ ଭୋଟର- ୨ ଲକ୍ଷ ୨୬ ହଜାର ୫ ଶହ ୮୬

ପୁରୁଷ ଭୋଟର-୧ ଲକ୍ଷ ୧୬ ହଜାର ୮ ଶହ ୮୪

ମହିଳା ଭୋଟର-୧ ଲକ୍ଷ ୯ ହଜାର ୬ ଶହ ୯୩

ଅନ୍ୟାନ୍ୟ-୯

ସେହିପରି ତିର୍ତ୍ତୋଲ ନିର୍ବାଚନ ମଣ୍ଡଳିର ଭୋଟର ସଂଖ୍ୟା ହେଲା

ମୋଟ ଭୋଟର- ୨ ଲକ୍ଷ ୩୮ ହଜାର ୫୬

ପୁରୁଷ ଭୋଟର- ୧ ଲକ୍ଷ ୨୩ ହଜାର ୬୦୦

ଅନ୍ୟାନ୍ୟ-୨୮

ନିର୍ବାଚନ ଘୋଷଣା ଦିନଠାରୁ ଉଭୟ ଜଗତସିଂହପୁର ଏବଂ ବାଲେଶ୍ବର ଜିଲ୍ଲାରେ ଆଚରଣ ବିଧି ଲାଗୁ ହୋଇଯାଇଛି। ଏହା ସମସ୍ତ ରାଜନୈତିକ ଦଳ, ପ୍ରାର୍ଥୀ ଏବଂ ସରକାରଙ୍କ ଉପରେ ଲାଗୁ କରାଯାଇଛି।