Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଶିକ୍ଷୟିତ୍ରୀଙ୍କୁ ଚପଲରେ ପିଟିବା ଘଟଣାକୁ ଘୋର ନିନ୍ଦା: ଦୃଢ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଦାବି

ଭୁବନେଶ୍ଵର: ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକ ନୂଆଗାଁ ପଞ୍ଚାୟତ ଶଗଡ଼ଶୂଳ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟତ୍ରୀ ଅଞ୍ଜଳି ମହାନ୍ତିଙ୍କୁ ଶ୍ରେଣୀ ଗୃହରେ ଅଭିଭାବକ ଚପଲରେ ମାଡ଼ ମାରିବା ଘଟଣାକୁ ନୂତନ ପେନସନ ଯୋଜନାଭୁକ୍ତ ମାଧ୍ୟମିକ ଶିକ୍ଷକ ସଂଘ ନିନ୍ଦା କରିବା ସହିତ ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛି।

ବିଭିନ୍ନ ସମୟରେ ଅଭିଭାବକ ଆକ୍ରୋଶମୂଳକ ଓ ରାଜନୈତିକ ଉଦ୍ଦେଶ୍ୟ ରଖି ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଉପରେ ଆକ୍ରମଣ କରୁଛନ୍ତି। ବିଭିନ୍ନ ସମୟରେ ବିଭିନ୍ନ ପ୍ରକାର ଭୟାଭୟ ଚିତ୍ର ଏବଂ ଘଟଣା ସାମ୍ନାକୁ ଆସୁଅଛି ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ବିଭିନ୍ନ ସମୟରେ ଆକ୍ରମଣର ଶିକାର ହେବାକୁ ପଡୁଛି।

ସରକାର ସମସ୍ତ ବିଦ୍ୟାଳୟ ଗୁଡିକ ଦଣ୍ଡମୁକ୍ତ ଅଞ୍ଚଳ ବୋଲି ଘୋଷଣା କରିଛନ୍ତି ସତ, କିନ୍ତୁ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ବିଭିନ୍ନ ଜାଗାରେ ଅଭିଭାବକଙ୍କ ଦ୍ୱାରା ବା ସ୍ଥାନୀୟ ଅସାମାଜିକ ବ୍ୟକ୍ତି ମାନଙ୍କ ଦ୍ୱାରା ନିର୍ଯାତିତ ହେଉଛନ୍ତି। ଯେଉଁ ଦେଶରେ ଗୁରୁଙ୍କୁ ସାଧାରଣ ମଣିଷ ନୁହଁ ଈଶ୍ୱର ବୋଲି ସମ୍ବୋଧନ କରାଯାଇଥାଏ ଆଜି ସେହି ଗୁରୁ ସୁରକ୍ଷିତ ନୁହଁ।

କେତେବେଳେ କିଏ ନିଶାଶକ୍ତ ଅବସ୍ଥାରେ ବିଦ୍ୟାଳୟ ମଧ୍ୟରେ ପ୍ରବେଶ କରି ମରଣାସ୍ତ୍ରରେ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଆକ୍ରମଣ କରୁଛି ତ କେତେବେଳେ ଚପଲ। ଯାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଅଟେ।  ଭବିଷ୍ୟତ ଗଢ଼ୁଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ କାର୍ଯ୍ୟ ସମୟରେ ଆକ୍ରମଣ ଘଟଣା କିଛି ନୂଆ ନୁହଁ। ଯାହା ବିଦ୍ୟାଳୟରେ ଶୈକ୍ଷିକ ପରିବେଶକୁ ନଷ୍ଟ କରୁଛି। ସରକାର ଏହା ପାଇଁ ଏକ ଦୃଢ ଆଇନ ଆଣିବାର ଆବଶ୍ୟକତା ରହିଛି।

ବିଭିନ୍ନ ବିଦ୍ୟାଳୟରେ ପାଚେରୀ, ଫାଟକ ଓ ଚପରାଶି ନଥିବାରୁ ଅସାମାଜିକ ବ୍ୟକ୍ତିଙ୍କ ଅବାଧରେ ବିଦ୍ୟାଳୟକୁ ପ୍ରବେଶ କରୁଛନ୍ତି। ଶିକ୍ଷା ଅଧ‌ିକାର ଆଇନ ଅଧୁନିୟମ- ୨୦୧୦ରେ ସରକାର ଉଲ୍ଲେଖ କରିଛନ୍ତି କି ସମସ୍ତ ବିଦ୍ୟାଳୟରେ ପାଚେରୀ, ଫାଟକ , ଖେଳପଡ଼ିଆ, ଲାଇବ୍ରେରୀ, ଖେଳ ସାମଗ୍ରୀ ଆଦି ଅନେକ ସୁବିଧା ସୁଯୋଗ ଦେବେ।

କିନ୍ତୁ ଆଜି ପର୍ଯ୍ୟନ୍ତ ସରକାର ବିଦ୍ୟାଳୟକୁ ମୌଳିକ ସୁବିଧା ସୁଯୋଗ ଯୋଗାଇ ନାହାଁନ୍ତି। ସମସ୍ତ ବିଦ୍ୟାଳୟରେ କିରାଣୀ, ପିଅନ, ରାତ୍ରୀ ଜଗୁଆଳି ନିଯୁକ୍ତି କରିବା ପାଇଁ ଶିକ୍ଷକ ସଂଘ ତରଫରୁ ବାରମ୍ବାର ଦାବି କରାଯାଉଥିଲେ ମଧ୍ୟ ସରକାର କର୍ଣ୍ଣପାତ କରୁନାହାଁନ୍ତି। ଯାହାଫଳରେ ବିଭିନ୍ନ ସମୟରେ ଅସାମାଜିକ ବ୍ୟକ୍ତି ବିଦ୍ୟାଳୟକୁ ଆସି ଶିକ୍ଷକମାନଙ୍କୁ ଆକ୍ରମଣ କରିବା ସହିତ ଶିକ୍ଷାଦାନରେ ବାଧା ଦେଉଛନ୍ତି।

ପ୍ରକାଶଥାଉକି, କଟକ ଜିଲ୍ଲା ନିଆଳି ବ୍ଲକରେ ଜଣେ ଶିକ୍ଷୟିତ୍ରୀଙ୍କୁ ଜଣେ ଅସାମାଜିକ ଯୁବକ କଟୁରୀରେ ହାଣି ରକ୍ତାକ୍ତ କରିଥିଲେ। ଏହିଭଳି ଅସାମାଜିକ ବ୍ୟକ୍ତିମାନେ ବିଦ୍ୟାଳୟରେ ପଶି ଶିକ୍ଷକମାନଙ୍କୁ ଆକ୍ରମଣ କରୁଥିବାରୁ ସରକାର ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ସୁରକ୍ଷା ଦେବା ପାଇଁ ଏକ ଦୃଢ ଆଇନ ପ୍ରଣୟନ କରନ୍ତୁ ବୋଲି ସଂଘର ସଭାପତି ପ୍ରଦୀପ୍ତ କୁମାର ପ୍ରଧାନ, ସମ୍ପାଦକ ଅମରେନ୍ଦ୍ର ସ୍ୱାଇଁ, ମହାସଚିବ ବିଶ୍ୱଜିତ ବିଶ୍ୱାଳ, ମିଡ଼ିଆ ସମ୍ପାଦକ ଚନ୍ଦ୍ରକାନ୍ତ ପଣ୍ଡା, କୋଷାଧକ୍ଷ ପଞ୍ଚାନନ ଜେନା ଏବଂ ଆବାହକ ନିରୋଦ ରଥ ଦାବି କରିଛନ୍ତି ପୁନଶ୍ଚ ଉପଯୁକ୍ତ ତଦନ୍ତ କରି ଯେଉଁ ବ୍ୟକ୍ତି/ମହିଳା ଶିକ୍ଷୟିତ୍ରୀଙ୍କୁ ମାଡ଼ ମାରିଛନ୍ତି ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବିଜେଡିରେ ଯୋଗଦେଲେ ବରିଷ୍ଠ ସାମ୍ବାଦିକ ଗୌତମବୁଦ୍ଧ ଦାସ

ଭୁବନେଶ୍ଵର: ବରିଷ୍ଠ ସାମ୍ବାଦିକ ତଥା ବାଲେଶ୍ଵର ଜିଲ୍ଲା ଭୋଗରାଇର ଜଣାଶୁଣା ସମାଜସେବୀ ଗୌତମବୁଦ୍ଧ ଦାସ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି। ଆଜି ଏଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବିଜେଡିର ସାଙ୍ଗଠନିକ ସମ୍ପାଦକ ବିଧାୟକ ପ୍ରଣବ ପ୍ରକାଶ ଦାସ ତାଙ୍କୁ ଦଳୀୟ ଉତ୍ତରୀୟ ପିନ୍ଧାଇ ଦଳକୁ ସ୍ଵାଗତ କରିଥିଲେ ଏବଂ ଗୌତମବୁଦ୍ଧଙ୍କ ଯୋଗଦାନ ଫଳରେ ଦଳ ସାଂଗଠନିକ ଓ ବୌଦ୍ଧିକ ସ୍ତରରେ ଅଧିକ ସଶକ୍ତ ହେବ ବୋଲି କହିଥିଲେ।

ଏହି ଅବସରରେ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ଉପଦେଷ୍ଟା ତଥା ବିଜେଡି ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ, ପାରାଦୀପ ବିଧାୟକ ସମ୍ବିତ ରାଉତରାୟ, ବିଜେଡି ସମ୍ପାଦକ ଅମରେଶ ଜେନା, ସମ୍ପାଦକ କୁନବିହାରୀ ଦାସ, ଓଡ଼ିଶା ମୋ ପରିବାରର ସଂଯୋଜକ ଡ. ପ୍ରକାଶ ତିପାଠୀ, ଛାତ୍ରନେତା ଦୀନବନ୍ଧୁ ପତି ଓ ରୋଜା ଘୋଷ ପ୍ରମୁଖ ଉପସ୍ଥିତ ଥିଲେ।