Categories
ଆଜିର ଖବର ଜାତୀୟ ଖବର ସଂସ୍କୃତି

କରୋନା ସଚେତନତା ପାଇଁ ବିଏମସିର ନୂଆ ଉଦ୍ୟମ, ଜନଗହଳି ସ୍ଥାନରେ ଲାଗିଲା ସ୍ଥାପତ୍ୟ ସହ କାନ୍ଥଚିତ୍ର

ଭୁବନେଶ୍ବର,ଏବେ ଭୁବନେଶ୍ବରର ଜନଗହଳି ଅଞ୍ଚଳରେ ବୁଲିଲେ ଦେଖିବାକୁ ପାଇବେ ବିଭିନ୍ନ ସ୍ଥାପତ୍ୟ ଓ କାନ୍ଥଚିତ୍ର। ତେବେ ଏହା ରାଜଧାନୀର ସୌନ୍ଦର୍ଯ୍ୟକରଣ ପାଇଁ ନୁହେଁ ବରଂ କରୋନା ସଚେତନତା ପାଇଁ ଏପରି କରାଯାଇଛି।

କରୋନାର ଭୟବହତାକୁ ନଜରରେ ରଖି ବିଏମସି ତରଫରୁ ନିଆଯାଇଛି ଏହି ଅଭିନବ ପଦକ୍ଷେପ। ରାଜଧାନୀର ବିଭିନ୍ନ ଜନଗହଳି ସ୍ଥାନ ଏବଂ ବଜାର ଅଞ୍ଚଳଗୁଡିକରେ ଶୋଭାପାଉଛି ଏହି ସଚେତନତା ସ୍ଥାପତ୍ୟ।

କେତେକ ସ୍ଥାନରେ କରୋନା ଭାଇରସର ଯେଉଁ ରୂପ ତାହାକୁ ସ୍ଥାପତ୍ୟ ଭାବେ ନିର୍ମାଣ କରି ରାସ୍ତା କଡରେ ରଖାଯାଇଛି। ଫଳରେ ଯେ କେହି ସେହି ରାସ୍ତାରେ ଗଲେ ତାହା ଦେଖି ସଚେତନ ହୋଇପାରିବ।

ସେହିପରି ବିଭିନ୍ନ ପାଚେରୀରେ ମଧ୍ୟ ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାଇ ରଖିବା, ହାତ ଧୋଇବା ପରି ବିଭିନ୍ନ କାନ୍ଥଚିତ୍ର କରାଯାଇଛି।