Categories
ଆଜିର ଖବର ରାଜ୍ୟ ଖବର

ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ନିହତ

କାନପୁର: ଉତ୍ତର ପ୍ରଦେଶର ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ଏନ୍‌କାଉଣ୍ଟରରେ ନିହତ ହୋଇଥିବା ସୂଚନା ମିଳିଛି। ଗତକାଲି ମଧ୍ୟପ୍ରଦେଶ ଉଜୈନରୁ ବିକାଶକୁ ଗିରଫ କରିଥିଲା ପୁଲିସ୍‌। ବିକାଶ ଉଜୈନର ମହାକାଳ ମନ୍ଦିର ଦର୍ଶନ ପାଇଁ ଯାଇଥିବା ବେଳେ ପୁଲିସ୍‌‌ ତାଙ୍କୁ ଗିରଫ କରିଥିଲା।

ସୂଚନା ଅନୁସାରେ, ଏକ ଗାଡ଼ିରେ ବିକାଶକୁ ଉତ୍ତରପ୍ରଦେଶ ଏସ୍‌ଟିଏଫ୍‌‌ ମଧ୍ୟପ୍ରଦେଶରୁ କାନପୁର ଆଣୁଥିବା ବେଳେ କାନପୁର ଟୋଲ୍‌ ପ୍ଲାଜାରୁ 25 କିଲୋମିଟର ଦୂରରେ ଗାଡ଼ିଟି ରାସ୍ତାକଡ଼କୁ ଓଲଟି ପଡ଼ିଥିଲା। ଏହାପରେ ବିକାଶ ଘଟଣାସ୍ଥଳରୁ ପୋଲିସ୍‌ର ବନ୍ଧୁକ ଛଡାଇ ଖସି ପଳାଇବାକୁ ଉଦ୍ୟମ କରିଥିଲା। ଏହି ସମୟରେ ପୁଲିସ୍ ବିକାଶକୁ ଏନ୍‌କାଉଣ୍ଟର କରିଥିବା ସୂଚନା ମିଳିଛି। ଏଥିରେ ବିକାଶ ନିହତ ହୋଇଥିବା ଜଣାପଡ଼ିଛି।

ଶୁକ୍ରବାର ଦିନ କାନପୁରରେ 8 ଜଣ ପୁଲିସ୍‌ କର୍ମୀଙ୍କୁ ହତ୍ୟା କରିବା ପରେ ବିକାଶ ଫେରାର ଥିଲା। ଗୁରୁବାର ସକାଳେ ପୁଲିସ୍‌ ଏନକାଉଣ୍ଟରରେ  ବିକାଶ ଦୁବେଙ୍କ ଦୁଇ ସହକର୍ମୀ ନିହତ ହୋଇଥିଲେ। ପୁଲିସ୍‌ ତାର 2 ଜଣ ସହଯୋଗୀଙ୍କୁ ଏନ୍‌କାଉଣ୍ଟର କରି ମାରି ଦେବା ପରେ ବିକାଶ ଜୀବନ ବଞ୍ଚାଇବାକୁ ଆତ୍ମସମର୍ପଣ କରିବା ପାଇଁ ଚେଷ୍ଟା କରୁଥିଲା। କାଲି ବିକାଶ ଉଜୈନର ମହାକାଳ ମନ୍ଦିର ଦର୍ଶନ ପାଇଁ ଯାଇଥିବା ବେଳେ ପୋଲିସ୍‌ ତାଙ୍କୁ ଗିରଫ କରିଥିଲ ।

ଏନ୍‌କାଉଣ୍ଟରରେ ବିକାଶ ଦୁବେର ମୃତ୍ୟୁ ହୋଇଥିବାର ସୂଚନା ରହିଛି । ଲାଲା ଲାଜପତ ରାୟ ହସ୍ପିଟାଲକୁ ବିକାଶର ଶବକୁ ନିଆଯାଇଛି । ଏହି ଏନକାଉଣ୍ଟରରେ  କିଛି ପୋଲିସ୍‌ କର୍ମୀମାନେ ଆହତ ହୋଇଥିବାର ସୂଚନା ରହିଛି । (ଏଜେନ୍ସି)