Categories
ଆଜିର ଖବର ଜାତୀୟ ଖବର ସିନେମା ସ୍ବାସ୍ଥ୍ୟ

ଦ୍ଵିତୀୟ ଥର କୋଭିଡ ପଜିଟିଭ୍ ପରେ ଭାବପ୍ରବଣ ହେଲେ ବିଗ୍ ବି: ପ୍ରଶଂସକଙ୍କୁ କହିଲେ ଏଭଳି କଥା

ମୁମ୍ବାଇ: ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନ ପୁଣିଥରେ କୋଭିଡ ସଂକ୍ରମଣ ସହ ଲଢୁଛନ୍ତି। ଅଗଷ୍ଟ ୨୩ ତାରିଖରେ ତାଙ୍କ ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟରେ ଏକ ଟୁଇଟ୍ କରି ବିଗ୍ ବି ପ୍ରଶଂସକମାନଙ୍କୁ ସୂଚନା ଦେଇଛନ୍ତି ଯେ, ସେ କୋଭିଡ ପଜିଟିଭ୍ ହୋଇଛନ୍ତି। ଏହା ସହିତ ଅଭିନେତା ସେହି ଲୋକମାନଙ୍କୁ ମଧ୍ୟ ପରାମର୍ଶ ଦେଇଛନ୍ତି, ଯେଉଁମାନେ ଗତ କିଛି ଦିନ ହେବ ଅଭିନେତାଙ୍କୁ ଭେଟିଛନ୍ତି। ସେମାନଙ୍କୁ କୋଭିଡ ପରୀକ୍ଷା କରିବା ପାଇଁ କହିଛନ୍ତି। ବିଗ୍ ବି ର ଏହି ଟୁଇଟ୍ ପରେ ଲୋକମାନେ ତାଙ୍କ ପାଇଁ ପ୍ରାର୍ଥନା କରିବା ଆରମ୍ଭ କରିଛନ୍ତି ଏବଂ ତାଙ୍କର ଶୀଘ୍ର ଆରୋଗ୍ୟ ପାଇଁ ପ୍ରଶଂସକମାନେ ପ୍ରାର୍ଥନା କରୁଛନ୍ତି।

ବିଗ୍ ବି ଯେତେ ବ୍ୟସ୍ତ ହୁଅନ୍ତୁ ନା କାହିଁକି, ସେ ସୋସିଆଲ ମିଡିଆ ମାଧ୍ୟମରେ ନିଜ ପ୍ରଶଂସକଙ୍କ ସହ ଯୋଡି ରହିବାକୁ ଭୁଲି ନାହାଁନ୍ତି। ଯେତେବେଳେ ଅମିତାଭ ବଚ୍ଚନ ପ୍ରଥମ ଥର ପାଇଁ କୋଭିଡ ପଜିଟିଭ ହୋଇଥିଲେ ଏବଂ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ସେହି ସମୟରେ ବିଗ୍ ବି ସୋସିଆଲ ମିଡିଆରେ କ୍ରମାଗତ ଭାବରେ କିଛି ପୋଷ୍ଟ କରି ପ୍ରଶଂସକଙ୍କ ନିକଟରେ ପହଞ୍ଚାଉଥିଲେ। ବର୍ତ୍ତମାନ ସେ ପୁଣି ଏହି ସଂକ୍ରମଣ ଦେଇ ଗତି କରୁଛନ୍ତି, ବର୍ତ୍ତମାନ ବିଗ ବି ସୋସିଆଲ ମିଡିଆରେ ସକ୍ରିୟ ଅଛନ୍ତି।

ଅମିତାଭ ବଚ୍ଚନ କ୍ରମାଗତ ଭାବରେ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଟ୍ୱିଟ୍ କରି ପ୍ରଶଂସକଙ୍କୁ ଧନ୍ୟବାଦ ଦେଉଛନ୍ତି ଏବଂ ନିଜର ଭାବନା ପ୍ରକାଶ କରୁଛନ୍ତି। ବିଗ୍ ବି ନିକଟରେ ଛୁଟିଦିନ ବିଷୟରେ ଏଭଳି ଏକ ଟୁଇଟ୍ ଲେଖିଛନ୍ତି, କେବଳ ଏହାକୁ ପଢିବା ପରେ ଆପଣ ଜାଣିପାରିବେ ଯେ ସେ କେତେ କାମକୁ ହରାଉଛନ୍ତି। ଅଭିନେତା ତାଙ୍କ ଟ୍ୱିଟରେ ଲେଖିଛନ୍ତି ଯେ, ‘ଯେତେବେଳେ କାମ କରୁଥିଲି, ମୁଁ ଭାବିଥିଲି ଯେ ମୋତେ କେବେ ଛୁଟି ମିଳିବ? ଯେତେବେଳେ ଛୁଟି ମିଳିଛି, ସେତେବେଳେ ଚିନ୍ତା କରିବାକୁ ପଡୁଛି ଯେ, କାମ କେବେ ମିଳିବ?

ଉଲ୍ଲେଖ ଯୋଗ୍ୟ ଯେ, ଅମିତାଭ ବଚ୍ଚନ ଆଜିକାଲି ‘କୌନ ବନେଗା କରୋଡପତି ୧୪’ ଆୟୋଜନ କରୁଛନ୍ତି। ତେବେ କୋଭିଡ କାରଣରୁ କେବିସିର ସୁଟିଙ୍ଗ ମଧ୍ୟ ବର୍ତ୍ତମାନ ପ୍ରଭାବିତ ହୋଇଛି। ଏଥି ସହିତ ବିଗ୍ ବିଙ୍କ ଫିଲ୍ମ ‘ବ୍ରହ୍ମାସ୍ତ୍ର’ ମଧ୍ୟ ଖୁବ ଶୀଘ୍ର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି।

Categories
ଆଜିର ଖବର ଜାତୀୟ ଖବର

୭୯ ବର୍ଷରେ ବିଗ୍-ବି, ବାଲୁକା କଳାରେ ଅଭିନନ୍ଦନନ ଜଣାଇଲେ ସୁଦର୍ଶନ ପଟ୍ଟନାୟକ

ପୁରୀ: ଆଜି ହେଉଛି ବିଗ୍-ବି ବା ଅମିତାଭ ବଚନଙ୍କ ଜନ୍ମଦିନ। ଆଜି ଅମିତାଭ ୭୯ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ଏହି ଉପଲକ୍ଷେ ତାଙ୍କୁ ବହୁ ବ୍ୟକ୍ତି ଅଭିନନ୍ଦନ ଜଣାଇବାରେ ଲାଗିଛନ୍ତି। ସେହିପରି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ମଧ୍ୟ ତାଙ୍କ ବାଲୁକା କଳାରେ ଅଭିନନ୍ଦନ କରିଛନ୍ତି।

ସୁଦର୍ଶନ ପୁରୀ ବେଳାଭୂମିରେ ବିଗ୍-ବି ଙ୍କର ଏକ ବାଲୁକା କଳା ନିର୍ମାଣ କରିଛନ୍ତି। ଏଥିରେ ସେ ଏକ କଳା ବ୍ଲେଜର ପିନ୍ଧିଥିବାର ପରିଲକ୍ଷିତ ହୋଇଛି। ଅମିତାଭଙ୍କ ଧଳା ଦାଢି ସହିତ ତାଙ୍କର ଚଷମାକୁ ଅବିକଳ କରି ବାଲିରେ ନିର୍ମାଣ କରିଛନ୍ତି। ଏଥିସହିତ ସେ ବାଲୁକା ସ୍ଥାପତ୍ୟର ଉପରେ ତାଙ୍କର ବୟସ ସହିତ ବଡବଡ ଅକ୍ଷରରେ ହାପି ବାର୍ଥ ଡେ ବିଗ୍-ବି ବୋଲି ଉଲ୍ଲେଖ କରିଛନ୍ତି।

Categories
ଆଜିର ଖବର ମନୋରଂଜନ

ହସ୍ପିଟାଲରେ ବସି ଅତୀତର ଅନୁଭୁତି ବ୍ଲଗରେ ପୋଷ୍ଟ କରୁଛନ୍ତି ବିଗ୍ ବି

ମୁମ୍ବାଇ, କୋଭିଡ-19 ଆକ୍ରାନ୍ତ ହୋଇ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବଲିଉଡ ମହାନାୟକ ଅମିତାଭ ବଚ୍ଚନ କ୍ରମଶଃ ସୁସ୍ଥ ହେଉଛନ୍ତି। ସୁସ୍ଥ ହେବା ପରେ କୋଭିଡ ହସ୍ପିଟାଲରେ ମେଗାଷ୍ଟାର ପୁରୁଣା ଦିନର ସ୍ମୃତି ସବୁ ମନେ ପକାଇ ତାଙ୍କର ସମୟ ବିତାଉଛନ୍ତି। ସେ ତାଙ୍କର ଅତୀତର କଥା ସବୁ ସୋସିଆଲ ମିଡିଆର ବିଭିନ୍ନ ମାଧ୍ୟମରେ ପୋଷ୍ଟ ବି କରୁଛନ୍ତି।

Amitabh Bachchan: Tested Corona Positive.

ବିଗ ବି ତାଙ୍କର ବ୍ଲଗରେ କରିଥିବା ଏକ ପୋଷ୍ଟରେ ତାଙ୍କ ବାପା ସ୍ବର୍ଗତ କବି ହରିବଂଶ ରାୟ ବଚ୍ଚନ ଲେଖିଥିବା କିଛି ଧାଡ଼ି ଉଲ୍ଲେଖ କରିଛନ୍ତି। ଏଥିସହ ତାଙ୍କଦ୍ବାରା ସେ କିପରି ପ୍ରଭାବିତ ହୋଇଥିଲେ ତାହା କହିଛନ୍ତି।

ବିଗ୍ ବି’ ତାଙ୍କ ପୋଷ୍ଟ ଆରମ୍ଭ କରିଛନ୍ତି ଏପରି, ” ବ୍ୟସ୍ତବହୁଳ ଜୀବନ ଭିତରେ ମୁଁ ଯେତେବେଳେ ବି ସମୟ ପାଏ, କେଉଁଠି ବସିବାକୁ, କିଛି ସମୟ ପାଇଁ ଚିନ୍ତା କରିବାକୁ…କଣ ମୁଁ କରିଛି ଏବଂ ମୁଁ କେଉଁଥିରେ ବିଶ୍ବାସ କରେ…ସେଥିରେ ଭଲ କେତେ ମନ୍ଦ କେତେ…ଏସବୁ ଭାବିବାକୁ ମୋତେ ଏବେ ସମୟ ମିଳିଛି।

Amitabh Bachchan To Lend His Voice For Google Maps In India? - ODISHA BYTES

ମେଗାଷ୍ଟାର ଅମିତାଭ ଓ ତାଙ୍କ ପରିବାରର ତିନି ଜଣ ସଦସ୍ୟ କୋଭିଡ ପଜିଟିଭ ଜଣାପଡିବା ପରେ ତାଙ୍କୁ ନାନାବତୀ ହସ୍ପିଟାଲର ଆଇସୋଲେସନ ୱାର୍ଡରେ ଭର୍ତ୍ତି କରାଯାଇଥିଲା। ତାଙ୍କ ପୁଅ ଅଭିଷେକ ବଚ୍ଚନ, ବୋହୁ ଐଶର୍ଯ୍ୟା ରାୟ ବଚ୍ଚନ ଏବଂ ନାତୁଣୀ ଆରାଧ୍ୟା ମଧ୍ୟ ଏହି ହସ୍ପିଚାଲରେ ଭର୍ତ୍ତି ହୋଇଛନ୍ତି।

.