Categories
ଆଜିର ଖବର ରାଜ୍ୟ ଖବର

ବାଣପୁର ସବ୍‌ ଜେଲ୍‌ର ପ୍ରଥମ ମହଲାରୁ ଖସିପଡି ବିଚରାଧୀନ କଏଦୀ ମୃତ

ସୀତାରାମ ଅଗ୍ରଓ୍ବାଲ

ବାଣପୁର: ଆଜି ସନ୍ଧ୍ୟାବେଳେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ସବ୍‌ଜେଲ୍‌ରେ ଜଣେ ବିଚରାଧୀନ କଏଦୀଙ୍କ ମୃତ୍ୟୁ ଘଟିଛି। ସବ୍‌ଜେଲ୍‌ କର୍ତ୍ତୃପକ୍ଷ କୋଶଳ ପଦ୍ମିନୀ ଦଳବେହେରାଙ୍କ ସୂଚନାନୁଯାୟୀ, ଆଜି ସନ୍ଧ୍ୟା ୫:୧୦ ମିନିଟ୍‌ରେ ବାଣପୁର ସବ୍‌ଜେଲ୍‌ରେ ଏହି ଅଘଟଣ ଘଟିଛି। ମୃତ୍ୟୁବରଣ କରିଥିବା ବିଚରାଧୀନ କଏଦୀଙ୍କ ନାମ ହେଉଛି ଶିବୁନ୍‌ କୁସ୍‌କୁ (୪୦)। ସେ ଆସାମର ବାସିନ୍ଦା ହୋଇଥିବାବେଳେ ଗତକାଲି ଝାରପଡା ଜେଲ୍‌ରୁ ବାଣପୁର ସବ୍‌ଜେଲ୍‌କୁ ସ୍ଥାନାନ୍ତର ହୋଇଥିଲେ। ବାଣପୁର ସବ୍‌ଜେଲ୍‌ର ପ୍ରଥମ ମହଲାରୁ ଅସାବଧାନତା କାରଣରୁ ଖସିପଡିଥିଲେ। ତୁରନ୍ତ ତାଙ୍କୁ ଜେଲ୍‌ କର୍ମଚାରୀ ବାଣପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ, ମାତ୍ର ଯିବା ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଥିଲା। ଏନେଇ ଜେଲ୍‌ କର୍ତ୍ତୃପକ୍ଷ ବାଣପୁର ପୋଲିସ୍‌କୁ ସୂଚନା ଦେଇଛନ୍ତି। ଏହି ଘଟଣା ପରେ ଜେଲ୍‌ ପରିସରରେ କଏଦୀଙ୍କ ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।