Categories
ବିଶେଷ ଖବର ରାଜ୍ୟ ଖବର

ଆଜି ପ୍ରଥମ ରଜରେ ବିଜେଡି ବିଜେପି ହେବେ ମୁହାଁମୁହିଁ

ଭୁବନେଶ୍ବର: ଆଜି ପ୍ରଥମ ରଜ। ପୁରପଲ୍ଲୀରେ ଆନନ୍ଦ ଉଲ୍ଲାସ ଖେଳିଯାଉଥିବା ବେଳେ ରାଜନୀତି ପାଣିପାଗ କିନ୍ତୁ ଭିନ୍ନ ରହିଛି। କାରଣ ଆଜି ଉଭୟ ବିଜେଡି ବିଜେପି ପିଠାପଣା ଛାଡି ରାଜରାସ୍ତାକୁ ଓହ୍ଲାଇବେ। ସେଥିପାଇଁ ସେମାନେ ଆସନ୍ତାକାଲିଠାରୁ ରଣ ହୁଙ୍କାର ଦେଇଛନ୍ତି।

ଆଜି ବିଜେପି ରାଜ୍ୟରେ ହେଉଥିବା ବିଜୁଳି ବିଭ୍ରାଟ ନେଇ ଆନ୍ଦୋଳନ କରିବ। ମୁଖ୍ୟତଃ ଟାଟା ପାୱାରର ମନମୁଖୀ ଶାସନ ବାରମ୍ବାର ବିଜୁଳି କଟ ବିରୋଧରେ ଏହି ଆନ୍ଦୋଳନ। ଦଳ କର୍ମିମାନେ ରାଜ୍ୟର ସମସ୍ତ ଟାଟା ପାୱାର ଅଫିସ ଆଗରେ ବିକ୍ଷୋଭ କରିବେ। ସେଥିପାଇଁ ଦଳ ତରଫରୁ ସାମ୍ବାଦିକ ସମ୍ମିଳନୀ କରି କୁହାଯାଇଛି।

ସେହିପରି ବିଜେଡି ମଧ୍ୟ ଆଜି ରାଜରାସ୍ତାକୁ ଓହ୍ଲାଇବ। କେନ୍ଦ୍ର ସରକାର ଗ୍ୟାସ ଦରରେ ଆହୁତେକ ବୃଦ୍ଧି ବିରୋଧରେ ଏହି ରଣହୁଙ୍କାର ଦେବ। ଦଳର କର୍ମିମାନେ ଆଜି ରାଜଭବନ ସମ୍ମୁଖରେ ଆନ୍ଦୋଳନ କରିବେ।

ଦଳ କହିଛି ଯେ, ୨୦୧୪ ମସିହାରେ ଯେଉଁ ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ଦର ୪୧୦ ଟଙ୍କା ଥିଲା ତାହା ଏବେ ୧୧୩୦ ଟଙ୍କାରେ ପହଞ୍ଚିଛି। ନଅ ବର୍ଷରେ ଗ୍ୟାସ ଦର ୩ ଗୁଣା ବଢି ଗଲାଣି। ଯଦି କେନ୍ଦ୍ର ଏହାର ମୂଲ୍ୟ ହ୍ରାସ ନ କରେ ତେବେ ଆଗାମୀ ଦିନରେ ବିଜେଡି ଆନ୍ଦୋଳନକୁ ତୀବ୍ର କରିବ ବୋଲି ଧମକ ଦେଇଛି।

Categories
ବିଶେଷ ଖବର ରାଜ୍ୟ ଖବର

ସାବଧାନ: ପଶ୍ଚିମାଝଡ ପ୍ରଭାବରେ ହେବ ପ୍ରବଳ ବିଜୁଳି ମାଡ, ସୁରକ୍ଷିତ ସ୍ଥାନରେ ରହିବାକୁ ପରାମର୍ଶ

ଭୁବନେଶ୍ବର: ଆଜି ପାଣିପାଗ ବିଭାଗ ତରଫରୁ ପଶ୍ଚିମାଝଡ ନେଇ ଆସିଛି ବଡ ଖବର। ତାହା ହେଲା ଯେ, ବିଜୁଳି-ଘଡଘଡି ଏବଂ ଝଡ ପବନ ସକାଶେ ଚେତାବନୀ ଜାରି ହୋଇଥିବା ଜିଲ୍ଲାଗୁଡିକରେ ଲୋକମାନେ ସାବଧାନ ରହିବେ।

ସେମାନେ ପାଣିପାଗ ଉପରେ ନଜର ରଖିବା ସହ ବିଜୁଳି ସମୟରେ ନିରାପଦ ସ୍ଥାନରେ ଆଶ୍ରୟ ସହ ନିଜର ସୁରକ୍ଷା ପ୍ରତି ଧ୍ୟାନ ଦେବା ପାଇଁ କୁହାଯାଇଛି। ସେହିପରି ଚାଷୀ ଭାଇମାନେ ମଧ୍ୟ ଅମଳ ଯୁକ୍ତ ରବି ଫସଲ ର ଅମଳ ପାଇଁ ପ୍ରାଧାନ୍ୟ ଦେବାକୁ ମଧ୍ୟ ସୂଚନା ଜାରି କରାଯାଇଛି।

ପଶ୍ଚିମା-ଝଡ ପ୍ରଭାବରେ ବାୟୁମଣ୍ଡଳର ମଧ୍ୟଭାଗର ପଶ୍ଚିମା-ନିମ୍ନଚାପ ଏବଂ ବଙ୍ଗୋପସାଗର ଅଞ୍ଚଳରୁ ବାୟୁମଣ୍ଡଳର ନିମ୍ନ ଭାଗରେ ଜଳୀୟବାଷ୍ପ ପୂର୍ଣ୍ଣ ପୂର୍ବାଳୀ ବାୟୁ ପରସ୍ପର ସଂସ୍ପର୍ଶରେ ଆସି ପ୍ରତିକ୍ରିୟାଶୀଳ ଭାବେ ବିପଦଜନକ ବିଜୁଳି-ଘଡଘଡି ସହ ଝଡ ପବନ ସୃଷ୍ଟି କରିବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ କହିଛି।

ପାଣିପାଗ ବିଭାଗ ତରଫରୁ ଆହୁରି କୁହାଯାଇଛି ଯେ, ୧୬ ତାରିଖରୁ ବିଜୁଳି ଘଡଘଡି ସହ ଝଡ ପବନ ଘଣ୍ଟା ପ୍ରତି ବେଗ ୪୦ ରୁ ୫୦ କିମି ସମ୍ଭାବନା ଯୋଗୁଁ ଚେତାବନୀ ଜାରି କରାଯାଇଛି। ଆଗାମୀ ୧୯ ତାରିଖ ଯାଏଁ ରାଜ୍ୟରେ ପଶ୍ଚିମା-ଝଡ଼ ର ପ୍ରଭାବ ସମ୍ଭାବନା ରହିଛି। ଏହାର ପ୍ରଭାବରେ

୧୫ ଏବଂ ୧୯ ତାରିଖରେ – ବିଜୁଳି ଘଡଘଡି ସହ ବର୍ଷା ହେବ

୧୬ , ୧୭ ଏବଂ ୧୮ ରେ – କିଛି ଜିଲ୍ଲାରେ ବିଜୁଳି ଘଡଘଡି ସହ ଝଡ-ପବନ ଘଣ୍ଟା ପ୍ରତି ୪୦ ରୁ ୫୦ କିମି ସମ୍ଭାବନା ରହିଛି।

୧୭ ତାରିଖରୁ  ବର୍ଷାର ପରିମାଣ ବଢିବ ବୋଲି କୁହାଯାଇଛି।

ବର୍ତ୍ତମାନ ରାଜ୍ୟର ବିଭିନ୍ନ ସ୍ଥାନରେ ଆକାଶ ମେଘାଛନ୍ନ ରହିବା ସହିତ ଅନେକସ୍ଥାନରେ ବର୍ଷା ମଧ୍ୟ ହୋଇଛି। ସେହିପରି ଭୁବନେଶ୍ବରରେ ଆଜି ସକାଳୁ ଘଡଘଡି ମାରିବା ସହିତ ସ୍ଥାନେ ସ୍ଥାନେ ସମାନ୍ୟ ବର୍ଷା ମଧ୍ୟ ହୋଇଛି। ଏହି ପଶ୍ଚିମା-ଝଡ ପ୍ରଭାବରେ ରାଜ୍ୟରେ କିଛି ଜିଲ୍ଲାରେ ବିଜୁଳି-ଘଡଘଡି ପ୍ରଭାବ ଦେଖା ଦେଇଛି।

Categories
ଆଜିର ଖବର ରାଜ୍ୟ ଖବର

ଇନ୍ଦ୍ରାବତୀ ବିଦ୍ୟୁତ୍‌ ପ୍ରକଳ୍ପ ଲୋକାର୍ପିତ

କଳାହାଣ୍ଡି : ଆଜିଠୁ କଳାହାଣ୍ଡିବାସୀ ପାଇଲେ ଇନ୍ଦ୍ରାବତୀ ପ୍ରକଳ୍ପରୁ ବିଜୁଳି  । କଳାହାଣ୍ଡି ବାନେରଠାରେ ଇନ୍ଦ୍ରାବତୀ ବିଦ୍ୟୁତ ପ୍ରକଳ୍ପ ଲୋକାର୍ପିତ।  ଜୟପାଟଣା ବ୍ଲକର ବାନେରଠାରେ ନିର୍ମାଣ ହୋଇଥିବା ଗ୍ରୀଡ୍‌ ଲୋକାର୍ପିତ ।  ଭିଡିଓ କନଫରେନ୍ସିଂରେ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମ ପର୍ଯ୍ୟାୟରେ ଜୟପାଟଣା, କଲମପୁର ଓ କୋକସରା ବ୍ଲକକୁ ବିଜୁଳି ଯୋଗାଣ କରାଯିବ । ଆଗାମୀ ବର୍ଷେ ମଧ୍ୟରେ ସମଗ୍ର କଳାହାଣ୍ଡି ଜିଲ୍ଲାକୁ ପ୍ରକଳ୍ପରୁ ବିଜୁଳି ସଂଯୋଗ ହେବ । ଦୀର୍ଘ ଦୁଇ ଦଶନ୍ଧି ପରେ ଇନ୍ଦ୍ରାବତୀ ବିଜୁଳି ପାଇଛନ୍ତି କଳାହାଣ୍ଡିବାସୀ ।