Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ନିର୍ବାଚନ ଅଧିକାରୀଙ୍କ ନିକଟରେ ପୁଣି ଥରେ ଅଭିଯୋଗ କଲା ବିଜେଡି

ଭୁବନେଶ୍ବର: ଆଜି ବିଜେଡି ପୁଣି ଥରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛି। ବିଜେଡି ନେତା ଲେନିନ ମହାନ୍ତିଙ୍କ ନେତୃତ୍ବରେ ଏକ ଦଳ ଭୁବନେଶ୍ବରର ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟଳୟରେ ଏହି ଅଭିଯୋଗ କରିଛନ୍ତି। ଏଥିରେ ଧାମନଗର ଉପନିର୍ବାଚନରେ ବିଜେପି କର୍ମିମାନେ ବିଜେଡି ମହିଳାମାନଙ୍କୁ ଭୟଭିତ କରାଉଛନ୍ତି ବୋଲି ଅଭିଯୋଗ କରିଛନ୍ତି।

ଏକ ଅଭିଯୋଗ ପତ୍ରରେ ବିଜେଡି କହିଛି ଯେ, ଧାମନଗର ଉପନିର୍ବାଚନରେ ବିଜେପି ହାରିଯିବାର ଭୟ କରି ବିଭିନ୍ନ ଅନୈତିକ କାର୍ଯ୍ୟ କରିବାରେ ଲାଗିଛି। ପ୍ରଥମେ ସେମାନେ ସେଠାରେ ନିୟୋଜିତ ଅଫିସରଙ୍କୁ ଭୟଭିତ କରିବାରେ ଲାଗିଛନ୍ତି। ଏହାପରେ ଜଣେ ବିଜେପି ମହିଳା କର୍ମିଙ୍କ ମୁହଁରେ କନା ଘୋଡାଇ ଏସଏଚଜି ମହିଳା ଭାବେ ଅବହିତ କରି ବଦନାମ କରିବାରେ ଲାଗିଛି।

ସେହିପରି ନିକଟରେ ଏକ ଭିଡିଓ ନିଜେ ପ୍ରସ୍ତୁତ କରି ଭାଇରାଲ କରି ବିଜେଡି ନାଁ ଯୋଡା ଯାଉଛି। ଏହିପରି ଅନୈତିକ କାର୍ଯ୍ୟକୁ ଶିଘ୍ର ରୋକିବା ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ବିଜେଡି ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛି।